ETV Bharat / sports

‘ହଳେ 3-ଡି ଚଷମା କିଣିଛି, ବିଶ୍ୱକପ୍ ଦେଖିବି’ - dropped

ହଳେ 3-ଡି ଚଷମା କିଣିଛି ବିଶ୍ୱକପ୍ ଦେଖିବି ବୋଲି କହିଛନ୍ତି ବିଶ୍ବକପ ଦଳରୁ ଅଳ୍ପକେ ବାଦ ପଡଥିବା ବ୍ୟାଟ୍ସମ୍ୟାନ ଅମ୍ବାତି ରାଇଡୁ । ଟ୍ବିଟ୍ କରି ଲେଖିଛନ୍ତି (just orderd a pair of 3d glasses to watch the world cup)।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Apr 16, 2019, 8:26 PM IST

ନୂଆଦିଲ୍ଲୀ: ବିଶ୍ୱକପରେ ଅମ୍ବାତି ରାୟଡୁଙ୍କ ସ୍ଥାନରେ ବିଜୟ ଶଙ୍କର ନାଁ ଘୋଷଣା ହେବା ପରେ ବିଶ୍ବକପ୍ ଦେଖିବା ପାଇଁ 3-ଡି ଚଷମା ଅର୍ଡର କରିଛନ୍ତି ଅମ୍ବାତି ରାଇଡୁ। 33 ବର୍ଷୀୟ ରାଇଡୁଙ୍କ ସ୍ଥାନରେ ଅଲରାଉଣ୍ଡର ଶଙ୍କରଙ୍କୁ ପ୍ରାଧାନ୍ୟ ଦେଇଛି ବିସିସିଆଇ। ତେବେ ସୋମବାର ଦଳ ଘୋଷଣା ପରେ ମଙ୍ଗଳବାର ଟ୍ୱିଟ କରି ରାଇଡୁ ଲେଖିଛନ୍ତି ‘‘ହଳେ 3-ଡି ଚଷମା କିଣିଛି ବିଶ୍ୱକପ୍ ଦେଖିବି ବୋଲି (just orderd a pair of 3d glasses to watch the world cup)।’’

  • Just Ordered a new set of 3d glasses to watch the world cup 😉😋..

    — Ambati Rayudu (@RayuduAmbati) April 16, 2019 " class="align-text-top noRightClick twitterSection" data=" ">

କିଛିମାସ ତଳେ ଅଧିନାୟକ କୋହଲି ରାଇଡୁଙ୍କୁ ଚାରି ନମ୍ବର ବ୍ୟାଟ୍ସମ୍ୟାନ ଭାବେ ଖେଳାଇବା ପାଇଁ ଏକପ୍ରକାର ନିଶ୍ଚିତ ଥିବା ବେଳେ ଦଳ ଘୋଷଣା ପରେ ନିରାଶ ହୋଇଛନ୍ତି ରାୟଡୁ।

ସେପଟେ ରାଇଡୁଙ୍କ ବାଦ ପଡିବା ନେଇ ଚୟନକମିଟି ମୁଖ୍ୟ ଏମଏସକେ ପ୍ରସାଦ କହିଛନ୍ତି ଯେ ‘‘ରାୟଡୁଙ୍କୁ ଅନେକ ସୁଯୋଗ ଦିଆଗଲା, କିନ୍ତୁ ସେ ନିଜକୁ ପ୍ରମାଣିତ କରିବାରେ ସେତେଟା ସଫଳ ହୋଇ ପାରିଲେ ନାହିଁ। ତେବେ ବିଜୟ ଶଙ୍କରଙ୍କ ପାଖରେ ତିନୋଟି ଯାକ କ୍ଷେତ୍ରରେ ଦକ୍ଷତା ରହିଛି। ସେ ବ୍ୟାଟିଂ କରି ପାରିବେ, ବୋଲିଂ କରି ପାରିବେ, ସେ ଜଣେ ଭଲ ଫିଲ୍ଡର ମଧ୍ୟ, ତେଣୁ ଶଙ୍କରଙ୍କୁ ଆମେ 4 ନମ୍ବରରେ ଖେଳାଇବା ନେଇ ଚିନ୍ତା କରିଛୁ।’’

