ETV Bharat / sports

କୋରୋନା ଛଡାଇନେଲା କ୍ରିକେଟର ବେଦା କ୍ରୀଷ୍ଣାମୂର୍ତ୍ତୀଙ୍କ ମା'ଙ୍କ ଜୀବନ

author img

By

Published : Apr 24, 2021, 4:33 PM IST

କୋରୋନାରେ ପ୍ରାଣ ହରାଇଲେ ଭାରତୀୟ ମହିଳା କ୍ରିକେଟର ବେଦା କ୍ରୀଷ୍ଣାମୂର୍ତ୍ତୀଙ୍କ ମା' । ଅଧିକ ପଢନ୍ତୁ...

Cricketer Veda Krishnamurthy's mother Cheluvamba dies due to corona
କୋରୋନା ଛଡାଇନେଲା କ୍ରିକେଟର ବେଦା କ୍ରୀଷ୍ଣାମୂର୍ତ୍ତୀଙ୍କ ମା'ଙ୍କ ଜୀବନ

ଚିକମାଗାଲୁରରୁ(କର୍ଣ୍ଣାଟକ): ମହାମାରୀ କୋରୋନାର ପ୍ରକୋପ କମିବାରେ ନାଁ ନେଉନି । ଅକାଳରେ ଚାଲିଯାଉଛି ଅନେକ ଜୀବନ । ମୃତ୍ୟୁ ପଞ୍ଝାରୁ ବାଦ୍‌ ପଡୁନାହାନ୍ତି, ଧନୀ, ଗରିବ, ସେଲିବ୍ରେଟି, ରାଜନେତା କି ଦେଶର ପ୍ରତିଷ୍ଠିତ ବ୍ୟକ୍ତି । ଦେଶତମାମରୁ ଏପରି ଖବର ଆସିବାରେ ଲାଗିଛି । ସଦ୍ୟତମ ମୃତ୍ୟୁ ଖବର ଦେଶର ଜଣେ ଷ୍ଟାର କ୍ରିକେଟରଙ୍କ ପରିବାରରୁ ଆସିଛି ।

Cricketer Veda Krishnamurthy's mother Cheluvamba dies due to corona
ବେଦା କ୍ରୀଷ୍ଣାମୂର୍ତ୍ତୀଙ୍କ ମା

କୋରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି ଭାରତୀୟ ମହିଳା କ୍ରିକେଟର ବେଦା କ୍ରୀଷ୍ଣାମୂର୍ତ୍ତୀଙ୍କ ମା' ଚେଲୁଭାମ୍ବା । କର୍ଣ୍ଣାଟକର ଚିକମାଗାଲୁରରୁ ଜିଲ୍ଲାର କାଦୁରୁ ତଲୁକରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ବେଦାଙ୍କ ମା' ।

ମା'ଙ୍କ ସହ ବେଦା

ଚେଲୁଭାମ୍ବା କାଦୁରୁର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ 63 ବର୍ଷ ବୟସ ହୋଇଥିଲା । 4ଦିନ ତଳେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ଭାରତୀୟ ମହିଳା କ୍ରିକେଟ ଟିମର ପ୍ରମୁଖ ଖେଳାଳି ରହିଛନ୍ତି ବେଦା କ୍ରୀଷ୍ଣାମୂର୍ତ୍ତୀ । କର୍ଣ୍ଣାଟକର ଚିକମାଗାଲୁରରୁ ଜିଲ୍ଲାର ଏକ ଛୋଟ ସହର କାଦୁରୁରେ ବେଦାଙ୍କ ଘର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.