ETV Bharat / sports

ଅନ୍ତର୍ଜାତୀୟ କ୍ରିକେଟକୁ ଡେଲ ଷ୍ଟେନଙ୍କ ଗୁଡବାଏ - ଦକ୍ଷିଣ ଆଫ୍ରିକା କ୍ରିକେଟର ଡେଲ ଷ୍ଟେନ୍

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଦକ୍ଷିଣ ଆଫ୍ରିକା ସ୍ପିଡ୍ ଷ୍ଟାର ଡେଲ ଷ୍ଟେନ । ଏହାକୁ ନେଇ ସେ ଟ୍ବିଟ୍ କି ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ...

ଅନ୍ତର୍ଜାତୀୟ କ୍ରିକେଟରୁ ଡେଲ ଷ୍ଟେନଙ୍କ ସନ୍ନ୍ୟାସ

author img

By

Published : Aug 31, 2021, 6:56 PM IST

ଡର୍ବାନ: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଦକ୍ଷିଣ ଆଫ୍ରିକା ସ୍ପିଡ୍ ଷ୍ଟାର ଡେଲ ଷ୍ଟେନ । ଏହାକୁ ନେଇ ସେ ଟ୍ବିଟ୍ କି ସୂଚନା ଦେଇଛନ୍ତି । ୨୦୧୯ ମସିହାରେ ଡେଲ ଷ୍ଟେନ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରି ସାରିଥିଲେ । ତେବେ ଆଜି ସମସ୍ତ ଅନ୍ତର୍ଜାତୀୟ ଫର୍ମାଟରୁ ସେ ଅବସର ଘୋଷଣା କରିଛନ୍ତି।

ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ଏକ ସମୟରେ ଗୁରୁତ୍ବପୂର୍ଣ୍ଣ ସଦସ୍ୟ ଥିଲେ ଡେଲ୍ ଷ୍ଟେନ୍ । ତାଙ୍କ ଦ୍ରୁତ ବୋଲିଂ ଆଗର ବଡ଼ବଡ଼ ବ୍ୟାଟ୍ସମ୍ୟାନ ଫେଲ ମାରୁଥିଲେ । ସେ ୧୨୫ ଟି ଦିନିକିଆ ମ୍ୟାଚ ଖେଳି ୧୯୬ଟି ୱିକେଟ ନେଇଛନ୍ତି । ସେହିଭଳି ୪୭ଟି ଅନ୍ତର୍ଜାତୀୟ ଟି-୨୦ ଖେଳି ସେ ୧୮.୩୬ ହାରରେ ୬୪ ୱିକେଟ ହାସଲ କରିଛନ୍ତି ।

ଖାଲି ସେତିକି ନୁହେଁ ଡେଲ ଷ୍ଟେନ ୯୩ଟି ଟେଷ୍ଟ ମ୍ୟାଚ ଖେଳି ୨୨.୯୫ ହାରରେ ୪୩୯ଟି ୱିକେଟ ହାସଲ କରିଛନ୍ତି । ୨୦୦୪ ମସିହା ଡିସେମ୍ବର ୧୭ ତାରିଖରେ ସେ ଇଂଲଣ୍ଡ ବିପକ୍ଷରେ ନିଜ ଅନ୍ତର୍ଜାତୀୟ ଟେଷ୍ଟ କ୍ୟାରିଅର ଆରମ୍ଭ କରିଥିଲେ । ଏହାପରେ ୨୦୦୫ ମସିହାରେ ଏସିଆ ଇଲେଭେନ ବିପକ୍ଷରେ ନିଜର ଦିନିକିଆ କ୍ୟାରିଅର ଆରମ୍ଭ କରିଥିଲେ । ୨୦୦୭ ମସିହାରେ ସେ ଟି-୨୦ କ୍ୟାରିଅର ଆରମ୍ଭ କରିଥିଲେ ।

କ୍ୟାରିଅର ଶେଷାର୍ଦ୍ଧରେ ଷ୍ଟେନ ଅଧିକାଂଶ ସମୟ ଆହତଜନିତ ସମସ୍ୟା ଦେଇ ଗତି କରିଥିଲେ । ଯାହାଫଳରେ ସେ ଟିମ ସହ ଅଧିକାଂଶ ରହି ପାରିନଥିଲେ ଓ ତାଙ୍କ କ୍ୟାରିଅର ଉପରେ ମଧ୍ୟ ପ୍ରଭାବ ପକାଇଥିଲା । ୨୦୧୯ ମସିହାରେ ଶେଷ ଥର ପାଇଁ ସେ ଉଭୟ ଟେଷ୍ଟ ଓ ଦିନିକିଆ ମ୍ୟାଚ ଖେଳିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ସର୍ବାଧିକ ୱିକେଟ ନେଇଛନ୍ତି ଡେଲ ଷ୍ଟେନ୍ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.