5 ମ୍ୟାଚ ବିପକ୍ଷ ଅଷ୍ଟ୍ରେଲିଆ ସିରିଜରେ ତିନୋଟି ମ୍ୟାଚରେ ଦୁର୍ବଳ ପ୍ରଦର୍ଶନ ପାଇଁ ବୋଧହୁଏ ରାଇଡୁଙ୍କୁ ଇଂଲଣ୍ଡ ଟିକେଟ ମିଳିଲା ନାହିଁ। ଆଇପିଏଲରେ ମଧ୍ୟ ରାଇଡୁ ସେତେଟା ଭଲ ପ୍ରଦର୍ଶନ କରି ପାରି ନାହାନ୍ତି ଯେମିତି ସେ କରିବାକୁ ଚାହୁଁଛନ୍ତି। କିଛିଟା ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ, ତାହା ରାଇଡୁଙ୍କୁ ବିଶ୍ବକପ ଟିକେଟ ଦେବା ପାଇଁ ଯଥେଷ୍ଟ ହେଲା ନାହିଁ।

Intro:Body:

ନବୀନଙ୍କ ରାଜ୍ୟରେ ଯୋଗୀଙ୍କ ଗର୍ଜନ

ଅନୁଗୋଳ: ଜିଲ୍ଲାରେ ଗର୍ଜିଲେ ୟୁପି ସିଏମ ଯୋଗୀ ଆଦିତ୍ୟନାଥ । ନିର୍ବାଚନ ପ୍ରଚାରରେ ଆସି ରାଜ୍ୟ ସରକାର ଓ କଂଗ୍ରେସ ଉପରେ ଗର୍ଜିଛନ୍ତି ଯୋଗୀ ଆଦିତ୍ୟ ନାଥ। ଆଜି ଅପରାହ୍ନରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ଅନୁଗୋଳରେ ପହଞ୍ଚି ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ ।

ନବୀନଙ୍କ ରାଜ୍ୟରେ ଜୋରଦାର ବର୍ଷିଛନ୍ତି ଯୋଗୀ। କହିଛନ୍ତି ଯେ, 'ପ୍ରାକୃତିକ ସମ୍ପଦରେ ଭରପୁର ଓଡ଼ିଶାକୁ ଚଳାଇବାକୁ ଉଚିତ ନେତୃତ୍ଵ ନଥିବାରୁ ଏଠାରେ ବେରୋଜଗାରୀ ବଢିଛି । ଯୁବଶକ୍ତି ବାହାର ରାଜ୍ୟରେ ଦାଦନ ଖଟୁଛି । କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ଯୋଗୁଁ ଦେଶର ଉନ୍ନତି ହୋଇଛି'। 

ରେଳପଥ ସମ୍ପ୍ରସାରଣ ଠାରୁ ଉଡାଣ ଯୋଜନା ଦେଶରେ କାର୍ଯ୍ୟକାରୀ ହେଉଛି । ଆତଙ୍କବାଦୀ ଦମନ ପାଇଁ ଶତ୍ରୁ ଦେଶରେ ପଶି ଆମ ସେନା ନିପାତ କରିପାରିଛି। କୃଷକ, ଶ୍ରମିକ, ମହିଳା ସମସ୍ତଙ୍କ ଉନ୍ନତି ପାଇଁ ଯୋଜନା କାର୍ଯ୍ୟକାରୀ ହେଉଛି। ସାରା ଦେଶ ଏବେ ଚାହୁଁଛି ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହୁଅନ୍ତୁ। 

ଓଡ଼ିଶାରେ ମଧ୍ୟ ବିଜେପି ସରକାର କରିବାକୁ ଯାଉଛି। ଡବଲ ଇଞ୍ଜିନ ସରକାର ହେଲେ ଦେଶର ଉନ୍ନତି ହେବା ସହ ଓଡ଼ିଶାର ମଧ୍ୟ ଉନ୍ନତି ହେବ । ତେଣୁ ସମସ୍ତ ଏମପି ପ୍ରାର୍ଥୀଙ୍କୁ ପଦ୍ମ ଫୁଲ ଚିହ୍ନରେ ଭୋଟ ଦେଇ ବିଜୟୀ କରାଇବା ସହ ସବୁ ବିଧାୟକ ପ୍ରାର୍ଥୀଙ୍କୁ ମଧ୍ୟ ଜିତାଇଲେ ଡବଲ ଇଞ୍ଜିନ ସରକାର ଚାଲିପାରିବ ବୋଲି ଯୋଗୀ ଲୋକଙ୍କୁ ନିବେଦନ କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.