ETV Bharat / sports

ICC T20I: ଶୀର୍ଷରେ ସାମସନ ଓ ହୁଡାଙ୍କ ପାର୍ଟନରଶିପ

author img

By

Published : Jun 30, 2022, 8:08 AM IST

ମଙ୍ଗଳବାର ଆୟର୍ଲାଣ୍ଡ ବିପକ୍ଷ T-Od ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିଲା ଭାରତ । ରେକର୍ଡ କରିଲା ସଞ୍ଜୁ ସାମସନ ଏବଂ ଦୀପକ ହୁଡାଙ୍କ ପାର୍ଟନରଶିପ । ଏପର୍ଯ୍ୟନ୍ତ T-Od ମ୍ୟାଚରେ ଉଭୟଙ୍କ ପାର୍ଟନରପଶିପରେ ସଂଗ୍ରହ ରନ ଶୀର୍ଷ ସ୍ଥାନରେ ରହିଛି । ଅଧିକ ପଢନ୍ତୁ

ICC T20I: ଶୀର୍ଷରେ ସାମସନ ଏବଂ ହୁଡାଙ୍କ ପାର୍ଟନରଶିପ

ହାଇଦ୍ରାବାଦ: ମଙ୍ଗଳବାର ଆୟର୍ଲାଣ୍ଡ ବିପକ୍ଷ T-Od ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିଲା ଭାରତ । ରେକର୍ଡ କରିଲା ସଞ୍ଜୁ ସାମସନ ଏବଂ ଦୀପକ ହୁଡାଙ୍କ ପାର୍ଟନରଶିପ । ଏପର୍ଯ୍ୟନ୍ତ T-Od ମ୍ୟାଚରେ ଉଭୟଙ୍କ ପାର୍ଟନରପଶିପରେ ସଂଗ୍ରହ ରନ ଶୀର୍ଷ ସ୍ଥାନରେ ରହିଛି । ଓପନର ସଞ୍ଜୁ ସାମସନ ଏବଂ ଦୀପକ ହୁଡାଙ୍କ ପାର୍ଟନରଶିପ କମାଲ କରିଥିଲେ । କ୍ରିଜରେ ଉଭୟଙ୍କ ପାର୍ଟନରପଶିପରେ ଭାରତ ୧୭୬ ରନ ସଂଗ୍ରହ କରିଥିଲା ।

ସେହିପରି ୨୦୧୭ ମସିହାରେ ଶ୍ରିଲଙ୍କା ବିପକ୍ଷ T-Od ମ୍ୟାଚରେ କେଏଲ ରାହୁଲ ଏବଂ ହିଟମ୍ୟାନ ରୋହିତ ଶର୍ମାଙ୍କ ଯୋଡି ଧୁଆଁଧାର ପ୍ରଦର୍ଶନ କରି ୧୬୫ ରନ ସଂଗ୍ରହ କରିଥିଲା । ସେହିଭଳି ୨୦୧୮ ମସିହାରେ ଆୟର୍ଲାଣ୍ଡ ବିପକ୍ଷ T-Od ମ୍ୟାଚରେ ଶିଖର ଧାୱନ ଏବଂ ରୋହିତ ଶର୍ମାଙ୍କ ପାର୍ଟନରଶିପ ୧୬୦ ରନ ସଂଗ୍ରହ କରିଥିଲା ।

ସେପଟେ ୨୦୧୭ ମସିହାରେ ନ୍ୟୁଜିଲାଣ୍ଡ ବିପକ୍ଷ T-Od ମ୍ୟାଚରେ ଶିଖର ଧାୱନ ଏବଂ ରୋହିତ ଶର୍ମାଙ୍କ ଯୋଡି କ୍ରିଜରେ ୧୫୮ ରନ ସଂଗ୍ରହ କରିଥିଲା । ସେହିପରି ୨୦୨୧ ମସିହାରେ ଆଫଗାନିସ୍ତାନ ବିପକ୍ଷ T-Od ମ୍ୟାଚରେ କେଏଲ ରାହୁଲ ଏବଂ ରୋହିତ ଶର୍ମାଙ୍କ ପାର୍ଟନରଶିପ ୧୪୦ ରନ ସଂଗ୍ରହ କରିଥିଲା । ସେହିଭଳି ୨୦୧୫ ମସିହାରେ ଦକ୍ଷିଣ ଆଫ୍ରିକା ବିପକ୍ଷ T-Od ମ୍ୟାଚରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପାର୍ଟନରଶିପ ୧୩୮ ରନ ସଂଗ୍ରହ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.