ETV Bharat / sports

Cricket World Cup 2023: ଆଜି ନ୍ୟୁଜିଲାଣ୍ଡ ଓ ନେଦରଲାଣ୍ଡ୍ସ ମୁକାବିଲା, ଖେଳିବେନି କେନ୍‌ ୱିଲିୟମସନ୍‌

author img

By ETV Bharat Odisha Team

Published : Oct 9, 2023, 11:22 AM IST

ବିଶ୍ବକପରେ ଆଜି ଦ୍ବିତୀୟ ମ୍ୟାଚ ଖେଳିବେ ନ୍ୟୁଜିଲାଣ୍ଡ ଓ ନେଦରଲାଣ୍ଡ୍ସ। ଦ୍ବିତୀୟ ବିଜୟ ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ । ଅଧିକ ପଢ଼ନ୍ତୁ

Cricket World Cup
Cricket World Cup

ହାଇଦ୍ରାବାଦ: ଜାରି ରହିଛି ବିଶ୍ବକପ ମହାସମର। ଆଜି ବିଶ୍ବକପରେ ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ନେଦରଲାଣ୍ଡ୍ସ । ଅଧିନାୟକ କେନ ୱିଲିୟମସନଙ୍କ ଅନୁପସ୍ଥିତି ସତ୍ତ୍ବେ ଡିଫେଣ୍ଡି ଚାମ୍ପିଅନ ଇଂଲଣ୍ଡକୁ ଉଦଘାଟନି ମ୍ୟାଚରେ ହରାଇ ବିଶ୍ବକପରେ ବିଜୟ ଅଭିଯାନ କରିଥିଲା ନ୍ୟୁଜିଲାଣ୍ଡ । ଡେଭେନ କନଓ୍ବେ ଓ ରଚିନ ରବିନ୍ଦ୍ର ଶତକୀୟ ପାଳି ଖେଳି ଦଳକୁ ବିଜୟୀ କରାଇଥିଲେ । ଦ୍ବିତୀୟ ମ୍ୟାଚରେ ମଧ୍ୟ ବିଜୟ ଅଭିଯାନ ଜାରି ରଖିବା ଲକ୍ଷ୍ୟରେ ରହିଛି ନ୍ୟୁଜିଲାଣ୍ଡ । ତେବେ ଆଜିର ମ୍ୟାଚରେ ନ୍ୟୁଜିଲାଣ୍ଡ ଟିମର ଅଧିନାୟକ କେନ ୱିଲିୟମସନ୍‌ ଓ ଟିମ୍‌ ସାଉଦି ମଧ୍ୟ ଖେଳିବେ ନାହିଁ । କିନ୍ତୁ ଲୋକି ଫର୍ଗୁସନ ମ୍ୟାଚ୍‌ ଖେଳିପାରନ୍ତି ବୋଲି କହିଛନ୍ତି ନ୍ୟୁଜିଲାଣ୍ଡର ମୁଖ୍ୟ କୋଚ । ଆଜି ଦିନ 2ଟା ସମୟରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ମ୍ୟାଚ୍‌ ଖେଳାଯିବ ।

ଅନ୍ୟପଟେ ବିଶ୍ବକପରେ ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ବିତୀୟ ମ୍ୟାଚ୍‌ ଖେଳିବ ନେଦରଲାଣ୍ଡ୍ସ । ପ୍ରଥମ ମ୍ୟାଚରେ ପାକିସ୍ତାନଠାରୁ ପରାଜିତ ହୋଇଥିବାରୁ ଆଜିର ମ୍ୟାଚରେ ବିଜୟୀ ହେବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଳାଇବ ନେଦରଲାଣ୍ଡ୍ସ । କିନ୍ତୁ ଏହି ଲକ୍ଷ୍ୟ ପୂରଣ ହେବା ସାମାନ୍ୟ କଷ୍ଟକର ହୋଇପାରେ । କିନ୍ତୁ ପୂର୍ବ ଭୁଲକୁ ସୁଧାରି ଦଳ ଆଜି ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି । ନ୍ୟୁଜିଲାଣ୍ଡ ପ୍ରଥମ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିଥିବା ଆଜିର ମ୍ୟାଚ୍‌ ପାଇଁ ନ୍ୟୁଜିଲାଣ୍ଡ ଖେଳାଳିଙ୍କ ମନୋବଳ ଦୃଢ ରହିଛି ।

ଏହା ମଧ୍ୟ ପଢନ୍ତୁ-Cricket World Cup: ଚେପକ ପିଚ୍ ଟେଷ୍ଟ ମ୍ୟାଚ ଟ୍ରାକ ପରି କହିଲେ ଜାଡେଜା

ନ୍ୟୁଜିଲାଣ୍ଡର ମୁଖ୍ୟ କୋଚ୍‌ ଗ୍ୟାରୀ ଷ୍ଟିଡ୍‌ କହିଛନ୍ତି ଯେ, ଏବେ ବି କେନ ୱିଲିୟମସନ୍‌ ଖେଳିବା ପାଇଁ ସମ୍ପୂର୍ଣ୍ଣ ଫିଟ ହୋଇ ନାହାନ୍ତି । ତେଣୁ ଆଜି ମଧ୍ୟ ଦଳର ନେତୃତ୍ବ ନେବେ ଟମ୍‌ ଲାଥମ୍‌ । କେନ୍‌ ୱିଲିୟମସନ୍‌ଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଧୀରେଧୀରେ ସୁଧାର ଆସୁଛି । ଦ୍ରୁତ ବୋଲର ଟିମ୍‌ ସାଉଦି ମଧ୍ୟ ଦଳରେ ସାମିଲ ନହେବାପରି ମନେ ହେଉଛି । ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିବାରୁ ସେ ଧୀରେଧୀରେ ସୁସ୍ଥ ହେଉଛନ୍ତି । ଦ୍ରୁତ ବୋଲର ଲୋକି ଫର୍ଗୁସନ ଆଜିର ମ୍ୟାଚ୍‌ ଖେଳିପାରନ୍ତି ।

ଅକ୍ଟୋବର 5 ତାରିଖରେ ବିଶ୍ବକପର ଉଦଘାଟନି ମ୍ୟାଚ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିଲା । ନ୍ୟୁଜିଲାଣ୍ଡ ବିଜୟ ଲକ୍ଷ୍ୟରେ 283 ରନର ପିଛା କରି ମାତ୍ର 36 ଓଭରେ ଗୋଟିଏ ୱିକେଟ ହରାଇ ମ୍ୟାଚକୁ ଅକ୍ତିଆର କରିବାରେ ସଫଳ ହୋଇଥିଲା । ନ୍ୟୁଜିଲାଣ୍ଡ ବ୍ୟାଟର୍ସଙ୍କ ଯାଦୁରେ ଧରାସାୟୀ ହୋଇଥିଲା ଇଂଲଣ୍ଡ । ନ୍ୟୁଜିଲାଣ୍ଡ ଡେଭନ କନୱେ ଏବଂ ରଚିନ ରବୀନ୍ଦ୍ରଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଉଭୟେ ଶତକ ହାସଲ କରି ଦଳକୁ ବିଜୟୀ କରିଥିଲେ । ବିଶ୍ବକପର ଦ୍ବିତୀୟ ମ୍ୟାଚରେ ପାକିସ୍ତାନ ଓ ନେଦରଲାଣ୍ଡ ମଧ୍ୟରେ ମୁକାବିଲା ହୋଇଥିଲା । ଏଥିରେ ନେଦରଲାଣ୍ଡକୁ 81 ରନରେ ପରାସ୍ତ କରିଥିଲା ପାକିସ୍ତାନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.