ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ଅମ୍ପାୟର ସୁମିତ ବଂଶଲଙ୍କ ଅକାଳ ବିୟୋଗ । ରବିବାର ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ବୟସ ହୋଇଥିଲା ।
- — DDCA (@delhi_cricket) October 10, 2021 " class="align-text-top noRightClick twitterSection" data="
— DDCA (@delhi_cricket) October 10, 2021
">— DDCA (@delhi_cricket) October 10, 2021
ଏକ ପ୍ରମୁଖ ସ୍ପୋର୍ଟ୍ସ ୱେବସାଇଟର ରିପୋର୍ଟ ଅନୁଯାୟୀ, ସୁମିତ ବଂଶଲ ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ସଂଘ(DDCA) ମାନ୍ୟତାପ୍ରାପ୍ତ ଅମ୍ପାୟର ଥିଲେ । ହୃଦଘାତର ଶିକାର ହେବାପରେ ତାଙ୍କୁ ନୂଆଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।
DDCA ସୁମିତ ବଂଶଲଙ୍କ ଅକାଳ ବିୟୋଗରେ ରବିବାର ଗଭୀର ଶୋକବ୍ୟକ୍ତ କରିଛି ।
ଅକ୍ଟୋବର ୨ରେ ଖେଳାଯାଇଥିବା ତାମିଲନାଡୁ ଓ ହିମାଚଳ ପ୍ରଦେଶ ମଧ୍ୟରେ ୧୯ ବର୍ଷରୁ କମ ଭିନୋ ମଙ୍କଡ ଟ୍ରଫି ମ୍ୟାଚ୍ରେ ପିଲ୍ଡ ଅମ୍ପାୟର ଥିଲେ । ମ୍ୟାଚ ସମୟରେ ହିମାଚଳ ପ୍ରଦେଶର ଜଣେ ବ୍ୟାଟରଙ୍କ ଏକ ସଟ୍ ଅମ୍ପାୟରଙ୍କ ଆଖି ତଳକୁ ଲାଗିଥିଲା । ଏହାପରେ ସେ ଅକ୍ଟୋବର ୨ରେ ଫିଲ୍ଡ ଛାଡିଥିଲେ ଓ ଅନ୍ୟଜଣ ଅମ୍ପାୟାର ଥିବା ପ୍ରଣବ ଜୋଷୀ ଦୁଇଟି ଏଣ୍ଡ୍ରୁ ଅମ୍ପାୟର ଦାୟିତ୍ବ ତୁଲାଇଥିଲେ । ଜଣେ ରିଜର୍ଭ ଅମ୍ପାୟର ସ୍କ୍ବାୟାର ଲେଗ୍ରେ କାମଚଲା ଭାବେ ଠିଆ ହୋଇଥିଲେ ।
ଏହାପରେ ଅକ୍ଟୋବର ୪ରେ ଏକ ମ୍ୟାଚ୍ରେ ଅମ୍ପାୟାର ପାଇଁ ସୁମିତଙ୍କ ସୂଚୀ ରହିଥିଲା, ମାତ୍ର ସେ ଅଂଶଗ୍ରହଣ କରିନଥିଲେ । ସେତେବେଳେ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇସାରିଥିଲେ ଓ ସୁସ୍ଥ ଥିଲେ ବୋଲି ଜମେ ବିସିସିଆଇ ଅଧିକାରୀଙ୍କୁ କହିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