ETV Bharat / sports

World Cup 2023: ଟିମ୍‌ ଇଣ୍ଡିଆ ପ୍ରଦର୍ଶନରେ ସନ୍ତୁଷ୍ଟ ଫିଲ୍ଡିଂ କୋଚ୍‌, କହିଲେ ମୋମେଣ୍ଟମ ଆମ ସହ ଅଛି

author img

By ETV Bharat Odisha Team

Published : Nov 13, 2023, 10:39 AM IST

ଭାରତୀୟ କ୍ରିକେଟ ଦଳ ଚଳିତ ବିଶ୍ବକପରେ ସସମ୍ତ ଲିଗ ମ୍ୟାଚ ଜିତିଛି । ଆସନ୍ତା 15 ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସେମି ଫାଇନାଲ ଖେଳିବ । ଏହା ପୂୂର୍ବରୁ ସବୁ ବିଭାଗରେ ଦଳର ପ୍ରଦର୍ଶନକୁ ନେଇ କିଛି ଏମିତି କହିଛନ୍ତି ଫିଲ୍ଡିଂ କୋଚ ଟି ଦିଲୀପ । ଅଧିକ ପଢ଼ନ୍ତୁ

Fielding coach T Dilip
Cricket World Cup 2023

ହାଇଦ୍ରାବାଦ: ଚଳିତ ବିଶ୍ବକପରେ ଭାରତ ଦମଦାର ପ୍ରଦର୍ଶନ କରି ଲିଗ୍‌ ମ୍ୟାଚରେ ଅପରାଜେୟ ରହି ନକଆଉଟରେ ପ୍ରବେଶ କରିଛି । ପ୍ରାୟ ମ୍ୟାଚରେ ମିଆଁ ମ୍ୟାଜିକ ଦେଖିବାକୁ ମିଳିଛି । ଅର୍ଥାତ୍‌ ମହମ୍ମଦ ସିରାଜ ସବୁ ଲିଗ୍‌ ମ୍ୟାଚରେ ଭଲ ପ୍ରଦର୍ଶନ କରି ୱିକେଟ ହାସଲ କରିଛନ୍ତି । ନେଦରଲାଣ୍ଡ ବିପକ୍ଷରେ 2 ୱିକେଟ ନେଇଥିଲେ ବି ମିସ୍‌ ଫିଲ୍ଡ କରିଥିବା ଦେଖିବାକୁ ମିଳିଥିଲା । ଏକ କ୍ୟାଚ୍‌ ଧରିବା ସମୟରେ ବଲ ତାଙ୍କ ଗଳା ପାଖରେ ସାମାନ୍ୟ ବାଜିଥିବା ଦେଖିବାକୁ ମିଳିଥିଲା । ସେମି ଫାଇନାଲ ନିକଟ ଥିବାରୁ ଦଳ ପାଇଁ ଆହତ ସମସ୍ୟା ବିପଦ ଆଣିପାରେ । ତେବେ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ କଡ୍ଡା ପ୍ରତିଯୋଗିତା ହେବ ବୋଲି କହିଛନ୍ତି ଭାରତୀୟ ଦଳର ଫିଲ୍ଡିଂ କୋଚ ଟି. ଦିଲୀପ ।

ଏହା ବି ପଢନ୍ତୁ...World Cup 2023: 15ରେ ଭାରତ-ନ୍ୟୁଜିଲାଣ୍ଡ ସେମି ଫାଇନାଲ, ବରାବର ରହିବୁ କହିଲେ ରାଚିନ

ଟି. ଦିଲୀପ କହିଛନ୍ତି, "ଆମେ ବର୍ତ୍ତମାନ ସୁଦ୍ଧା ସମସ୍ତ ଲିଗ୍‌ ମ୍ୟାଚ ଜିତିଛୁ । ମୋମେଣ୍ଟମ ଆମ ସହିତ ରହିଛି ।" ମହମ୍ମଦ ସିରାଜଙ୍କ ମିସଫିଲ୍ଡ ନେଇ ଫିଲ୍ଡିଂ କୋଚ କହିଛନ୍ତି, ''ସମସ୍ୟା କିଛି ଗୁରୁତର ନୁହେଁ । ମୁଁ ବୋଲରଙ୍କୁ ପ୍ରଶଂସା କରୁଛି । ଫିଲ୍ଡିଂ ସେସନ ପ୍ରତି ସେମାଙ୍କର ପ୍ରତିବଦ୍ଧତା ଉତ୍କୃଷ୍ଠମାନର ରହିଛି । ସିରାଜ କ୍ୟାଚ୍‌ ଧରିବାକୁ ଯଥେଷ୍ଟ ପ୍ରୟାସ କରିଥିଲେ । ତାଙ୍କୁ ଖେଳର କୌଶଳ ଜଣା ଅଛି । ସେମି ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏହି ସବୁ ଦିଗରେ ଗୁରୁତ୍ୱ ଦିଆଯିବ ଯେଉଁ ଦଳ 2019ରେ ସେମିରୁ ଭାରତକୁ ବିଦା କରିଥିଲା ।"

