ETV Bharat / sports

World Cup 2023: ଆଜି ନ୍ୟୁଜିଲାଣ୍ଡ-ଶ୍ରୀଲଙ୍କା ମୁକାବିଲା, ସେମି ଲକ୍ଷ୍ୟରେ କିୱି ଦଳ - କ୍ରିକେଟ ବିଶ୍ବକପ 2023

ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ 2023ରେ ଆଜି 41ତମ ଲିଗ ମ୍ୟାଚ ଖେଳାଯିବ । ଏଥିରେ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ପରସ୍ପରକୁ ଭେଟିବେ । ଅଧିକ ପଢ଼ନ୍ତୁ

Cricket World Cup 2023
World Cup 2023
author img

By ETV Bharat Odisha Team

Published : Nov 9, 2023, 9:37 AM IST

ବେଙ୍ଗାଲୁରୁ: ଆଇସିସି ଦିନିକିଆ ବିଶ୍ବକପ 2023ର ପ୍ରାୟ 90 ଭାଗ ଲିଗ୍‌ ମ୍ୟାଚ ଶେଷ ହୋଇଛି । ପ୍ରତ୍ୟେକ ଦଳ ପାଖରେ ମାତ୍ର ଗୋଟିଏ ଲେଖାଏଁ ମ୍ୟାଚ୍‌ ରହିଛି । ଆଜି ଦିନିକିଆ ବିଶ୍ବକପରେ ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ ରହିଛି । ସେମି ଫାଇନାଲ ନିକଟ ହେଉଥିବାରୁ ସ୍ଥାନ ପକ୍କା କରିବାକୁ ଶ୍ରେଷ୍ଠ 4 ଦଳ ମଧ୍ୟରେ କଡ୍ଡା ଟକ୍କର ହେବା ଆରମ୍ଭ ହୋଇଯାଇଛି । 41ତମ ଲିଗ ମ୍ୟାଚରେ ଆଜି ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ ଖେଳାଯିବ । ନ୍ୟୁଜିଲାଣ୍ଡ ପାଇଁ ଏହା ଶେଷ ସୁଯୋଗ । ଶ୍ରୀଲଙ୍କାକୁ ହରାଇ ସେମିରେ ସ୍ଥାନ ପକ୍କା କରିବାକୁ ପ୍ରୟାସ କରିବ କିୱି ଦଳ । ସେପଟେ ସମ୍ମାନ ପାଇଁ ଖେଳିବ ଶ୍ରୀଲଙ୍କା ।

  • " class="align-text-top noRightClick twitterSection" data="">

ନ୍ୟୁଜିଲାଣ୍ଡ 8ଟି ମ୍ୟାଚ ଖେଳି 4ଟି ଜିତିଛି । ବାକି 4ଟି ପରାଜୟକୁ ଭୁଲି ଦଳ ଆଜି ଶ୍ରୀଲଙ୍କା ବିପକ୍ଷରେ ବିଜୟ ହାସଲ କରି ସେମିରେ ପ୍ରବେଶ କରିବାକୁ ପ୍ରୟାସ କରିବ । ଆଜିର ମ୍ୟାଚ ନ୍ୟୁଜିଲାଣ୍ଡର ଭାଗ୍ୟ ନିର୍ଦ୍ଧାରଣ କରିବା ସହ ସମାନ ହେବ । ଦଳରେ ଆହତ ସମସ୍ୟା ରହିଛି । କେନ ୱିଲିୟମସନଙ୍କଠୁ ନେଇ ଫର୍ଗୁସନ ଆହତ ଅଛନ୍ତି । ପାକିସ୍ତାନ ବିପକ୍ଷରେ 401ରନ କରିବା ପରେ ବି ଦଳ ପରାଜୟ ବରଣ କରିଥିଲା । ବର୍ଷା ପାକିସ୍ତାନକୁ ସାହା ହେବାରୁ ନ୍ୟୁଜିଲାଣ୍ଡ ପରାସ୍ତ ହୋଇଥିଲା । ଆଜି ଶ୍ରୀଲଙ୍କା ବିପକ୍ଷରେ ଯେକୌଣସି ମତେ ବିଜୟ ହାସଲ କରିବାକୁ ପ୍ରୟାସ କରିବ କିୱି ଦଳ । ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲାଣ୍ଡର ପଲ୍ଲା ଭାରି ରହିଛି । ଦଳର ରଚିନ ରବିନ୍ଦ୍ରଙ୍କ ଉପରେ ନଜର ରହିବ । ସେ ଚଳିତ ବିଶ୍ବକପରେ 3ଟି ଶତକ ହାସଲ କରି 523ରନ ସାରିଛନ୍ତି ।

ଏହା ବି ପଢନ୍ତୁ...Cricket World Cup 2023: ପାକିସ୍ତାନୀ କ୍ରିକେଟରଙ୍କୁ ମୁହଁତୋଡ଼ ଜବାବ ଦେଲେ ଶାମି, କହିଲେ ମୁହଁରେ ଟିକେ ଲାଜ ରଖ

