ETV Bharat / sports

IPL ୨୦୨୨: ମାର୍ଚ୍ଚ ୧୪ରୁ ଅଭ୍ୟାସ ଆରମ୍ଭ କରିବେ କ୍ରିକେଟର୍ସ - IPL ୨୦୨୨ ଲାଟେଷ୍ଟ ଖବର

ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହେବ IPL ୨୦୨୨ । ଏନେଇ ବିଧିବଦ୍ଧ ଭାବରେ ଘୋଷଣା ହୋଇଛି । ଏହାପୂର୍ବରୁ ମାର୍ଚ୍ଚ ୧୪ ବା ୧୫ ତାରିଖରୁ ଅଭ୍ୟାସ ଆରମ୍ଭ କରିବେ ସମସ୍ତ ୧୦ଟି ଦଳ । ଅଧିକ ପଢ଼ନ୍ତୁ

IPL ୨୦୨୨: ମାର୍ଚ୍ଚ ୧୪ରୁ ଅଭ୍ୟାସ ଆରମ୍ଭ କରିବେ କ୍ରିକେଟର

author img

By

Published : Mar 2, 2022, 3:23 PM IST

ନୂଆଦିଲ୍ଲୀ: ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହେବ IPL ୨୦୨୨ । ଏନେଇ ବିଧିବଦ୍ଧ ଭାବରେ ଘୋଷଣା ହୋଇଛି । ଏହାପୂର୍ବରୁ ମାର୍ଚ୍ଚ ୧୪ ବା ୧୫ ତାରିଖରୁ ଅଭ୍ୟାସ ଆରମ୍ଭ କରିବେ ସମସ୍ତ ୧୦ଟି ଦଳ । ଏହାକୁ ନେଇ ମହାରାଷ୍ଟ୍ର ସରକାର ଓ ବିସିସିଆଇ ମଧ୍ୟରେ ବୁଧବାର ଏକ ବୈଠକ ହୋଇଥିଲା ।

ମାର୍ଚ୍ଚ ୮ ତାରିଖରୁ IPL ୨୦୨୨ରେ ଭାଗ ନେବାକୁ ଥିବା କ୍ରିକେଟର ମୁମ୍ବାଇରେ ପହଞ୍ଚିବେ । ନିଜ ନିଜର ବାୟୋବବଲରେ ଯୋଗ ଦେବା ପୂର୍ବରୁ କ୍ରିକେଟରଙ୍କୁ ୩ରୁ ୫ ଦିନ କ୍ବାରେଣ୍ଟିନରେ ରହିବାକୁ ହେବ । ଖାଲି ସେତିକି ନୁହେଁ ମୁମ୍ବାଇରେ ପହଞ୍ଚିବା ପୂର୍ବରୁ କ୍ରିକେଟରଙ୍କୁ RTPCR ଟେଷ୍ଟ କରାଇବାକୁ ହେବ । ମୁମ୍ବାଇ ପହଞ୍ଚିବାର ୪୮ ଘଣ୍ଟା ପୂର୍ବରୁ ଏହି ଟେଷ୍ଟ କରାଇଥିବା ଆବଶ୍ୟକ ।

ଖେଳାଳିମାନେ ପହଞ୍ଚିବା ପରେ କ୍ବାରେଣ୍ଟିନରେ ଥିବା ବେଳେ ୩ ଥର RTPCR ଟେଷ୍ଟ କରାଇବେ । କ୍ବାରେଣ୍ଟିନରେ ରହିଥିବା ବେଳେ ପ୍ରଥମ, ତୃ଼ତୀୟ ଓ ପଞ୍ଚମ ଦିନର ଏହି ଟେଷ୍ଟ କରାଇବାକୁ ହେବ । ତିନୋଟିଯାକ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ କ୍ରିକେଟରମାନେ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ପାରିବେ ।

ଅଭ୍ୟାସ ପାଇଁ ଥାନେର ଏମ୍‌ସିଏ ଗ୍ରାଉଣ୍ଡ, ରିଲାୟନ୍ସ କର୍ପୋରେଟ ପାର୍କ, ନଭି ମୁମ୍ବାଇରେ ଥିବା ୫ଟି ଗ୍ରାଉଣ୍ଡ ବ୍ୟବସ୍ଥା କରାଯାଇଛି । ଏଠାରେ ସମସ୍ତ ୧୦ଟି ଦଳ ଅଭ୍ୟାସ କରିବେ । ମୁମ୍ବାଇ ଓ ପୁନେରେ ଥିବା ୪ଟି ଭେନ୍ୟୁରେ IPL ୨୦୨୨ ଖେଳାଯିବ । ଏହି ସିଜିନରେ ମୋଟ ୭୦ଟି ଲିଗ୍‌ ମ୍ୟାଚ୍‌ ଖେଳାଯିବ । କେଉଁ ଷ୍ଟାଡିୟମରେ ପ୍ଲେ ଅଫ୍‌ ମ୍ୟାଚ୍‌ ଖେଳାଯିବ ତାହାକୁ ନେଇ କୌଣସି ନିଷ୍ପତ୍ତି ହୋଇ ନାହିଁ ।

@ani

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.