ETV Bharat / sports

IPL 2022: ଟସ୍‌ ଜିତିଲା ଦିଲ୍ଲୀ, ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ

author img

By

Published : Apr 20, 2022, 7:13 PM IST

Updated : Apr 20, 2022, 7:30 PM IST

IPL 2022ରେ ଆଜି ୩୨ତମ ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗ୍‌ସ । ଆଜିର ମ୍ୟାଚ୍‌ ପାଇଁ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଦିଲ୍ଲୀ କ୍ୟାପିଟାଲ୍ସ । ଅଧିକ ପଢ଼ନ୍ତୁ

IPL 2022: ଟସ୍‌ ଜିତିଲା ଦିଲ୍ଲୀ, ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ
IPL 2022: ଟସ୍‌ ଜିତିଲା ଦିଲ୍ଲୀ, ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ

ମୁମ୍ବାଇ: IPL 2022ରେ ଆଜି ୩୨ତମ ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗ୍‌ସ । ଆଜିର ମ୍ୟାଚ୍‌ ପାଇଁ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଦିଲ୍ଲୀ କ୍ୟାପିଟାଲ୍ସ । ଆଜିର ମ୍ୟାଚ୍‌ରେ ଦିଲ୍ଲୀ ଉପରେ ଅଧିକ ଚାପ ରହିବ । କାରଣ ଦଳରେ ବର୍ତ୍ତମାନ କିଛି ଖେଳାଳି କୋରୋନା ସଂକ୍ରମିତ ହୋଇଛନ୍ତି ।

ଏହାରି ମଧ୍ୟରେ ଆଜିର ମ୍ୟାଚ୍‌ରେ ବିଜୟ ଲାଭ କରି ଦିଲ୍ଲୀ କ୍ୟାପିଟାଲ୍ସ ଖେଳାଳିଙ୍କ ମଧ୍ୟରେ ଆତ୍ମବିଶ୍ବାସ ବଢ଼ାଇବାକୁ ଚେଷ୍ଟା କରିବ । ଆଜିର ମ୍ୟାଚ୍‌ ପାଇଁ ଦିଲ୍ଲୀ ଦଳରେ ମିଚେଲ ମାର୍ଶଙ୍କ ସ୍ଥାନରେ ସର୍ଫରାଜ ଖାନ୍‌ଙ୍କୁ ସାମିଲ କରାଯାଇଛି । ସେପଟେ ପଞ୍ଜାବ ଦଳକୁ ଅଧିନାୟକ ମୟଙ୍କ ଅଗ୍ରୱାଲ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ନାଥାନ ଏଲିସ ଦଳରେ ସାମିଲ ହୋଇଛନ୍ତି ।

ବର୍ତ୍ତମାନ ପଏଣ୍ଟ ତାଲିକାରେ ପଞ୍ଜାବ କିଙ୍ଗ୍‌ସ୍‌ ସପ୍ତମ ସ୍ଥାନରେ ଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ଅଷ୍ଟମ ସ୍ଥାନରେ ରହିଛନ୍ତି । ଦିଲ୍ଲୀ ଓ ପଞ୍ଜାବ ଉଭୟ ନିଜ ନିଜର ପୂର୍ବ ମ୍ୟାଚ୍‌ରେ ପରାଜିତ ହୋଇଛନ୍ତି । ଆଜିର ମ୍ୟାଚ୍‌ରେ ବିଜୟ ଲାଭ କରି ଉଭୟ ପଏଣ୍ଟ ତାଲିକାରେ ଉପରକୁ ଉଠିବାକୁ ଚେଷ୍ଟା କରିବେ ।

ପଞ୍ଜାବ କିଙ୍ଗ୍‌ସ ଚୂଡ଼ାନ୍ତ ଏକାଦଶ

ମୟଙ୍କ ଅଗ୍ରୱାଲ (ଅଧିନାୟକ), ଶିଖର ଧାୱନ, ଜନି ବେୟାରଷ୍ଟୋ, ଲିଆମ୍ ଲିଭିଂଷ୍ଟୋନ୍, ଜିତେଶ ଶର୍ମା, ଶାହାରୁଖ ଖାନ, କାଗିସୋ ରାବାଡା, ନାଥାନ୍ ଏଲିସ୍, ରାହୁଲ ଚହର, ବୈଭବ ଆରୋରା, ଅର୍ଶଦୀପ ସିଂ ।

ଦିଲ୍ଲୀ କ୍ୟାପିଟାଲ୍ସ ଚୂଡ଼ାନ୍ତ ଏକାଦଶ

ପୃଥ୍ବୀ ଶ, ଡେଭିଡ ୱାର୍ଣ୍ଣର, ଋଷଭ ପନ୍ତ (ଅଧିନାୟକ), ରୋଭମ୍ୟାନ ପାୱେଲ, ଲଳିତ ଯାଦବ, ସରଫରାଜ ଖାନ, ଶାର୍ଦ୍ଦୁଲ ଠାକୁର, ଅକ୍ଷର ପଟେଲ, କୁଲଦୀପ ଯାଦବ, ମୁସ୍ତାଫିଜୁର ରେହମାନ, ଖଲିଲ ଅହମ୍ମଦ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 20, 2022, 7:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.