ETV Bharat / sports

PBKS Vs DC: ମାର୍ଶଙ୍କ ଦମଦାର ବ୍ୟାଟିଂ, ପଞ୍ଜାବ ଆଗରେ 160 ରନ ଟାର୍ଗେଟ

ପଞ୍ଜାବ ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ବିପକ୍ଷ ଟିମ ଆଗରେ 160 ରନ୍‌ର ଟାର୍ଗେଟ ରଖିଛି । ଅଧିକ ପଢନ୍ତୁ

author img

By

Published : May 16, 2022, 9:22 PM IST

Updated : May 17, 2022, 2:44 PM IST

PBKS Vs DC: ମାର୍ଶଙ୍କ ଦମଦାର ବ୍ୟାଟିଂ, ପଞ୍ଜାବ ଆଗରେ ୧୫୯ ରନ ଟାର୍ଗେଟ

ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ (IPL 2022)ର ୬୪ ତମ ଲିଗ ମ୍ୟାଚ୍‌ ପଞ୍ଜାବ କିଙ୍ଗସ(PBKS) ଓ ଦିଲ୍ଲୀ କ୍ୟାପିଟାଲ୍ସ(DC) ମଧ୍ୟରେ ଖେଳାଯାଇଛି । ଟସ୍‌ ହାରିବା ପରେ ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ବିପକ୍ଷ ଟିମ ପଞ୍ଜାବ ଆଗରେ ୧୬୦ ରନର ଟାର୍ଗେଟ ରଖିଛି । କର ବା ମର ମ୍ୟାଚ ଖେଳୁଥିବା ଉଭୟ ଦଳ ମଧ୍ୟରେ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଥିବା ବେଳେ ଦିଲ୍ଲୀ ବ୍ୟାଟ୍ସମ୍ୟାନ ମିଚେଲ ମାର୍ଶ ଦମଦାର ବ୍ୟାଟିଂ କରି ସର୍ବାଧିକ ୬୩ ରନ କରିଛନ୍ତି ।

ମାର୍ଶ ୪୮ ବଲ୍‌ରେ ୩ଟି ଛକା ଓ ୪ଟି ଚୌକା ସହ ଅର୍ଦ୍ଧଶତକ ହାସଲ କରିଛନ୍ତି । ମାତ୍ର କଗିସୋ ରବାଡ଼ାଙ୍କ ବଲରେ ସେ ଆଉଟ ହୋଇଥିଲେ । ଓପନର ସରଫରାଜ ଖାନ ଦ୍ବିତୀୟ ସର୍ବାଧିକ ରନ କରିଛନ୍ତି । ସେ ୧୬ଟି ବଲ୍‌ ଖେଳି ୩ଟି ଛକା ଓ ୪ଟି ଚୌକା ମାରି ମୋଟ ୩୨ ରନ କରିଥିବା ବେଳେ ବୋଲର ଅର୍ଶଦୀପ ସିଂଙ୍କ ଦ୍ବାରା ଆଉଟ ହୋଇଥିଲେ । କ୍ୟାପଟେନ ଋଷଭ ପନ୍ତ ଚଳିତ ମ୍ୟାଚରେ ଭଲ ପ୍ରଦର୍ଶନ କରିନାହାନ୍ତି । ସେ ମାତ୍ର ୭ ରନ ହାସଲ କରିଛନ୍ତି ।

ଏହା ବି ପଢନ୍ତୁ- IPL 2022: କର ବା ମର ମ୍ୟାଚରେ ପଞ୍ଜାବ-ଦିଲ୍ଲୀ ଟକ୍କର, ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲେ ମୟଙ୍କ

ଦିଲ୍ଲୀ ପ୍ରଥମ ଓଭରରେ ୱାର୍ଣ୍ଣରଙ୍କ ୱିକେଟ ହରାଇଥିବା ବେଳେ ୱାର୍ଣ୍ଣର ଜିରୋ ରନ୍‌ରେ ଆଉଟ ହୋଇଥିଲେ । ଏହାପରେ ଦଳ ୫ ଓଭର ଚାଲିଥିବା ବେଳେ ଦ୍ବିତୀୟ ୱିକେଟ ହରାଇଥିଲା । ପଞ୍ଜାବ ସମ୍ପୂର୍ଣ୍ଣ ୨୦ ଓଭର ଖେଳି ୭ ୱିକେଟ ହରାଇ ମୋଟ ୧୫୯ ରନ କରିଛି । ଅନ୍ୟପଟେ ପଞ୍ଜାବ କିଙ୍ଗସ ବୋଲରଙ୍କ ମଧ୍ୟରେ ଚଳିତ ମ୍ୟାଚ୍‌ରେ ଯୁବ ବୋଲର ଅର୍ଶଦୀପ ସିଂ ସର୍ବାଧିକ ୩ ୱିକେଟ ନେଇଛନ୍ତି । ସେ ୪ ଓଭର ବୋଲିଂ କରି ୩୭ ରନ୍‌ ଦେବା ସହ ସର୍ବାଧିକ ୱିକେଟ ନେଇଥିବା ବେଳେ ବିଦେଶୀ ବୋଲର ଲିଭିଙ୍ଗଷ୍ଟୋନ ମଧ୍ୟ ୩ ୱିକେଟ ନେବାରେ ସକ୍ଷମ ହୋଇଛନ୍ତି ।

Last Updated : May 17, 2022, 2:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.