ETV Bharat / sports

ବିଶ୍ବକପ୍‌ ୨୦୨୩: ଶାମିଙ୍କ ବୋଲିଂକୁ ଲୋକେ କହିଲେ ଅସାଧାରଣ, ମୁହଁ ଖୋଲିଲେ ଶାମି

author img

By ETV Bharat Odisha Team

Published : Nov 17, 2023, 9:27 PM IST

ବିଶ୍ବକପ୍‌ ୨୦୨୩ରେ ଦମଦାର ପ୍ରଦର୍ଶନ ସହ ଭାରତକୁ ଫାଇନାଲ୍‌ରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ଭାରତୀୟ ସ୍ପିଡ୍‌ଷ୍ଟାର ମହମ୍ମଦ ଶାମି । ଲୋକେ ତାଙ୍କ ବୋଲିଂକୁ ଅସାଧାରଣ କହୁଥିବାବେଳେ ନିଜେ ଏହାକୁ ନେଇ ମୁହଁ ଖୋଲିଛନ୍ତି ଶାମି । ଅଧିକ ପଢ଼ନ୍ତୁ

ମୋ ବୋଲିଂରେ କିଛି ଅସାଧାରଣ ନାହିଁ କହିଲେ ଶାମି
nothing extraordinary in my bowling says Shami

ଅହମ୍ମଦାବାଦ: ବିଶ୍ବକପ୍‌ ୨୦୨୩ରେ ଭାରତ ପାଇଁ ପ୍ରଥମରୁ ୪ ମ୍ୟାଚ୍‌ରେ ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିଥିଲେ ଦଳର ସ୍ପିଡ୍‌ ଷ୍ଟାର ମହମ୍ମଦ ଶାମି । ହେଲେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇ ଦଳରୁ ବାଦ ପଡିବା କାରଣରୁ ଶାମିଙ୍କୁ ମିଳିଥିଲା ସୁଯୋଗ । ଆଉ ନିଜକୁ ପ୍ରମାଣିତ କରିବାକୁ ବେଶୀ ସମୟ ନେଇଥିଲେ ଶାମି । ସେ ଖେଳିଥିବା ପ୍ରଥମ ମ୍ୟାଚ୍‌ରୁ ହିଁ ୫ ୱିକେଟ୍‌ ସଫଳତା ନେଇ ଆସିଥିଲେ ଚର୍ଚ୍ଚାର ପରିସରକୁ । ଆଉ ଏହାପରେ ଗୋଟିଏ ପରେ ଗୋଟିଏ ମ୍ୟାଚ୍‌ରେ ଘାତକ ବୋଲିଂ ସହ ବିପକ୍ଷ ଦଳ ପାଇଁ ପାଲଟିଥିଲେ ଭାରତର ବ୍ରହ୍ମାସ୍ତ୍ର ।

ସେମିଫାଇନାଲ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ବ୍ୟାଟର ୩୯୭ ରନ୍‌ର ବିଶାଳ ସ୍କୋର ତ କରିଥିଲେ । ହେଲେ ଦଳର ବୋଲିଂ ଆଟାକ୍‌ ଏହି ମ୍ୟାଚ୍‌ରେ ବେଶ ନୈରାଶ୍ୟଜନକ ବୋଲିଂ କରିଥିଲେ । କିୱି ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ ଓ ଷ୍ଟାର ବ୍ୟାଟର ଡେରାଇଲ୍‌ ମିଚେଲ୍‌ଙ୍କ ଦମଦାର ଇନିଂସ୍‌ ଆଗରେ ଏକ ପ୍ରକାର ହାର ମାନି ସାରିଥିଲେ ଭାରତୀୟ ବୋଲର । ହେଲେ ଏହିଠାରୁ ଆରମ୍ଭ ହୋଇଥିଲା ଶାମି ଶୋ' । ସେ ଏକାକୀ ୭ ୱିକେଟ୍‌ ଦଖଲ କରି ଭାରତକୁ ଫାଇନାଲ୍‌କୁ ପହଞ୍ଚାଇଥିଲେ । ଭାରତର ସେମି ବିଜୟ ପରେ ଏନେକ ଶାମିଙ୍କ ବୋଲିଂକୁ 'ଅସାଧାରଣ' ବୋଲି କହୁଥିବାବେଳେ ସେ ଏବେ ନିଜ ସଫଳତାକୁ ନେଇ ମୁହଁ ଖୋଲିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବକପରେ ଧମାକାଦାର ପ୍ରଦର୍ଶନ ପରେ ଶାମିଙ୍କ ରାଜ୍‌ ଖୋଲିଲେ ପିଲାଦିନର କୋଚ୍‌