ଶ୍ରୀଲଙ୍କା 8ଟି ମ୍ୟାଚରୁ 2ଟି ଜିତିଥିବାବେଳେ ବାକି 6ଟି ମ୍ୟାଚରେ ପରାସ୍ତ ହୋଇଛି । ଦଳର ଏହା ଶେଷ ଲିଗ ମ୍ୟାଚ ତେଣୁ ସମ୍ମାନ ପାଇଁ ଖେଳିବ ଶ୍ରୀଲଙ୍କା । ଦୁଇ ଦଳ ମଧ୍ୟରେ 20ଟି ଦିନିକିଆ ଖେଳାଯାଇଛି । ନ୍ୟୁଜିଲାଣ୍ଡ 16ଟି ମ୍ୟାଚ ଜିତିଛି । ଗୋଟିଏ ମ୍ୟାଚ ବର୍ଷା ପାଇଁ ବାତିଲ ହୋଇଥିଲା । ବାଂଲାଦେଶ ବିପକ୍ଷରେ ପରାସ୍ତ ହୋଇଥିଲା ଶ୍ରୀଲଙ୍କା । ଏହାପରେ ଦଳର ମନୋବଳ ଦୁର୍ବଳ ରହିଛି । ମାଥ୍ୟୁସଙ୍କ ଟାଇମଡ ଆଉଟକୁ ନେଇ ବିବାଦୀୟ ମୁକାବିଲାରେ ଦଳ ବାଂଲାଦେଶଠୁ ପରାସ୍ତ ହୋଇଥିଲା । ଶେଷ ଲିଗ ମ୍ୟାଚ ଜିତି ସମ୍ମାନ ବଞ୍ଚାଇବା ସହ ସ୍ବଦେଶ ଫେରିବାକୁ ଲକ୍ଷ୍ୟ ରିଖିଛି ସିଂହଳୀ ଦଳ ।

ଏହା ବି ପଢନ୍ତୁ...Cricket World Cup 2023: ବ୍ୟାଟିଂ ବିପର୍ଯ୍ୟୟ ପରେ ୧୭୯ରେ ଅଟକିଲା ନେଦରଲ୍ୟାଣ୍ଡ, ୧୬୦ ରନ୍‌ରେ ଇଂଲଣ୍ଡର ସମ୍ମାନଜନକ ବିଜୟ

ପିଚ୍ ରିପୋର୍ଟ: ବେଙ୍ଗାଲୁରୁ ପିଚ୍ ବ୍ୟାଟିଂ ପାଇଁ ବେଶ ଅନୁକୂଳ । ଏଠାରେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ନ୍ୟୁଜିଲାଣ୍ଡ 401ର ବିଶାଳ ସ୍କୋର କରିଥିଲା । ଆଜି ମଧ୍ୟ ବଡ ସ୍କୋର ଆଶା କରାଯାଉଛି । ଶ୍ରୀଲଙ୍କା ଏହି ଗ୍ରାଉଣ୍ଡରେ ଡିଫେଣ୍ଡିଂ ଚମ୍ପିଆନ ଇଂଲଣ୍ଡକୁ ହରାଇଥିଲା ।

ଶ୍ରୀଲଙ୍କା ସମ୍ଭାବ୍ୟ ଦଳ: ପଥୁମ ନିଶଙ୍କା, ଦିମୁଥ କରୁଣାରତ୍ନେ, କୁଶଲ ମେଣ୍ଡିସ(ଅଧିନାୟକ), ସଦିରା ସମରବିକ୍ରମା, କୁଶଳ ପେରେରା, ଚରିଥା ଆଶାଲଙ୍କା, ଆଞ୍ଜେଲୋ ମାଥ୍ୟୁସ, କାସୁନ ରଜିଥା, ମହୀଶ ତୀକ୍ଷଣା, ଦିଲସାନ ମଦୁଶଙ୍କା, ଦୁଷ୍ମନ୍ତ ଚାମିରା ।

ନ୍ୟୁଜିଲାଣ୍ଡ ସମ୍ଭାବ୍ୟ ଦଳ: ଡେଭନ କନୱେ, ରଚିନ ରବିନ୍ଦ୍ର, କେନ୍‌ ୱିଲିୟମସନ (ଅଧିନାୟକ), ତାରିଲ ମିଚେଲ, ଟମ ଲାଥମ, ଗ୍ଲେନ ଫିଲିଫ୍ସ, ମାର୍କ ଚାପମାନ, ମିଚେଲ ସାଣ୍ଟନର, ଆଇସ ସୌଧି/ କେଲି ଜାମିସନ, ଟ୍ରେଣ୍ଟ୍‌ ବୋଲ୍ଟ, ଲକି ଫର୍ଗୁସନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.