ହାଇଦ୍ରାବାଦ: ଆରମ୍ଭ ହୋଇଛି ଆଇପିଏଲ୍ ୨୦୨୪ ପାଇଁ କାଉଣ୍ଟ ଡାଉନ୍ । ରବିବାର ବିଭିନ୍ନ ଦଳ ନିଜ ନିଜର ରିଟେନ୍ ଓ ରିଲିଜ୍ ଖେଳାଳି ତାଲିକା ପ୍ରକାଶ କରିଛନ୍ତି । ତେବେ ଏଥିରେ ଓଡ଼ିଆ ପ୍ରଶଂସକଙ୍କ ପାଇଁ ଏକ ନୈରାଶ୍ୟଜନକ ଖବର ଆସିଛି । ଗତ ୨ ସଂସ୍କରଣରେ କୌଣସି ଆଇପିଏଲ୍ ଦଳରେ ସ୍ଥାନ ପାଇଥିବା ଏକମାତ୍ର ଓଡ଼ିଆ ଖେଳାଳି ଶୁଭ୍ରାଂଶୁ ସେନାପତିଙ୍କୁ ଏଥର ଦଳରୁ ରିଲିଜ୍ କରିଦେଇଛି ଏମ୍ଏସ୍ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ୍ । ତେବେ ଶୁଭ୍ରାଂଶୁଙ୍କ ସମେତ ମୋଟ ୮ ଜଣ ଖେଳାଳିଙ୍କୁ ରିଲିଜ୍ କରିଛି ଚେନ୍ନାଇ । ଏଥର ମଧ୍ୟ ଦଳର ନେତୃତ୍ବ ନେଉଥିବା ନଜର ଆସିବେ କ୍ୟାପ୍ଟେନ୍ କୁଲ୍ ।
-
Yellove Again for the Summer of 2024! 🦁🔜 pic.twitter.com/x8f3d3vvON
— Chennai Super Kings (@ChennaiIPL) November 26, 2023 " class="align-text-top noRightClick twitterSection" data="
">Yellove Again for the Summer of 2024! 🦁🔜 pic.twitter.com/x8f3d3vvON
— Chennai Super Kings (@ChennaiIPL) November 26, 2023Yellove Again for the Summer of 2024! 🦁🔜 pic.twitter.com/x8f3d3vvON
— Chennai Super Kings (@ChennaiIPL) November 26, 2023
ଆଇପିଏଲ୍ ୨୦୨୪ ପାଇଁ ଆସନ୍ତା ଡିସେମ୍ବର ୧୯ରେ ହେବାକୁ ଯାଉଛି ନିଲାମ ପ୍ରକ୍ରିୟା । ତେବେ ଏହି ନିଲାମ ପୂର୍ବରୁ ନଭେମ୍ବର ୨୬ ତାରିଖ ସୁଦ୍ଧା ସମସ୍ତ ଫ୍ରାଞ୍ଚାଇଜ୍ କେଉଁ ଖେଳାଳିଙ୍କୁ ଦଳରୁ ରିଲିଜ୍ କରିବେ ଓ କାହାକୁ ରଖିବେ ସେନେଇ ତାଲିକା ପ୍ରକାଶ କରିବାକୁ କୁହାଯାଇଥିଲା । ଏହି କ୍ରମରେ ରବିବାର ବିଭିନ୍ନ ଦଳ ସେମାନଙ୍କର ଖେଳାଳି ସୂଚୀ ପ୍ରଦାନ କରିଛନ୍ତି । ଏଥିରେ ଶୁଭ୍ରାଂଶୁ ସେନାପତିଙ୍କୁ ଚେନ୍ନାଇ ରିଲିଜ୍ କରିଥିବା ଜଣାପଡ଼ିଛି । ଆଇପିଏଲ୍ ୨୦୨୨ ପୂର୍ବରୁ ହୋଇଥିବା ମିନି ଅକ୍ସନରେ ଶୁଭ୍ରାଂଶୁ ସେନାପତିଙ୍କୁ ତାଙ୍କ ବେସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କାରେ କିଣିଥିଲା ସିଏସ୍କେ । ସେ ଆଇପିଏଲ୍ ୨୦୨୩ ପାଇଁ ମଧ୍ୟ ଦଳରେ ରିଟେନ୍ ହୋଇଥିଲେ । ହେଲେ ଦୁଇ ବର୍ଷରେ ସେ ଗୋଟିଏ ବି ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇନାହାନ୍ତି ।
-
Anbuden Nandri to the Singams who made us whistle from our hearts! 🥳💛
— Chennai Super Kings (@ChennaiIPL) November 26, 2023 " class="align-text-top noRightClick twitterSection" data="
🔗 https://t.co/wjZQ88dLxt#WhistlePoduForever pic.twitter.com/jX170TRPnZ
">Anbuden Nandri to the Singams who made us whistle from our hearts! 🥳💛
— Chennai Super Kings (@ChennaiIPL) November 26, 2023
🔗 https://t.co/wjZQ88dLxt#WhistlePoduForever pic.twitter.com/jX170TRPnZAnbuden Nandri to the Singams who made us whistle from our hearts! 🥳💛
— Chennai Super Kings (@ChennaiIPL) November 26, 2023
🔗 https://t.co/wjZQ88dLxt#WhistlePoduForever pic.twitter.com/jX170TRPnZ
ସିଏସ୍କେ ରିଲିଜ୍ ଖେଳାଳି: ଅମ୍ବାତି ରାୟୁଡୁ (ରିଟାୟାର୍ଡ), ବେନ୍ ଷ୍ଟୋକ୍ସ, ଡ୍ବେନ୍ ପ୍ରିଟୋରିୟସ, ଭଗତ ବର୍ମା, ଶୁଭ୍ରାଂଶୁ ସେନାପତି, କାଇଲ ଜାମିସନ, ଆକାଶ ସିଂହ, ସିସନ୍ଦ ମଗଲ
ସବୁଠାରୁ ବଡ଼ କଥା ହେଲା ୪୦ ବର୍ଷୀୟ ମହେନ୍ଦ୍ର ସିଂହ ଧୋନୀଙ୍କୁ ଦଳରେ ରିଟେନ୍ କରିଛି ସିଏସ୍କେ । ଯୁବ ତାରକା ଋତୁରାଜ ଗାଏକ୍ୱାଡ୍, ଶିଭମ ଦୁବେ ଓ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ସହିତ ଅଭିଜ୍ଞ ମୋଇନ ଅଲ୍ଲୀଙ୍କୁ ମଧ୍ୟ ରିଟେନ କରିଛି ଦଳ । ତେବେ ୮ ଜଣ ଖେଳାଳିଙ୍କୁ ରିଲିଜ୍ କରିବା ପରେ ଆଗାମୀ ମିନି ଅକ୍ସନ ପାଇଁ ଚେନ୍ନାଇ ପର୍ସରେ ୩୨.୧ କୋଟି ଟଙ୍କା ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