ETV Bharat / sports

ଭାରତୀୟ ଅଧିନାୟକଙ୍କ ପ୍ରଶଂସାରେ ଶତମୁଖ ୱାସିମ ଆକ୍ରମ, କହିଲେ ସବୁଠାରୁ ଭିନ୍ନ ଖେଳାଳି ରୋହିତ

author img

By ETV Bharat Odisha Team

Published : Nov 13, 2023, 10:34 PM IST

ବିଶ୍ବକପ୍‌ ୨୦୨୩ରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ସମ୍ପୂର୍ଣ୍ଣ ଭିନ୍ନ ଅବତାରରେ ନଜର ଆସିଛନ୍ତି । ପାକିସ୍ତାନର କିମ୍ବଦନ୍ତୀ ବୋଲର ୱାସିମ ଆକ୍ରମ ରୋହିତଙ୍କୁ ସମସ୍ତଙ୍କ ଠାରୁ ଭିନ୍ନ ଖେଳାଳି ବୋଲି କହିବା ସହ ଖୁବ ପ୍ରଶଂସା କରିଛନ୍ତି । ଅଧିକ ପଢ଼ନ୍ତୁ

Wasim Akram praised Rohit Sharma
ରୋହିତ ଶର୍ମାଙ୍କ ପ୍ରଶଂସାରେ ଶତମୁଖ ୱାସିମ ଆକ୍ରମ

ହାଇଦ୍ରାବାଦ: ଆଇସିସି ବିଶ୍ବକପ୍‌ ୨୦୨୩ ଲିଗ୍‌ ପର୍ଯ୍ୟାୟ ଶେଷ ହୋଇଥିବାବେଳେ ସମସ୍ତ ୯ ମ୍ୟାଚ୍‌ ଜିତି ଅଭିଯାନ ଶେଷ କରିଛି ଭାରତ । ତେବେ ପ୍ରତି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କୁ ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳିଛି । ସବୁ ମ୍ୟାଚ୍‌ରେ ପ୍ରଥମ ଓଭରରୁ ରୋହିତ୍‌ ଆକ୍ରମଣାତ୍ମକ ବ୍ୟାଟିଂ କରୁଥିବା ଦେଖିବାକୁ ମିଳୁଛି, ଯାହା ପ୍ରତିପକ୍ଷ ଦଳର ରଣନୀତିକୁ ସମ୍ପୂର୍ଣ୍ଣ ଫେଲ୍ କରିଦେଉଛି । ଫଳରେ ଭାରତର ମଧ୍ୟକ୍ରମ ବ୍ୟାଟରଙ୍କ ଉପରେ ଆଉ ବିଶେଷ ଚାପ ରହୁନାହିଁ ଏବଂ ଦଳର ରଣନୀତି ସଫଳ ହେଉଛି । ଯାହାକୁ ନେଇ ବିଶ୍ବର ଅନେକ କ୍ରିକେଟ୍‌ପ୍ରେମୀ ଓ ପୂର୍ବତନ ଖେଳାଳି ରୋହିତଙ୍କୁ ପ୍ରଶଂସା କରିଛନ୍ତି । ପାକିସ୍ତାନର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ ଦ୍ରୁତ ବୋଲର ୱାସିମ ଆକ୍ରମ ମଧ୍ୟ ରୋହିତଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ।

