ETV Bharat / sports

ତାଉ'ତେ ମାଡରେ ଭାଙ୍ଗିଲା ୱାଙ୍ଖେଡେ ଷ୍ଟାଡିୟମ ସାଇଟସ୍କ୍ରିନ - ୱାଙ୍ଖେଡେ ଷ୍ଟାଡିୟମ ସାଇଟସ୍କ୍ରିନ

ବାତ୍ୟା ତାଉ'ତେ ପ୍ରଭାବରେ ଭାଙ୍ଗିଲା ଐତିହାସିକ ୱାଙ୍ଖେଡେ ଷ୍ଟାଡିୟମର 16 ଫୁଟ ଲମ୍ବାର ସାଇଟସ୍କ୍ରିନ । ଅଧିକ ପଢନ୍ତୁ...

ତାଉ'ତେ ମାଡରେ ଭାଙ୍ଗିଲା ୱାଙ୍ଖେଡେ ଷ୍ଟାଡିୟମ ସାଇଟସ୍କ୍ରିନ

author img

By

Published : May 18, 2021, 8:29 PM IST

ମୁମ୍ବାଇ: ଦେଶର ବ୍ୟବସାୟୀକ ରାଜଧାନୀ ମୁମ୍ବାଇରେ ସୋମବାର ବର୍ଷର ପ୍ରଥମ ବାତ୍ୟା ତାଉ'ତେ ତାଣ୍ଡବ ରଚିଛି । ସୁଉଚ୍ଚ ଅଟ୍ଟାଳିକା ଗୁଡିକରେ ମଧ୍ୟ ତାଉ'ତେ ପ୍ରଭାବ ଅନୁଭୁତ ହୋଇଛି । ପବନର ବେଗ ଏତେ ଥିଲା ଯେ, ବିଏମସି ପକ୍ଷରୁ କାହାରିକୁ ଘରୁ ନ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଏପରିକି ଐତିହାସିକ ୱାଙ୍ଖେଡେ ଷ୍ଟାଡିୟମକୁ ମଧ୍ୟ ଏହାର ପ୍ରଭାବରୁ ବାଦ ପଡିନଥିଲା । ପବନର ମାତ୍ରା ଏତେ ଥିଲା ଯେ, ଷ୍ଟାଡିୟମରେ ପ୍ରେସ ବକ୍ସ ତଳେ ଥିବା 16 ଫୁଟ ଲମ୍ବାର ସାଇଟସ୍କ୍ରିନ ପବନ ମାଡରେ ଚୁରମାର ହୋଇ ତଳେ ପଡିଯାଇଥିଲା ।

ତେବେ ଏହା ପ୍ରଥମ ଥର ନୁହେଁ ବୋଲି ମୁମ୍ବାଇ କ୍ରିକେଟ ଆସୋସିଏସନ ପକ୍ଷରୁ କୁହାଯାଇଛି । 2011 ବିଶ୍ବକପ ସମୟରେ ମଧ୍ୟ ଏହା ପଡିଯାଇ ନଷ୍ଟ ହୋଇଥିଲା ।

ଖୁବଶୀଘ୍ର ଏହାକୁ ମରାମତି କରାଯିବ ବୋଲି ଏମସିଏ ପକ୍ଷରୁ କୁହାଯାଇଛି ।

ଆଇପିଏଲ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସ ସୋମବାର ଇନଷ୍ଟାଗ୍ରାମ ଆକାଉଣ୍ଟରେ ମୁମ୍ବାଇରେ ପ୍ରବଳ ବର୍ଷା ଓ ପବନ ହେଉଥିବା ନେଇ ଭିଡିଓ ସେୟାର କରିଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.