ETV Bharat / sports

World Cup 2023: ଆଜି ଶ୍ରୀଲଙ୍କା-ବାଂଲାଦେଶ ମୁକାବିଲା, କାହାକୁ ମିଳିବ ଚମ୍ପିଆନ୍ସ ଟ୍ରଫି ଟିକେଟ୍‌ ?

author img

By ETV Bharat Odisha Team

Published : Nov 6, 2023, 11:01 AM IST

ICC ଦିନିକିଆ କ୍ରିକେଟ୍‌ ବିଶ୍ବକପରେ ଆଜି 38ତମ ଲିଗ୍‌ ମ୍ୟାଚରେ ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ହେବ ଟକ୍କର । ଅଧିକ ପଢ଼ନ୍ତୁ

Cricket World Cup 2023
ଶ୍ରୀଲଙ୍କା ବନାମ ବାଂଲାଦେଶ

ନୂଆଦିଲ୍ଲୀ: ICC ପୁରୁଷ ବିଶ୍ବକପ 2023 ଟୁର୍ଣ୍ଣାମେଣ୍ଟ ଏବେ ଶେଷ ପର୍ଯ୍ୟାୟରେ । ଲିଗ ପର୍ଯ୍ୟାୟ ମ୍ୟାଚ ସରି ସରି ଆସୁଛି । ଆଜି ICC ଦିନିକିଆ କ୍ରିକେଟ ବିଶ୍ବକପ 2023ର 38ତମ ଲିଗ୍‌ ମ୍ୟାଚ ଖେଳାଯିବ । ଆଜିର ମ୍ୟାଚ୍‌ରେ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ବାଂଲାଦେଶ ଓ ଶ୍ରୀଲଙ୍କା ମୁହାଁମୁହିଁ ହେବେ । ବାଂଲାଦେଶ ସେମିଫାଇନାଲ ଦୌଡରୁ ବାଦ ପଡ଼ି ସାରିଛି । ଶ୍ରୀଲଙ୍କାର ଆଶା ଉଜ୍ଜୀବିତ ରହିଛି । ଏହି ମ୍ୟାଚ୍‌ ଜରିଆରେ ଉଭୟ ଦଳ 2025 ଚମ୍ପିଆନ୍ସ ଟ୍ରଫିକୁ ଯୋଗ୍ୟତା ଅର୍ଜନ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ମ୍ୟାଚ୍‌ଟି ସଂଘର୍ଷପୂର୍ଣ୍ଣ ହେବା ଆକଳନ କରାଯାଉଛି ।

ଏହା ବି ପଢନ୍ତୁ...Cricket World Cup 2023: କୋଲକାତାରେ କୋହଲିଙ୍କ ମାଷ୍ଟରକ୍ଲାସ୍‌, ଏମିତି ହାସଲ କଲେ 49ତମ ODI ଶତକ

ଶ୍ରୀଲଙ୍କା 7ଟି ମ୍ୟାଚ୍‌ ଖେଳି 2ଟିରେ ବିଜୟ ହାସଲ କରିଛି । 5ଟି ପରାଜୟ ସହ 4 ପଏଣ୍ଟ ପାଇ ଟେବୁଲର ସପ୍ତମ ସ୍ଥାନରେ ରହିଛି । ଭାରତ ବିପକ୍ଷରେ ଶ୍ରୀଲଙ୍କାର ଶୋଚନୀୟ ପରାଜୟ ହୋଇଥିଲା । ଦଳ ତାର ବାକି 2ଟି ମ୍ୟାଚ୍‌ ଜିତିଲେ ପଏଣ୍ଟ ଟେବୁଲ ଉପରକୁ ଉଠିବ । ଆଜି ବାଂଲାଦେଶକୁ ମାତ୍ ଦେବାକୁ ସବୁ ଶକ୍ତି ଖଟାଇବ ଦଳ । ବିଶ୍ବକପରେ 2 ଦଳ ପରସ୍ପରକୁ 4ଥର ଭେଟିଛନ୍ତି । ଶ୍ରୀଲଙ୍କା 3ଥର ଜିତିଛି । ଗୋଟିଏ ମ୍ୟାଚ୍‌ ବାତିଲ ରହିଛି । ରେକର୍ଡ ଦେଖିଲେ ବାଂଲାଦେଶ ବିପକ୍ଷରେ ଶ୍ରୀଲଙ୍କାର ପଲ୍ଲା ଭାରି ରହିଛି ।