ଫିଲ୍ଡଂ କୋଚ ଟି.ଦୀଲିପ ଆହୁରି କହିଛନ୍ତି, "ଆମେ ସମସ୍ତ ଲିଗ୍‌ ମ୍ୟାଚ ଜିତିଛୁ । ମୋମେଣ୍ଟମ୍‌ ଆମ ସହିତ ରହିଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଆମେ ଦଳ ଭାବରେ ଆଗକୁ ବଢିବା ଏବଂ ଷ୍ଟାଣ୍ଡାଡ ଖେଳ ପ୍ରଦର୍ଶନ କରିବା । ଧର୍ମଶାଳାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲା ଭାରତୀୟ ଦଳ ତେଣୁ ସାକାରତ୍ମ ଭାବିବା । ଆଗକୁ ବଢ଼ି ସେହି ଦିନ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ହେବ । ଫିଲ୍ଡିଂ ପୁରସ୍କାର ଅନେକ ଆଲୋଚନା ହୋଇଛି । ଡ୍ରେସିଂ ରୁମ୍‌ରେ ଶ୍ରେଷ୍ଠ ଫିଲ୍ଡିଂ ପୁରସ୍କାର କାହାକୁ ଦିଆଯିବା ନେଇ ବିଚାର ହୋଇଥିଲା । ଦଳ ପାଇଁ ରନ୍‌ ବଞ୍ଚାଇବା, କ୍ୟାଚ ଧରିବା ଆଦି ଉପରେ ଗୁରୁତ୍ବ ଦିଆଯାଏ । ଏହା ସହିତ ତୁମେ ଦଳକୁ କିପରି ମହତ୍ତ୍ବ ଦେଉଛ ତାହା ମଧ୍ୟ ଗୁରୁତ୍ବ ବହନ୍‌ କରିଥାଏ ।"

ଜବରଦସ୍ତ କମବ୍ୟାକ କରିଥିବା ୱିକେଟ କିପର ବ୍ୟାଟର କେଏଲ ରାହୁଲଙ୍କୁ ନେଇ ଫିଲ୍ଡଂ କୋଚ ଟି.ଦୀଲିପ କହିଛନ୍ତି, ''କେଏଲ ରାହୁଲ ବର୍ତ୍ତମାନ ଅଦ୍ଭୂତ ୱିକେଟ କିପିଂ କରିଛନ୍ତି । ଆହତ ସମସ୍ୟା ପରେ ଲମ୍ବା ସମୟ ପରେ ଦଳକୁ ଫେରିଥିବା ରାହୁଲଙ୍କ ପାଇଁ ଚ୍ୟାଲେଞ୍ଜ ଥିଲା । ତାଙ୍କର ୱିକେଟ୍‌ କିପିଂ କୌଶଳ ବହୁତ ଭଲ ରହିଛି । ସେ ଏମିତି ଜଣେ ଖେଳାଳି ଅଳ୍ପ ବୟସରୁ ୱିକେଟ କିପିଂ କରୁଛନ୍ତି । ସେ ଭରସାକୁ କାୟମ ରଖୁଥିବା ଜଣେ ଖେଳାଳି ।''

ଏହା ବି ପଢନ୍ତୁ...Cricket World Cup 2023: ଲଢ଼େଇ କରି ୨୫୦ରେ ଅଟକିଲା ନେଦରଲ୍ୟାଣ୍ଡ, ଲିଗ୍‌ ପର୍ଯ୍ୟାୟରେ ଭାରତ ଅପରାଜେୟ

ଅନ୍ୟପଟେ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ ଓ ଶୁଭମନ ଗିଲଙ୍କର ନେଦରଲାଣ୍ଡସ ବିପକ୍ଷରେ ବୋଲିଂ କରିବାକୁ ନେଇ ଫିଲ୍ଡିଂ କୋଚ ଦୀଲିପ କହିଛନ୍ତି, "ସେମାନେ ଆହତ ସମସ୍ୟା ସମୟରେ କିପରି ସ୍ଥିତିକୁ ସମ୍ଭାଳି ରଖାଯିବ ତାହା ଉପରେ ଗୁରୁତ୍ବ ଦେଇ ପଦକ୍ଷେପ ନେଇଥିଲେ । ସମସ୍ତଙ୍କୁ ସ୍ବାଧୀନତା ମିଳିବା ଦରକାର । ଅଭ୍ୟାସରେ ଦୁଇଟି ଜିନିଷ ଉପରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ସବୁ ପାର୍ଟ ଟାଇମ ବୋଲର ନେଟରେ ଅଭ୍ୟାସ କରୁଛନ୍ତି । ନେଦରଲାଣ୍ଡସ ବିପକ୍ଷରେ କେବଳ ସ୍ପିନର ନୁହଁନ୍ତି ଫାଷ୍ଟ ବୋଲର ମଧ୍ୟ ତାଙ୍କ କାମ କରିଛନ୍ତି । ଆମେ ପୂର୍ବରୁ ମୁମ୍ବାଇରେ ଖେଳି ସାରିଛୁ । ସେମି ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ଭଲ ପ୍ରତିଯୋଗିତା ହେବ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.