ETV Bharat / sports

ଶିଖର ଧାଓ୍ବନ ଓ ଆୟେଶା ମୁଖାର୍ଜୀଙ୍କ ହେଲା ଛାଡପତ୍ର, ପୁଅକୁ ଭେଟି ପାରିବେ ଶିଖର

author img

By ETV Bharat Odisha Team

Published : Oct 5, 2023, 10:50 AM IST

ଆୟେଶା ମୁଖାର୍ଜୀଙ୍କୁ ଛାଡପତ୍ର ଦେଲେ ଶିଖର ଧାଓ୍ବନ । ଶିଖର ଧାଓ୍ବନଙ୍କ ଆବେଦନକୁ ଗ୍ରହଣ କଲେ କୋର୍ଟ । ଅଧିକ ପଢ଼ନ୍ତୁ

Cricketer Shikhar Dhawan
Cricketer Shikhar Dhawan

ନୂଆଦିଲ୍ଲୀ: ଅଲଗା ହେଲେ କ୍ରିକେଟର ଶିଖର ଧାଓ୍ବନ ଓ ତାଙ୍କ ପତ୍ନୀ ଆୟେଶା ମୁଖାର୍ଜୀ । ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଛି । ଦିଲ୍ଲୀ ପଟିଆଲା ହାଉସକୋର୍ଟ ଧାଓ୍ବନ ଓ ଆୟେଶାଙ୍କ ଛାଡ଼ପତ୍ରକୁ ମଞ୍ଜୁରୀ ଦେଇଛନ୍ତି । ଧାୱନ ଦେଇଥିବା ଛାଡ଼ପତ୍ର ଆବେଦନର ସମସ୍ତ ଅଭିଯୋଗକୁ ଗ୍ରହଣ କରିଛନ୍ତି କୋର୍ଟ । ଆୟେଶା ମୁଖାର୍ଜୀ ମଧ୍ୟ ଏହି ଅଭିଯୋଗକୁ ବିରୋଧ କରିନଥିଲେ । ଧାଓ୍ବନଙ୍କଠାରୁ ଅଲଗା ହୋଇ ତାଙ୍କ ପୁଅ ଜୋରାବର ଆୟେଶାଙ୍କ ପାଖରେ ରହୁଥିଲେ । ପୁଅ ଠାରୁ ବର୍ଷ ବର୍ଷ ଧରି ଅଲଗା ରହିବାରୁ ଧାଓ୍ବନ ମାନସିକ ନିର୍ଯାତନା ପାଇଥିବା କୋର୍ଟ କହିଛନ୍ତି ।

କ୍ରିକେଟର ଶିଖର ଧାଓ୍ବନଙ୍କୁ ତାଙ୍କ ସ୍ତ୍ରୀ ଆୟେଶା ମୁଖାର୍ଜୀ ମାନସିକ ନିର୍ଯାତନା ଦେଇଥିବା ସେ କୋର୍ଟରେ ଆବେଦନ କରିଥିଲେ । ଯାହାକୁ ଗ୍ରହଣ କରିଛନ୍ତି ପଟିଆଲା ହାଉସ କୋର୍ଟର ଜଜ ହରିଶ କୁମାର । ସମ୍ପୂର୍ଣ୍ଣ ଅଭିଯୋଗକୁ ଆୟେଶା ମୁଖାର୍ଜୀ ବିରୋଧ କରିନଥିବା ବେଳେ ନିଜକୁ ରକ୍ଷା କରିବାରେ ବିଫଳ ମଧ୍ୟ ହୋଇଛନ୍ତି । ତେଣୁ କୋର୍ଟ ଧାଓ୍ବନଙ୍କ ଅଭିଯୋଗକୁ ସ୍ବିକାର କରି ଛାଡ଼ପତ୍ର ଆବେଦନକୁ ମଞ୍ଜୁରୀ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଧାୱନଙ୍କ ପତ୍ନୀ ଆୟେଶାଙ୍କୁ କୋର୍ଟଙ୍କ ତାଗିଦ, ସୋସିଆଲ ମିଡିଆରେ କରୁଥିଲେ ବିବାଦୀୟ ପୋଷ୍ଟ୍‌

ପୁଅର ଜିମା କାହାରିକୁ ମିଳିନଥିବାରୁ କୋର୍ଟ ଜୋରାବରଙ୍କୁ ଭେଟିବା ଓ ଭିଡିଓ କଲ୍ ମାଧ୍ୟମରେ କଥାବାର୍ତ୍ତା କରିବାକୁ ଧାଓ୍ବାନଙ୍କୁ ଅନୁମତି ଦେଇଛନ୍ତି । ଉଭୟ ଭାରତ ଓ ଅଷ୍ଟ୍ରେଲିଆରେ ସେ ପୁଅକୁ ଭେଟିପାରିବେ ବୋଲି କହିଛନ୍ତି କୋର୍ଟ । ସ୍କୁଲ ଛୁଟି ଦିନରେ ଧାୱନ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସହ ଜୋରାବର ଭାରତ ଆସି ଛୁଟି ବିତାଇବାକୁ ଅନୁମତି ଦେବାକୁ କୋର୍ଟ ଆୟେଶାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଛାଡ଼ପତ୍ର ମାମଲା ଚାଲିଥିବା ବେଳେ ଶିଖର ଧାୱନ କୋର୍ଟରେ ଏକ ମାମଲା ଦାଖଲ କରିଥିଲେ । ତାଙ୍କ ପତ୍ନୀ ଆୟେଶା ତାଙ୍କର ଚରିତ୍ର ସଂହାର କରୁଥିବା ସେ କୋର୍ଟରେ ଅଭିଯୋଗ କରିଥିଲେ । ତେବେ ଏହି ମାମଲାରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ରାୟ ଶୁଣାଇ ଆୟେଶା ମୁଖାର୍ଜୀଙ୍କୁ ଧାୱନଙ୍କ ନାମରେ ବିବାଦୀୟ ବୟାନ ନଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଶିଖର ଧାୱନ ଏବଂ ଆୟେଶା ମୁଖାର୍ଜୀଙ୍କ 2012ରେ ପ୍ରେମ ବିବାହ ହୋଇଥିଲା। 2014ରେ ଆୟେଶା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ଯାହାଙ୍କ ନାମ ରଖଛନ୍ତି ଜୋରାବର । ତେବେ ବିବାବହର କିଛି ଦିନ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲିଥିଲା । ହେଲେ ବର୍ଷ 2020ରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଏହାପରେ ଉଭୟ ଛାଡ଼ପତ୍ର ନେବାକୁ ନିଷ୍ପତ୍ତି ନେଇଥିଲେ । ଶିଖର ଧାୱନଙ୍କୁ ଆୟେଶା ଦ୍ବିତୀୟ ବିବାହ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.