ETV Bharat / sports

ପାଣ୍ଡ୍ୟାଙ୍କ ପିଛା ଛାଡୁନି ବିବାଦ, ଜବତ ହେଲା ୫ କୋଟିର ଘଣ୍ଟା

author img

By

Published : Nov 16, 2021, 11:49 AM IST

Updated : Nov 16, 2021, 2:28 PM IST

ଅଡୁଆରେ ଛନ୍ଦି ହେଉଛନ୍ତି ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ପ୍ରଥମେ ଟି-୨୦ ବିଶ୍ବକପରେ ତାଙ୍କର ନୈରାଶ୍ୟଜନକ ପ୍ରଦର୍ଶନ ଓ ପରେ ଜଣେ ମହିଳା ତାଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ କମ ନଥିଲା ଯେ ପୁଣି ଘଣ୍ଟା ତାଙ୍କୁ ଅଡୁଆରେ ପକାଇଛି । ଅଧିକ ପଢନ୍ତୁ

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପିଛା ଛାଡୁନି ବିବାଦ
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପିଛା ଛାଡୁନି ବିବାଦ

ନୂଆଦିଲ୍ଲୀ: ଅଡୁଆରେ ଛନ୍ଦି ହେଉଛନ୍ତି ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ପ୍ରଥମେ ଟି-୨୦ ବିଶ୍ବକପରେ ନୈରାଶ୍ୟଜନକ ପ୍ରଦର୍ଶନ, ପରେ ଜଣେ ମହିଳା ତାଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆଉ ଏବେ ଏକ ଘଣ୍ଟା ତାଙ୍କୁ ଅଡୁଆରେ ପକାଇଛି । ଆଇସିସି ଟି-ଟେଣ୍ଟି ବିଶ୍ବକପ ପରେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିଥିଲେ । ଏହି ସମୟରେ ତାଙ୍କ ଠାରୁ ୨ଟି ଘଣ୍ଟା ଜବତ କରିଥିଲା କଷ୍ଟମ ବିଭାଗ । ଯାହାର ମୂଲ୍ୟ ୫ କୋଟି ଟଙ୍କା ହେବ ବୋଲି ସୂଚନା ମିଳିଛି ।

  • Customs Department seized two wrist watches worth Rs 5 crores of cricketer Hardik Pandya, on Sunday night (November 14) when he was returning from Dubai. The cricketer allegedly did not have the bill receipt of the watches: Mumbai Customs Department pic.twitter.com/tx7hCxFknH

    — ANI (@ANI) November 16, 2021 " class="align-text-top noRightClick twitterSection" data=" ">

ୟୁଏଇରେ ଆସିସି ଟି-ଟେଣ୍ଟି ବିଶ୍ବ କପରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ରହିଥିଲା । ଏହା ପରେ ସ୍ବଦେଶ ଫେରିଛି ଭାରତୀୟ ଟିମ । ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କଠାରୁ କଷ୍ଟମ ବିଭାଗ ୫ କୋଟି ଟଙ୍କାର ଦୁଇଟି ଘଣ୍ଟା ଜବତ କରିଥିଲା । ସେ ପୁଣି ୫ କୋଟିର ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏ ନେଇ ପାଣ୍ଡ୍ୟାଙ୍କୁ ପଚରାଯିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିବା ଜଣାପଡିଛି । ଘଣ୍ଟାକୁ ନେଇ ପାଣ୍ଡ୍ୟାଙ୍କ ପାଖରେ କିଛି ବିଲ ମଧ୍ୟ ନଥିଲା । ଫଳରେ ଅଡୁଆରେ ପଡିଛନ୍ତି ପାଣ୍ଡ୍ୟା । କଷ୍ଟମ ବିଭାଗ ହାର୍ଦ୍ଦିକଙ୍କ ଠାରୁ ଘଣ୍ଟା ନେଇଯାଇଥିବା ଜଣାପଡିଛି ।

ଏ ନେଇ ବିବାଦ ଭିତରେ ଆଜି ମୁହଁ ଖୋଲିଛନ୍ତି ହାର୍ଦ୍ଦିକ । ଜବତ ହୋଇଥିବା ଘଣ୍ଟା ୫ କୋଟିର ନୁହେଁ ୧ କୋଟି ୫୦ଲକ୍ଷର ସେ କହିଛନ୍ତି । ସାମାଜିକ ଗଣମାଧ୍ୟମରେ ମିଥ୍ୟା ଖବର ପ୍ରସାରିତ ହେଉଛି । ମୁଁ ଦୁବାଇରୁ ସବୁ ଜିନିଷ ଆଇନଗତ ଭାବରେ କିଣିଥିବା ଟ୍ବିଟ କରି କହିଛନ୍ତି ପାଣ୍ଡ୍ୟା ।

ନିକଟରେ ଶେଷ ହୋଇଥିବା ଟି-୨୦ ବିଶ୍ୱକପରେ ହାର୍ଦ୍ଦିକ ପ୍ରଦର୍ଶନ ଏକଦମ ଫ୍ଲପ୍ ଥିଲେ। ୩ଟି ଇନିଂସରେ ମାତ୍ର ୬୯ ରନ୍ କରିଥିଲେ। ଏପରିକି ସେ ବେଶୀ ଓଭର ବୋଲିଂ ମଧ୍ୟ କରିନଥିଲେ । ଯେଉଁ କାରଣରୁ ଟିମରେ ତାଙ୍କର ଅଲରାଉଣ୍ଡର ଭୂମିକାକୁ ନେଇ ପ୍ରଶ୍ନ ଉଠିଥିଲା । ନୈରାଶ୍ୟଜନକ ପ୍ରଦର୍ଶନ କାରଣରୁ ତାଙ୍କୁ ଆଗାମୀ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜରୁ ବାଦ୍ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Nov 16, 2021, 2:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.