ETV Bharat / sports

World Cup 2023: ବିଶ୍ବାସ ଥିଲା... ଆଫଗାନିସ୍ତାନ ବିପକ୍ଷ ବିଜୟ ପରେ ଗ୍ଲେଲ ମ୍ୟାକ୍ସୱେଲଙ୍କ ପ୍ରତିକ୍ରିୟା

author img

By ETV Bharat Odisha Team

Published : Nov 8, 2023, 7:18 AM IST

ଆଇସିସି କ୍ରିକେଟ ବିଶ୍ବକପ 2023ରେ ଦ୍ବିଶତକ ହାସଲ କରି ଆଫଗାନିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆକୁ ଜବରଦସ୍ତ ବିଜୟ ଭେଟି ଦେଇଛନ୍ତି ଗ୍ଲେନ୍‌ ମାକ୍ସୱେଲ । ମ୍ୟାଚ ପରେ କଣ କହିଛନ୍ତି ମ୍ୟାକ୍ସୱେଲ ଜାଣନ୍ତୁ

Cricket World Cup 2023
Glenn Maxwell

ମୁମ୍ବାଇ: ୱାଙ୍ଖଡେରେ ୱାନମ୍ୟାନ ଶୋ' ଦେଖିବାକୁ ମିଳିଥିଲା । ଆଇସିସି କ୍ରିକେଟ ବିଶ୍ବକପ ଇତିହାସରେ ଅବିଶ୍ବସନୀୟ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ । ଗୋଡ଼ରେ ଆଘାତ ସତ୍ତ୍ବେ ଗ୍ଲେନ୍‌ ମ୍ୟାକ୍ସୱେଲଙ୍କ ବିସ୍ପୋରକ ଦ୍ବିଶତକ ବଳରେ ଆଫଗାନିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆ 3 ୱିକେଟରେ ବିଜୟ ହାସଲ କରିଛି । ଏହା ସହିତ ପ୍ରଥମରୁ ଧିମା ପଡିଥିବା 5ଥର ଚମ୍ପିଆନ ଅଷ୍ଟ୍ରେଲିଆ ଠିକ ସମୟରେ କମବ୍ୟାକ କରି ଚଳିତ ବିଶ୍ବକପ ସେମିଫାଇନାଲରେ ପହଞ୍ଚିଛି । 128 ବଲରେ 201 ରନ ଦଳକୁ ବିଜୟୀ କରାଇଥିଲେ ମ୍ୟାକ୍ସୱେଲ । ବିଶ୍ବାସ ସବୁବେଳେ ଥିଲା ଆଫଗାନିସ୍ତାନ ବିପକ୍ଷରେ ଦମଦାର ବିଜୟ ପରେ ଏହା ଅଧିକ ବଢ଼ିଯାଇଛି ବୋଲି କହିଛନ୍ତି ଗ୍ଲେନ୍‌ ମ୍ୟାକ୍ସୱେଲ ।

ଦ୍ବିତୀୟ ଦ୍ରୁତ ଦିନିକିଆ ଦ୍ବିଶତକ ହାସଲକାରୀ ଗ୍ଲେନ୍‌ ମ୍ୟାକ୍ସୱେଲଙ୍କ ପାଇଁ ପାଟ କାମିନ୍ସଙ୍କ ନେତୃତ୍ବାଧୀନ ଅଷ୍ଟ୍ରେଲିଆ କେବଳ ଯେ ଆଫଗାନିସ୍ତାନ ବିପକ୍ଷରେ ବିଜୟ ହାସଲ କରିନାହିଁ ବରଂ ଆଇସିସି ବିଶ୍ବକପ 2023 ସେମି ଫାଇନାଲରେ ପ୍ରବେଶ କରିଛି । ମ୍ୟାଚ୍‌ ପରେ ମ୍ୟାକ୍ସୱେଲ କହିଛନ୍ତି, ''ଆଜି ଫିଲ୍ଡିଂ କରିବା ସମୟରେ ବହୁତ ଗରମ ହେଉଥିଲା । ପ୍ରବଳ ଖରା ଓ ଗରମ ପାଇଁ ମୁଁ ବ୍ୟାୟାମ କରି ପାରିନଥିଲି ଫଳରେ ଏହାର ପ୍ରଭାବ ମୋ ଉପରେ ପଡିଥିଲା । ମୁଁ କିଛି ସମୟ ଅଟକି ଗୋଡରେ କିଛି ସମୟର ମୋମେଣ୍ଟ କରିବାକୁ ଚାହୁଁଥିଲି ।''

ଅଷ୍ଟ୍ରେଲିଆ ଯେବେ 91ରନରେ 7ୱିକେଟ ହରାଇ ସାରିଥିଲା ସେବେ ଆପଣ କଣ ଚିନ୍ତା କରୁଥିଲେ, ପ୍ରଶ୍ନରେ ମ୍ୟାକ୍ସୱେଲ କହିଛନ୍ତି, '' ଅଧିକ କିଛି ଭାବି ନଥିଲି ମାତ୍ର ଯେତିକି ସମ୍ଭବ ହୋଇପାରିବ ବ୍ୟାଟିଂ କରିବାକୁ ଭାବିଥିଲି । ମୋ ପାଇଁ ଏବେବି ସାକାରତ୍ମକ ରହିବା ଠିକ ବୋଲି ଭାବେ । ସଟ୍‌ ଖେଳିବା ଉପରେ ଧ୍ୟାନ ଦେବା ଦରକାର । ପ୍ରଥମ ଦୁଇ ମ୍ୟାଚ୍‌ ପରେ ଲୋକ ସମାଲୋଚନା କରିଥିଲେ । ବିଶ୍ବାସ ସବୁବେଳେ ଥିଲା, ଏହି ବିଜୟ ପରେ ଏହା ଆହୁରି ବଢିଯାଇଛି ।''

ଏହା ବି ପଢନ୍ତୁ...Cricket World Cup 2023: ୱାଙ୍ଖେଡେରେ ୱାନ୍‌ ମ୍ୟାନ୍‌ ଶୋ', ଅଷ୍ଟ୍ରେଲିଆକୁ ଅବିଶ୍ବସନୀୟ ଭାବେ ଜିତାଇଲେ ମ୍ୟାକ୍ସୱେଲ୍‌

ଭାରତ ବିପକ୍ଷରେ ପ୍ରଥମ ମ୍ୟାଚରେ ପରାସ୍ତ ହେବା ପରେ ସଠିକ ସମୟରେ 5ଥର ଚମ୍ପିଆନ ଅଷ୍ଟ୍ରେଲିଆ ଜବରଦସ୍ତ କମବ୍ୟାକ କରିଛି । ମୋଟ 8ଟି ମ୍ଯାଚରୁ 6ଟି ମ୍ୟାଚ ଜିତି ପଏଣ୍ଟ ଟେବୁଲ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ସେମି ଫାଇନାଲରେ ପ୍ରବେଶ କରିଛି କଙ୍ଗାରୁ ଦଳ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.