ETV Bharat / sports

ଦୁଷ୍କର୍ମ ଅଭିଯୋଗ ପରେ ଗୁଣତିଲକାଙ୍କୁ ବହିଷ୍କାର କଲା ଶ୍ରୀଲଙ୍କା କ୍ରିକେଟ

author img

By

Published : Nov 7, 2022, 2:14 PM IST

Updated : Nov 7, 2022, 2:58 PM IST

ଶ୍ରୀଲଙ୍କା କ୍ରିକେଟର ଦନୁଷ୍କା ଗୁଣତିଲକଙ୍କୁ ବହିଷ୍କାର କରିଛି ଶ୍ରୀଲଙ୍କା କ୍ରିକେଟ । ଦନୁଷ୍କା ଗୁଣତିଲକଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ହେବା ପରେ ଶ୍ରୀଲଙ୍କା କ୍ରିକେଟ କମିଟି ଏହି ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ

Sri Lanka Cricket suspended Danushka Gunathilaka
ଦନୁଷ୍କା ଗୁଣତିଲକଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ

କଲମ୍ବୋ: ଶ୍ରୀଲଙ୍କା କ୍ରିକେଟର ଦନୁଷ୍କା ଗୁଣତିଲକଙ୍କୁ ବହିଷ୍କାର କରିଛି ଶ୍ରୀଲଙ୍କା କ୍ରିକେଟ (Danushka Gunathilaka suspended by Sri Lanka Cricket)। ଦନୁଷ୍କା ଗୁଣତିଲକଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ହେବା ପରେ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ତାଙ୍କୁ ସମସ୍ତ ଫର୍ମାଟରୁ ନିଲମ୍ବିତ କରିଛି । ଅଷ୍ଟ୍ରେଲିଆରେ ଜଣେ ମହିଳା, ଦନୁଷ୍କା ଗୁଣତିଲକଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଅଭିଯୋଗ ଆଧାରରେ ସିଡନୀ ପୋଲିସ ତାଙ୍କୁ ଗିରଫ କରିଥିଲା । ଏହାପରେ ଶ୍ରୀଲଙ୍କା କ୍ରିକେଟ ଏହି ନିଷ୍ପତ୍ତି ନେଇଥିବା କହିଛି ।

  • Exec Committee of Sri Lanka Cricket decided to suspend Danushka Gunathilaka from all forms of cricket with immediate effect&won't consider him for any selections after being informed he was arrested&charged with sexual assault of a woman in Australia:Sri Lanka Cricket

    (File pic) pic.twitter.com/gYRAl028y0

    — ANI (@ANI) November 7, 2022 " class="align-text-top noRightClick twitterSection" data=" ">

ଅଷ୍ଟ୍ରେଲିଆରେ ଚାଲିଥିବା ଟି-ଟ୍ବେଣ୍ଟି ବିଶ୍ବକପ ପାଇଁ ଶ୍ରୀଲଙ୍କା ଦଳ ସହ ଅଷ୍ଟ୍ରେଲିଆ ଗସ୍ତ କରିଥିଲେ ଦନୁଷ୍କା । ସେଠାରେ ଜଣା ମହିଳା ତାଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ କରିଥିଲେ । ଏହାପରେ ସିଡନୀ ପୋଲିସ ତାଙ୍କୁ ଗରିଫ କରିଥିଲା । ବିଶ୍ବକପରୁ ବାଦ ପଡି ଶ୍ରୀଲଙ୍କା ଦଳ ସ୍ବଦେଶ ଫେରିଥିଲେ ସୁଦ୍ଧା ଗୁଣତିଲକ ଫେରି ନହାନ୍ତି । ଦନୁଷ୍କା ଗୁଣତିଲକ ଗିରଫ ହେବାପରେ ଶ୍ରୀଲଙ୍କା କ୍ରିକେଟ କାର୍ଯ୍ୟକାରୀ କମିଟି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସମସ୍ତ ଫର୍ମାଟରୁ ଦନୁଷ୍କାଙ୍କୁ ନିଲମ୍ବିତ କରିଛି । ଆଗକୁ କୌଣସି ମ୍ୟାଚ ନେଇ ତାଙ୍କୁ ସୁଯୋଗ ଦିଆଯିବ ନାହିଁ । 31ବର୍ଷୀୟ ଦନୁଷ୍କା ଚଳିତ ଟି-ଟ୍ବେଣ୍ଟି ବିଶ୍ବକପର କିଛି ମ୍ୟାଚ ଖେଳିଥିଲେ । ଆହତ କାରଣରୁ ଦଳରେ ଥିଲେ ମାତ୍ର ମ୍ୟାଚ ଖେଳିନଥିଲେ ।

  • The ExCo of SLC decided to suspend national player Danushka Gunathilaka from all forms of cricket with immediate effect and will not consider him for any selections. READ 👇https://t.co/0qp6lNVEoH

    — Sri Lanka Cricket 🇱🇰 (@OfficialSLC) November 7, 2022 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...T20 World Cup: ଦୁଷ୍କର୍ମ ଅଭିଯୋଗରେ ଶ୍ରୀଲଙ୍କା କ୍ରିକେଟର ଗିରଫ

ପ୍ରକାଶ ଥାଉ କି, ବିଶ୍ବକପ ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଥିବା ଦନୁଷ୍କା ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା ରବିବାର ଅଭିଯୋଗ ହୋଇଥିଲା । ସିଡନୀ ଇଷ୍ଟ ସ୍ଥିତ ରୋଜ ବେରେ ରହୁଥିବା ଜଣେ 29 ବର୍ଷୀୟା ମହିଳା ତାଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଏହାପରେ ତାଙ୍କୁ ସିଡନୀ ପୋଲିସ ଗିରଫ କରିଥିଲା । ତାଙ୍କ ନାମରେ 4 ଦଫା ମାମଲା ରୁଜୁ କରି କୋର୍ଟରେ ହାଜର କରିଥିଲା । କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଥିଲେ । ଶ୍ରୀଲଙ୍କା କ୍ରିକେଟର ଦନୁଷ୍କା 2015ରେ ଆନ୍ତର୍ଜାତୀୟ ମ୍ୟାଚରେ ଡେବ୍ୟୁ କରିଥିଲେ । ସେ 8ଟି ଟେଷ୍ଟ, 47ଟି ଦିନିକିଆ ଏବଂ 46ଟି ଟି-ଟ୍ବେଣ୍ଟି ଖେଳିଛନ୍ତି ।

Last Updated : Nov 7, 2022, 2:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.