ଷ୍ଟାର ସ୍ପୋର୍ଟ୍ସର ଏକ କାର୍ଯ୍ୟକ୍ରମରେ ଶାମି କହିଛନ୍ତି, "ମୋ ବୋଲିଂରେ କିଛି ବି ଅସାଧାରଣ ନାହିଁ । ମୁଁ କେବଳ ଷ୍ଟମ୍ପ ଲେନ୍ଥକୁ ଲକ୍ଷ୍ୟ କରେ ଓ ୱିକେଟ୍‌ ପାଇବା ପାଇଁ ସେହି ଜୋନ୍‌ରେ ବୋଲିଂ କରେ । ମୁଁ ସବୁବେଳେ ଲକ୍ଷ୍ୟ କରେ ପିଚ୍‌ର ସ୍ଥିତି କିପରି ଅଛି, ପିଚ୍‌ରେ ବଲ୍‌ କିଭଳି ବ୍ୟବହାର କରୁଛି, ବଲ୍‌ ସ୍ବିଙ୍ଗ୍‌ ହେଉଛି ନା ନାହିଁ । ଯଦି ବଲ୍‌ ସ୍ବିଙ୍ଗ୍‌ ନହୁଏ, ସେତେବେଳେ ୱିକେଟ୍‌ ନେବାପାଇଁ କେବଳ 'ଷ୍ଟମ୍ପ୍‌ ଟୁ ଷ୍ଟମ୍ପ' ଲାଇନ୍‌ରେ ବଲ ପକାଇବା ପାଇଁ ଚେଷ୍ଟା କରିବା ସହ ଏହାକୁ 'ଏ' ଜୋନ୍‌ରେ ଡ୍ରପ୍‌ କରିବାକୁ ଚେଷ୍ଟା କରେ ।"

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବକପ୍‌ ୨୦୨୩: ବୋଲରଙ୍କୁ ପାଣି ପିଆଇଲେ କିୱି ବ୍ୟାଟର, ଭାରତକୁ ଫାଇନାଲ୍‌ରେ ପହଞ୍ଚାଇଲେ ଶାମି

ଉଲ୍ଲେଖଯୋଗ୍ୟ, ଚଳିତ ବିଶ୍ବକପ୍‌ ୨୦୨୩ରେ ସେ କେବଳ ୬ ମ୍ୟାଚ୍‌ ଖେଳି ଟୁର୍ଣ୍ଣାମେଣ୍ଟର ସର୍ବାଧିକ ୱିକେଟ୍‌ ହାସଲକାରୀ ବୋଲର ହୋଇଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ସେ ଗୋଟିଏ ମ୍ୟାଚ୍‌ରେ ୪ ୱିକେଟ୍‌ ସଫଳତା ହାସଲ କରିଥିବାବେଳେ ୩ ଥର ୫ ୱିକେଟ୍‌ ସଫଳତା ହାସଲ କରିଛନ୍ତି । ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ୨୩ ୱିକେଟ୍‌ ହାସଲ କରିସାରିଥିବା ମହମ୍ମଦ ଶାମି ନ୍ୟୁଜିଲାଣ୍ଡ ବିପକ୍ଷରେ ଏକାକୀ ୭ ୱିକେଟ୍‌ ହାସଲ କରିଥିଲେ, ଯାହା କୌଣସି ଭାରତୀୟ ବୋଲରଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.