ETV Bharat / sports

Cricket World Cup: ଏକାନା ଷ୍ଟାଡିୟମ ସହ ଆଫଗାନିସ୍ତାନର ରହିଛି ପୁରୁଣା ସମ୍ପର୍କ

author img

By ETV Bharat Odisha Team

Published : Oct 7, 2023, 12:47 PM IST

ବିଶ୍ବକପରେ ଅଫଗାନିସ୍ତାନକୁ ସୁହାଇବ ଏକାନା ଷ୍ଟାଡିୟମ । ପୂର୍ବରୁ ଏହି ଷ୍ଟାଡିୟମରେ ଏକାଧିକ ମ୍ୟାଚ ଖେଳିଛି ଆଫଗାନିସ୍ତାନ । ଅଧିକ ପଢନ୍ତୁ

Ekana Stadium
Ekana Stadium

ଲକ୍ଷ୍ନୌ: ଜାରି ରହିଛି ବିଶ୍ବକପ 2023 ମହାସମର । ଆଗକୁ ବିଶ୍ବକପରେ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଥିବା ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ ଷ୍ଟାଡିୟମରେ 5ଟି ମ୍ୟାଚ ଖେଳାଯିବ । ଏହି ଷ୍ଟାଡିୟମ ଅଫଗାନିସ୍ତାନ ପାଇଁ ବେଶ ସ୍ବତନ୍ତ୍ର ବହନ କରୁଛି । ପୂର୍ବରୁ ଅନେକ ମ୍ୟାଚ ଏହି ଗ୍ରାଉଣ୍ଡରେ ଖେଳିଛି ଆଫଗାନିସ୍ତାନ । ଦୀର୍ଘ ସମୟ ପର୍ଯ୍ୟନ୍ତ ଆଫଗାନିସ୍ତାନର ହୋମଗ୍ରାଉଣ୍ଡ ଥିଲା ଲକ୍ଷ୍ନୌ । ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ ଷ୍ଟାଡିୟମରେ ଟେଷ୍ଟ ମ୍ୟାଚ ଖେଳିଥିଲା ଆଫଗାନ । ଭାରତ ଅପେକ୍ଷା ଏହି ଗ୍ରାଉଣ୍ଡରେ ଅଧିକ ମ୍ୟାଚ ଖେଳିଛି ଆଫଗାନିସ୍ତାନ । କାନପୁରର ଗ୍ରୀନପାର୍କ ପରେ ଏହା ରାଜ୍ୟର ଦ୍ୱିତୀୟ ଅନ୍ତର୍ଜାତୀୟ ଷ୍ଟାଡିୟମ ।

ଏହା ମଧ୍ୟ ପଢନ୍ତୁ-Cricket World Cup 2023: ପ୍ରସ୍ତୁତ ଏକାନା ଷ୍ଟାଡିୟମ, ପିଚରେ 300 ଟପିବ ସ୍କୋର

ଆଫଗାନିସ୍ତାନକୁ ତାଲିବାନ କବଜାକୁ ନେବା ପରେ ସେଠାରେ ଘରୋଇ ମ୍ୟାଚ ଖେଳିବା ସମ୍ଭବପର ନଥିଲା । ଯେତେବେଳେ ଆଫଗାନିସ୍ତାନ ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ଆରମ୍ଭ କରିଥିଲା ସେତେବେଳେ ପିଚର ଖୋଜା ପଡିଥିଲା । ଏହାପରେ 2018 ମସିହାରେ ଆଇସିସି ବିସିସିଆଇକୁ ଉତ୍ତରାଖଣ୍ଡର ଡେରାଡୁନ ଆଫଗାନିସ୍ତାନର ହୋମଗ୍ରାଉଣ୍ଡ ପାଇଁ ଅନୁରୋଧ କରିଥିଲା । ପରେ ଉତ୍ତରପ୍ରଦେଶର ଗ୍ରେଟର ନୋଏଡା ଓ ଶେଷରେ ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମ ଆଫଗାନିସ୍ତାନର ହୋମଗ୍ରାଉଣ୍ଡ ରହିଥିଲା । ଏଠାରେ ଆଫଗାନିସ୍ତାନ ଦଳ ଅନେକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛି । ସବୁଠାରୁ ମଜାଳିଆ କଥା ହେଉଛି ଆଫଗାନର ଅନେକ କ୍ରିକେଟ ପ୍ରଶଂସକ ମଧ୍ୟ ସେହି ସମୟରେ ଲକ୍ଷ୍ନୌକୁ ଆସିଥିଲେ । 2019 ପରେ ଦୁବାଇ ଆଫଗାନିସ୍ତାନର ହୋମଗ୍ରାଉଣ୍ଡ ରହିଥିଲା ।

ଏହା ମଧ୍ୟ ପଢନ୍ତୁ-Cricket World Cup 2023: ଲକ୍ଷ୍ନୌରେ ଖେଳାଯିବ 5ଟି ମ୍ୟାଚ୍‌, ଜାଣନ୍ତୁ ସହର ସହ ଜଡ଼ିତ କ୍ରିକେଟର ସମୃଦ୍ଧ ଇତିହାସ

ଷ୍ଟାଡିୟମର ଡାଇରେକ୍ଟର ଉଦୟ କୁମାର ସିହ୍ନା କହିଛନ୍ତି ଯେ, ଏହି ଷ୍ଟାଡିୟମରେ ଆଫଗାନିସ୍ତାନ ଅନେକ ମ୍ୟାଚ ଖେଳିଛି । ଆଫଗାନିସ୍ତାନ ଖେଳାଳିଙ୍କ ପାଇଁ ଏଠାରେ କରାଯାଇଥିବା ସମସ୍ତ ବ୍ୟବସ୍ଥାରେ ସେମାନେ ବେଶ ଖୁସି ଥିଲେ । ଏହି ପିଚ ମଧ୍ୟ ତାଙ୍କ ପାଇଁ ବେଶ ଉପଯୋଗୀ । ସେମାନେ ଏଠାରେ କୌଣସି ସମସ୍ୟାର ସମ୍ମୁଖୀନ ହୋଇନାହାନ୍ତି । ଅନ୍ତର୍ଜାତୀୟ ମ୍ୟାଚ ଗୁଡିକରେ ଆଫଗାନର ପ୍ରଦର୍ଶନ ଭଲ ରହିଛି ।

ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ ଷ୍ଟାଡିୟମରେ 2019ରେ ୱେଷ୍ଟଇଣ୍ଡିଜ୍ ଓ ଆଫଗାନିସ୍ତାନ ମଧ୍ୟରେ ଅନେକ ମ୍ୟାଚ ଖେଳା ଯାଇଥିଲା । ସେହି ବର୍ଷ ନଭେମ୍ବରରେ 3ଟି ଦିନିକିଆ ମ୍ୟାଚ ଖେଳା ଯାଇଥିବା ବେଳେ 3ଟି ଟି-20 ମ୍ୟାଚ ଖେଳା ଯାଇଥିଲା । ସେହିପରି ନଭେମ୍ବର 27ରୁ ଡିସେମ୍ବର 1 ତାରିଖ ପର୍ଯ୍ୟନ୍ତ ଟେଷ୍ଟ ମ୍ୟାଚ ଖେଳା ଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.