ETV Bharat / sports

ସାଉଥ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରୁ ବାଦ ପଡିଲେ ହୁଡ୍ଡା

author img

By

Published : Sep 26, 2022, 10:52 PM IST

ଅଲରାଉଣ୍ଡର ଦୀପକ ହୁଡ୍ଡା ( Deepak Hooda ) ଆହତ କାରଣରୁ ସାଉଥ ଆଫ୍ରିକା ଟି-୨୦ ସିରିଜରୁ ବାଦ ପଡିଛନ୍ତି । ଅଧିକ ପଢନ୍ତୁ

ସାଉଥ ଆଫ୍ରିକା ଟି୨୦ ସିରିଜରୁ ବାଦ ପଡିଲେ ଦୀପକ ହୁଡା

ହାଇଦ୍ରାବାଦ: ସାଉଥ ଆଫ୍ରିକା ଟି୨୦ ସିରିଜ ପୂର୍ବରୁ ଭାରତକୁ ଲାଗିଛି ଝଟକା । ଅଲରାଉଣ୍ଡର ଦୀପକ ହୁଡ୍ଡା ( Deepak Hooda ) ଆହତ କାରଣରୁ ସାଉଥ ଆଫ୍ରିକା ଟି-୨୦ ସିରିଜରୁ ବାଦ ପଡିଛନ୍ତି । ତେବେ ଦୀପକ ହୁଡ୍ଡାଙ୍କ ପରିବର୍ତ୍ତେ ଶ୍ରେୟାସ ଆୟାରଙ୍କୁ ( Shreyas Iyer ) ଦଳରେ ସ୍ଥାନ ଦିଆଯାଇଛି । ଏନେଇ ବିସିସିଆଇ ( Board of Control for Cricket in India ) ପକ୍ଷରୁ ସୂଚନା ଦିଆଯାଇଛି ।

କ୍ରିକେଟର ମାନଙ୍କ ଆହତ ସମସ୍ୟା ଦଳକୁ ଝଟକା ଦେବାରେ ଲାଗିଛି । ପ୍ରଥମେ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆଣ୍ଠୁରେ ଆଘାତ କାରଣରୁ ଏସିଆ କପ ମଝିରୁ ଦଳରୁ ବାଦ ପଡିଥିଲେ । ଦଳକୁ ତାହା ଶକ୍ତ ଝଟକା ଦେଇଥିଲେ । ସେହିପରି ମହମ୍ମଦ ସାମ୍ମି ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଦଳରୁ ବାଦ ପଡିଛନ୍ତି । ଆଉ ଏବେ ଦୀପକ ହୁଡ୍ଡା ଆହତ ସମସ୍ୟା ଦେଇ ଗତି କରୁଛନ୍ତି । ଏନେଇ ୨୮ ତାରିଖରୁ ଖେଳାଯିବାକୁ ଥିବା ସାଉଥ ଆଫ୍ରିକା ବିପକ୍ଷ ଟି୨୦ ସିରିଜରେ ଦୀପକ ହୁଡା ଖେଳିବେ ନାହିଁ । ଯେଉଁ କାରଣରୁ ଦଳକୁ ଏକ ଝଟକା ଲାଗିଛି । ତେବେ ଦୀପକ ହୁଡ୍ଡାଙ୍କ ଅଣ୍ଟାରେ ଆଘାତ ଲାଗିଥିବାରୁ ସେ ଦଳରୁ ବାଦ ପଡିଛନ୍ତି ।

ଦୀପକ ହୁଡ୍ଡାଙ୍କ ନାମ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ସ୍ଥାନ ପାଇଥିଲେ ମଧ୍ୟ ସେ ତିନୋଟି ମ୍ୟାଚ ଭିତରୁ କୌଣସି ମ୍ୟାଚ ଖେଳି ନାହାଁନ୍ତି । ତାଙ୍କ ଚୂଡାନ୍ତ ଏକାଦଶରେ ସ୍ଥାନ ଦିଆଯାଇନଥିଲା । ଦୀପକ ହୁଡ୍ଡାଙ୍କ ନାମ ମଧ୍ୟ ଟି୨୦ ବିଶ୍ବକପ ସ୍କ୍ବାଡରେ ସାମିଲ ହୋଇଥିଲା । ବିଶ୍ବକପ ପୂର୍ବରୁ ଖେଳାଳି ମାନେ ଆହତ ସମସ୍ୟା ଦେଇ ଗତି କରିବା ଦଳର ଚିନ୍ତା ବଢାଇଛି । ସେପଟେ ଦୀପକ ହୁଡ୍ଡାଙ୍କ ବଦଳରେ ସାଉଥ ଆଫ୍ରିକା ସିରିଜରେ ବିସିସିଆଇ ଶ୍ରେୟସ ଆୟରଙ୍କୁ ସ୍ଥାନ ଦେଇଛି । ସେହିପରି ମହମ୍ମଦ ସାମି ମଧ୍ୟ କରୋନାରୁ ସୁସ୍ଥ ହୋଇ ନାହାଁନ୍ତି । ତାଙ୍କୁ ଅଧିକ ସମୟ ଦରକାର । ତେଣୁ ତାଙ୍କ ବଦଳରେ ଉମେଶ ଯାଦବ ସାଉଥ ଆଫ୍ରିକା ବିପକ୍ଷରେ ଖେଳିବେ । ଏନେଇ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଏକ ଗଣମାଧ୍ୟକୁ ସୂଚନା ଦେଇଛନ୍ତି । ଆସନ୍ତା ୨୮ ତାରିଖରୁ ଭାରତ ସାଉଥ ଆଫ୍ରିକା ବିପକ୍ଷରେ ତିନୋଟି ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.