ପାକିସ୍ତାନର ଏକ ମିଡିଆର ସ୍ପୋର୍ଟ୍ସ ଶୋ 'ଦ ପାଭିଲିୟନ'ରେ ୱାସିମ୍‌ ଆକ୍ରମ କହିଛନ୍ତି, "ଆମେ ବିରାଟ କୋହଲି, ଜୋ ରୁଟ୍, କେନ୍‌ ୱିଲିୟମସନ ଓ ବାବର ଆଜମଙ୍କ ପରି ବ୍ୟାଟରଙ୍କ ବିଷୟରେ ଅଧିକ ଆଲୋଚନା କରିଥାଉ । ହେଲେ ରୋହିତ ସମସ୍ତଙ୍କ ଠାରୁ ଭିନ୍ନ । ରୋହିତ ଶର୍ମା ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ୫୪ ବଲ୍‌ରେ ୬୧ ରନ କରିଥିଲେ । ମୋ ମତରେ ଏମିତି ଖେଳାଳି ବିଶ୍ବରେ ଆଉ ନାହାଁନ୍ତି । ରୋହିତ ଯେତେବେଳେ ବ୍ୟାଟିଂ କରନ୍ତି, ସେତେବେଳଏ ସେ ବ୍ୟାଟିଂକୁ ବହୁତ ସହଜ କରିଦିଅନ୍ତି । ସ୍ଥିତି କିଛି ବି ହେଉ, ଯେ କୌଣସି ବୋଲିଂ ଆକ୍ରମଣ ହେଉ, ହିଟ୍‌ମ୍ୟାନ ସମସ୍ତଙ୍କୁ ପ୍ରହାର କରିଥାନ୍ତି । ରୋହିତ ଆସିଲେ ବୋଲରଙ୍କ ମୁଡ୍ ବିଗାଡ଼ି ଦିଅନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଛକା ମାରିବାରେ ରୋହିତ୍‌ No.1, ଭାଙ୍ଗିଲେ ଡିଭିଲିୟର୍ସଙ୍କ ରେକର୍ଡ

କାର୍ଯ୍ୟକ୍ରମରେ ଉପସ୍ଥିତ ପାକ୍‌ କ୍ରିକେଟର ସୋଏବ ମଲିକ ମଧ୍ୟ ୱାସିମ ଆକ୍ରମଙ୍କ କଥାରେ ଏକମତ ହୋଇଛନ୍ତି । ସୋଏବ କହିଛନ୍ତି, "ରୋହିତ ଏମିତି ଜଣେ ବ୍ୟାଟର, ଯିଏ ଜଣେ କି ଦୁଇ ଜଣ ବୋଲର ନୁହେଁ, ପ୍ରତିପକ୍ଷର ସମସ୍ତ ୫ ଜଣ ମୁଖ୍ୟ ବୋଲରଙ୍କୁ ଆଟାକ୍‌ କରିଥାନ୍ତି । ଅନ୍ୟ ବ୍ୟାଟରମାନେ ସମସ୍ତ ବୋଲରଙ୍କୁ ଆଟାକ୍‌ କରିନଥାନ୍ତି । ସେମାନେ ବିଶେଷ ଭାବେ ଦୁଇ କିମ୍ବା ତିନି ଜଣଙ୍କୁ ନହେଲେ ଷଷ୍ଠ ଓ ସପ୍ତମ ବୋଲିଂ ବିକଳ୍ପଙ୍କୁ ଆଟାକ୍‌ କରିଥାନ୍ତି । ହେଲେ ରୋହିତ ଅଲଗା । ସେ ସମସ୍ତ ମୁଖ୍ୟ ୫ ବୋଲରଙ୍କୁ ଆକ୍ରମଣ କରିଥାନ୍ତି ।" ପ୍ରକାଶଯୋଗ୍ୟ, ଅଧିନାୟକ ରୋହିତ ଶର୍ମା ଚଳିତ ବିଶ୍ଵକପ୍‌ରେ ଏପର୍ଯ୍ୟନ୍ତ ପ୍ରତି ମ୍ୟାଚ୍‌ରେ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ଭଲ ଆରମ୍ଭ ଦେଉଛନ୍ତି । ଏପର୍ଯ୍ୟନ୍ତ ସେ ଗୋଟିଏ ଶତକ ଅର୍ଜନ କରି ସାରିଥିବାବେଳେ ବିଶ୍ଵକପ୍‌ ଇତିହାସରେ ସର୍ବାଧିକ ଶତକ ରୋହିତଙ୍କ ନାମରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.