ଚଳିତ ବିଶ୍ବକପରେ ବାଂଲାଦେଶ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଦଳ 7ଟି ମ୍ୟାଚ୍‌ ଖେଳି ମାତ୍ର 1ଟି ମ୍ୟାଚz ଜିତିଛି । ବାକି 6ଟି ମ୍ୟାଚରେ ପରାସ୍ତ ହୋଇଛି । 2 ପଏଣ୍ଟ ସହ ଟେବୁଲର ନବମ ସ୍ଥାନରେ ରହିଛି । ଦୁର୍ବଳ ରଣନୀତି ପରାଜୟର ମୁଖ୍ୟ କାରଣ ରହିଛି । ଆଜି ଶ୍ରୀଲଙ୍କାକୁ ହରାଇବାକୁ ହେଲେ ଦଳକୁ ସବୁ ବିଭାଗରେ ଭଲ ପ୍ରଦର୍ଶନ କରିବାକୁ ହେବ । ଶ୍ରୀଲଙ୍କାକୁ ହରାଇ 2025 ଚମ୍ପିଆନ୍ସ ଟ୍ରଫିକୁ ଯୋଗ୍ୟତା ଅର୍ଜନ କରିବାକୁ ପ୍ରୟାସ କରିବ ।

ଏହା ବି ପଢନ୍ତୁ...Cricket World Cup 2023: ଜାଡେଜାଙ୍କୁ ୫ ୱିକେଟ୍‌, ଦକ୍ଷିଣ ଆଫ୍ରିକାର ଆତ୍ମସମର୍ପଣ

ପିଚ୍ ରିପୋର୍ଟ: ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟା଼ଡିୟମ ବିଶେଷ କରି ବ୍ୟାଟରଙ୍କୁ ସୁହାଇବ । ଏହି ପିଚରେ ଚୌକା ମାରିବା ସହଜ ହୋଇଥିବା । ବିଶେଷ କରି ଏହି ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ହେବ । ଏଠାରେ ବିଶାଳ ସ୍କୋର ରେକର୍ଡ ଆଶା କରାଯାଉଛି । ଶ୍ରୀଲଙ୍କା ବିପକ୍ଷରେ ଦକ୍ଷିଣ ଆଫ୍ରିକା ଏହି ଗ୍ରାଉଣ୍ଡରେ 428 ରନ୍‌ କରିଥିଲା । ଟସ ବିଜୟୀ ଦଳ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେବା ନେଇ ଅନୁମାନ କରାଯାଉଛି ।

ଶ୍ରୀଲଙ୍କା ସମ୍ଭାବ୍ୟ ଦଳ: କୁଶଲ ମେଣ୍ଡିସ(ଅଧିନାୟକ), ପଥୁମ ନିଶଙ୍କା, ଦିମୁଥ କରୁଣାରତ୍ନେ, ସଦିରା ସମରବିକ୍ରମା, ଚରିଥା ଅଶଲଙ୍କା, ମହେଶ ତୀକ୍ଷଣା, ଆଞ୍ଜେଲୋ ମାଥ୍ୟୁସ, ଦୁଷ୍ମନ୍ତ ଚମିରା, କାସୁନ ରଜିଥା, ଦିଲସାନ ମଧୁଶଙ୍କା ।

ବାଂଲାଦେଶ ସମ୍ଭାବ୍ୟ ଦଳ: ସାକିବ ଅଲ ଆସନ(ଅଧିନାୟକ), ଲିଟନ ଦାସ, ତଞ୍ଜିନ ହାସନ, ମେହିଦି ହାସନ ମିରାଜ, ନଜମୁଲ ହୁସେନ ସାଣ୍ଟୋ, ମୁସଫିକର ରହିମ, ତୌହିଦ ହୃଦୟ, ଟକ୍ସିନ ଅହମ୍ମଦ, ମହମ୍ମୁଦୁଲା, ମସ୍ତାଫିଜୁର ରେହମାନ, ସରିଫଲ ଇସଲାମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.