ETV Bharat / sports

ଠକାମୀର ଶିକାର ହେଲେ ଦୀପକ ଚହରଙ୍କ ପତ୍ନୀ, ଏତିକି ଟଙ୍କା ଚୂନ ଲଗାଇଲା ଅଭିଯୁକ୍ତ

ଟିମ ଇଣ୍ଡିଆର ଫାଷ୍ଟ ବୋଲର ଦୀପକ ଚହରଙ୍କ ପତ୍ନୀ ଜୟା ଭରଦ୍ବାଜଙ୍କ ଏକ ବ୍ୟବସାୟ ମାମଲାରେ ୧୦ ଲକ୍ଷ ଟଙ୍କା ପାଣିରେ ପଡିଛି । ଅଧିକ ପଢନ୍ତୁ

author img

By

Published : Feb 3, 2023, 9:01 PM IST

ଦୀପକ ଚହର ଓ ପତ୍ନୀ ଜୟା ଭରଦ୍ବାଜ
ଦୀପକ ଚହର ଓ ପତ୍ନୀ ଜୟା ଭରଦ୍ବାଜ

ହାଇଦ୍ରାବାଦ : ଠକାମୀର ଶିକାର ହେଲେ ଟିମ୍‌ ଇଣ୍ଡିଆର ଫାଷ୍ଟ ବୋଲର ଦୀପକ ଚହରଙ୍କ ପତ୍ନୀ ଜୟା ଭରଦ୍ବାଜ । ଟିମ୍‌ ଇଣ୍ଡିଆର ଫାଷ୍ଟ ବୋଲର ଦୀପକ ଚହରଙ୍କ ପତ୍ନୀ ଜୟା ଭରଦ୍ବାଜ ବ୍ୟବସାୟ ମାମଲାରେ ୧୦ ଲକ୍ଷ ଟଙ୍କା ପାଣିରେ ପଡିଛି । ଏହି ମାମଲାରେ ଦୀପକ ଚହରଙ୍କ ପିତା ଲୋକେନ୍ଦ୍ର ଚହର ହାଇଦ୍ରାବାଦ କ୍ରିକେଟ ଆସୋସିଏସନର ରାଜ୍ୟ କ୍ରିକେଟ ଟିମର ପୂର୍ବତନ ପ୍ରବନ୍ଧକ ଏବଂ ତାଙ୍କ ପୁଅ ବିରୋଧରେ ଏକ ମାମଲା ରୁଜୁ କରିଛନ୍ତି । ଦୀପକ ଚହରଙ୍କ ପତ୍ନୀ ଜୟା ଭରଦ୍ବାଜ ଚହରଙ୍କଠାରୁ ବ୍ୟବସାୟ ନାମରେ ଠକାମୀ ହୋଇଥିବା ନେଇ ମାମଲା ରୁଜୁ ହୋଇଛି । ଏହି ମାମଲାରେ ହରିପର୍ବତ ଥାନା ପୋଲିସ ଏତଲା ଆଧାରରେ ତଦନ୍ତ ଆରମ୍ଭ କରିଛି ।

ଶାହଗଞ୍ଜ ଥାନା ମାନସରବର କଲୋନୀନିବାସୀ ଲୋକେନ୍ଦ୍ର ଚହର ହେଉଛନ୍ତି ଅନ୍ତର୍ଜାତୀୟ କ୍ରିକେଟର ଦୀପକ ଚହରଙ୍କ ପିତା । ସେ ଏହି ଠକାମୀ ମାମଲାରେ ହରିପର୍ବତ ଥାନାରେ ଏତଲା ଦାଖଲ କରିଛନ୍ତି । ଲୋକେନ୍ଦ୍ର ଚହର ଅଭିଯୋଗ କରିଛନ୍ତି ଯେ, ଦୀପକ ଚହର ପତ୍ନୀ ଜୟା ଭରଦ୍ବାଜ ବ୍ୟବସାୟ ନାମରେ ଠକାମୀର ଶିକାର ହୋଇଛନ୍ତି । ଅଭିଯୁକ୍ତ ହେଲେ ହାଇଦ୍ରାବାଦନିବାସୀ କମଲେସ ପାରିଖଙ୍କ ପୁଅ ଧ୍ରୁବ ପାରିଖ । ଧ୍ରୁବ ପାରିଖ ଦ୍ବାରା ପିତା କମଲେସ ପାରିଖଙ୍କ ଜୋତା ବ୍ୟବସାୟରେ ଜୟା ଭରଦ୍ବାଜଙ୍କ ସହିତ ପାର୍ଟନରସିପ କରିଥିଲେ । ଏହାପରେ ଆକାଉଣ୍ଟ ମାଧ୍ୟମରେ ଜୟା ଭରଦ୍ବାଜ ତାଙ୍କୁ ୧୦ ଲକ୍ଷ ଟଙ୍କା ଦେଇଥିଲେ । ଏହାପରେ ୧୦ ଲକ୍ଷ ଟଙ୍କା ନେଇଥିବା ବାପ ପୁଅଙ୍କର କୌଣସି ବ୍ୟବସାୟ ନଥିବା ବେଳେ ଉଭୟ ଏହି ଟଙ୍କା ଆତ୍ମସାତ କରିଥିବା ଦୀପକ ଚହରଙ୍କ ବାପା ଅଭିଯୋଗ କରିଛନ୍ତି ।

ଜୟା ଭରଦ୍ବାଜ ୨୦୨୨ ଅକ୍ଟୋବର ୭ ତାରିଖରେ ୧୦ ଲକ୍ଷ ଟଙ୍କା ଅଭିଯୁକ୍ତଙ୍କ ଆକାଉଣ୍ଟକୁ ପଠାଇଥିଲେ । ଏହାପରେ ଧ୍ରୁବ ପାରିଖଙ୍କୁ ଜୋତା ବ୍ୟବସାୟ ବାବଦରେ ବାରମ୍ବାର ପଚାରିଥିଲେ ଜୟା ଭରଦ୍ବାଜ । ହେଲେ ବ୍ୟବସାୟ ବାବଦରେ କୌଣସି ସୂଚନା ଦେଇ ପାରିନଥିଲେ ଅଭିଯୁକ୍ତ ଧ୍ରୁବ ପାରିଖ । ଏହାପରେ ପାର୍ଟନରସିପ ପାଇଁ ୧୦ ଲକ୍ଷ ଟଙ୍କା ଦେଇଥିବା ଜୟା ଧ୍ରୁବଙ୍କୁ ୧୦ ଲକ୍ଷ ଟଙ୍କା ଫେରାଇ ଦେବା ପାଇଁ କହିଥିଲେ । ହେଲେ ଅଭିଯୁକ୍ତ ତାହା ମଧ୍ୟ କରିନଥିଲେ । ଏନେଇ ଦୀପକ ଚହରଙ୍କ ପିତା ଲୋକେନ୍ଦ୍ର ଚହର ଅଭିଯୋଗ ଆଣିଛନ୍ତି ଯେ, ଟଙ୍କା ଫେରସ୍ଥ ନେଇ କହିବା ପରେ ଅଭିଯୁକ୍ତ ସେମାନଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଛନ୍ତି । ତେବେ ହରିପର୍ବତ ଥାନା ପ୍ରଭାରୀ ଅରବିନ୍ଦ କୁମାର କହିଛନ୍ତି ଏତଲା ଆଧାରରେ ଘଟଣାର ଯାଞ୍ଚ କରାଯାଇ କୋର୍ଟରେ ମାମଲା ଦାଖଲ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.