କୋଲକାତା: ଚଳିତ ବିଶ୍ବକପ 2023ରେ ଏଯାବତ ଅପରାଜେୟ ରହିଥିବା ଭାରତ ଆସନ୍ତା ନଭେମ୍ବର 5 ତାରିଖରେ ସପ୍ତମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ । କୋଲକାତାର ଇଡେନ ଗାର୍ଡେନରେ ଏହି ମ୍ୟାଚ୍ ଖେଳାଯିବ । ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଦିନ ଭାରତୀୟ ଦଳର ଷ୍ଚାର୍ ବ୍ୟାଟର ବିରୋଟ କୋହଲିଙ୍କର ଜନ୍ମଦିନ । ଏହି ମ୍ୟାଚ୍ ସହ କୋହଲିଙ୍କ ଜନ୍ମଦିନ ନେଇ କୋଲକାତା କ୍ରିକେଟ ଆସୋସିଏସନ (ସିଏବି) ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି ହୋଇଛି । ଏହି ମ୍ୟାଚ୍ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି । ଦ୍ବିତୀୟ ସେମିଫାଇନାଲ ସମେତ ଇଡେନ ଗାର୍ଡେନରେ 5ଟି ମ୍ୟାଚ୍ ଖେଳାଯିବା ନେଇ ସ୍ଥିର ହୋଇଛି ।
ନଭେମ୍ବର 5 ତାରିଖରେ କୋହଲିଙ୍କୁ 34 ପୁରି 35 ବର୍ଷ ଚାଲିବ । ଏହି ଦିନ ଇଡେନ ଗାର୍ଡେନରେ ଭାରତ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ରହିଛି । ତେଣୁ ସିଏବି କୋହଲିଙ୍କ ଜନ୍ମଦିନକୁ ସ୍ବତନ୍ତ୍ର କରିବାକୁ ବ୍ୟାପକ ପ୍ରସ୍ତୁତି କରିଛି । ମ୍ୟାଚ୍ ପୂର୍ବରୁ କେକ୍ କଟାଯିବା ସହ 70 ହଜାର ଦର୍ଶକଙ୍କୁ 'କୋହଲି ମାସ୍କ' ପ୍ରଦାନ କରାଯିବ । ଏହାପରେ କୋହଲିଙ୍କୁ ସମ୍ବର୍ଦ୍ଧିତ କରଯାଇ ମୋମେଣ୍ଟମ ପ୍ରଦାନ କରାଯିବ । ସିଏବି ସଭାପତି ସ୍ନେହାଶିଷ ଗାଙ୍ଗୁଲି କହିଛନ୍ତି, ''କିଙ୍ଗ୍ କୋହଲିଙ୍କ ଜନ୍ମଦିନ ପାଳିବା ପାଇଁ ସିଏବି ସ୍ବତନ୍ତ୍ର ପ୍ରସ୍ତୁତି କରିଛି । ଏନେଇ ଆଇସିସି ନିକଟରୁ ଅନୁମତି ମିଳିଛି । କୋହଲି ପଡ଼ିଆକୁ ଓହ୍ଲାଇବା ବେଳେ ଦର୍ଶକ ବଣ୍ଟା ଯାଇଥିବା ମାସ୍କ ପିନ୍ଧି ତାଙ୍କୁ ସ୍ବାଗତ ଓ ଉତ୍ସାହିତ କରିବେ ବୋଲି ଆଶା କରୁଛି ।''
ଏହା ବି ପଢନ୍ତୁ...Cricket World Cup 2023: ଇଂଲଣ୍ଡକୁ ଧୂଳି ଚଟାଇଲେ ଭାରତୀୟ ବୋଲର, ୧୦୦ ରନରେ ଜିତିଲା ଭାରତ
ପ୍ରକଶା ଥାଉ କି, ଚଳତି ବିଶ୍ବକପର 13ତମ ସଂସ୍କରଣରେ ଭାରତ ଦମଦାର ପ୍ରଦର୍ଶନ କରିଛି । ଏଯାବଦ 6ଟି ମ୍ୟାଚ ଜିତି ଅପରାଜେୟ ରହିଛି । ଅଷ୍ଟ୍ରେଲିଆ, ବାଂଲାଦେଶ, ଆଫଗାନିସ୍ତାନ, ପାକିସ୍ତାନ, ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ କେହି ବି ଭାରତକୁ ଅଟାଇପାରି ନାହାନ୍ତି । ଆସନ୍ତା ନଭେମ୍ବର 2 ତାରିଖରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ପରେ ଇଡେନ ଗାର୍ଡେନରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ ରୋହିତ ସେନା ।