ETV Bharat / sports

World Cup 2023: ଆଜି ଦକ୍ଷିଣ ଆଫ୍ରିକା- ନେଦରଲାଣ୍ଡସ ମୁକାବିଲା, ଜାଣନ୍ତୁ କାହା ପଲ୍ଲା ଭାରି - ବିଶ୍ବକପ 2023

ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପରେ ଆଜି 15ତମ ଲିଗ୍ ମ୍ୟାଚ ଖେଳାଯିବ । ଏଥିରେ ଦକ୍ଷିଣ ଆଫ୍ରିକା ଓ ନେଦରଲାଣ୍ଡସ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ । ଅଧିକ ପଢ଼ନ୍ତୁ

World Cup 2023
South africa vs Netherland World Cup Match
author img

By ETV Bharat Odisha Team

Published : Oct 17, 2023, 9:33 AM IST

ଧର୍ମଶାଳା: ବିଶ୍ବକପ 2023ର 13ତମ ସଂସ୍କରଣରେ ଆଜି 15ତମ ମ୍ୟାଚ ଖେଳାଯିବ । ଏଥିରେ ଦକ୍ଷିଆ ଆଫ୍ରିକା ଓ ନେଦରଲାଣ୍ଡସ ପରସ୍ପରକୁ ଭେଟିବେ । ଲଗାତାର ଦୁଇଟି ମ୍ୟାଚ୍‌ରେ ଦମଦାର ବିଜୟ ହାସଲ କରିଥିବା ଦକ୍ଷିଆ ଆଫ୍ରିକା ଆଜି ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ରହିଛି । ନେଜରଲାଣ୍ଡସକୁ ହରାଇ ଶୀର୍ଷରେ ପହଞ୍ଚିବାକୁ ଟାର୍ଗେଟ୍‌ ରଖିଛି ଦଳ । ଅନ୍ଯପଟେ ଇଂଲଣ୍ଡ ବିପକ୍ଷରେ ଆଫଗାନିସ୍ତାନର ବିପର୍ଯ୍ୟୟ ପରି ନେଦରଲାଣ୍ଡସ ଆଜି ବିପର୍ଯ୍ୟୟ ଘଟାଇବାକୁ ପ୍ରସ୍ତୁତ ରହିଛି । ଅପରାହ୍ନ 2ଟାରୁ ମ୍ୟାଚ୍‌ ଆରମ୍ଭ ହେବ । ଧର୍ମାଶାଳାରେ ଖେଳାଯିବ ମ୍ୟାଚ୍‌ ।

ଚଳିତ ବିଶ୍ବକପରେ ଦକ୍ଷିଣ ଆଫ୍ରିକା ସବୁ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରିଛି । ଦଳ 2ଟି ମ୍ୟାଚ୍‌ରେ ଉନ୍ନତ ପ୍ରଦର୍ଶନ କରି ବିଜୟ ହାସଲ କରିଛି । ପ୍ରଥମ ମ୍ୟାଚରେ 102ରନରେ ଶ୍ରୀଲଙ୍କା ଓ ଦ୍ବିତୀୟ ମ୍ୟାଚରେ 134ରନରେ 5ଥର ବିଶ୍ବ ବିଜୟୀ ଅଷ୍ଟ୍ରେଲିଆକୁ ମାତ ଦେଇଥିବା ଦକ୍ଷିଣ ଆଫ୍ରିକା । କ୍ବିଣ୍ଟନ୍‌ ଡି କକ ଦୁଇଟି ମ୍ୟାଚରେ ଶତକ ହାସଲ କରିଥିଲେ । ଆଜି ତାଙ୍କ ପାଖରେ ହ୍ୟାଟ୍ରିକ ଶତକ ଅର୍ଜନର ସୁଯୋଗ ରହିଛି । ତାଙ୍କ ପ୍ରଦର୍ଶନ ଉପରେ ନଜର ରହିଛି । ସେହିପରି ଅନ୍ୟ ବ୍ୟାଟର ରାସି ଭାନ ଡର ଡୁସେନ ଓ ଆଡେନ ମାରକ୍ରମଙ୍କ ଉପରେ ମଧ୍ୟ ନଜର ରହିଛି । ବୋଲର କାଗିସୋ ରାବାଡା ଏକ ରେକର୍ଡ ଅପେକ୍ଷାରେ ରହିଛନ୍ତି । 150ଟି ଦିନିକିଆ ୱିକେଟ ପୂରଣ ପାଇଁ ତାଙ୍କୁ ଆଉ ଗୋଟିଏ ୱିକେଟର ଆବଶ୍ୟକତା ରହିଛି । ଆଜି ନେଦରଲାଣ୍ଡଠୁ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ରହିଛି ଦଳ ।

2022 ଟି-ଟ୍ବେଣ୍ଟି ବିଶ୍ବକପରେ ଦକ୍ଷିଣ ଆଫ୍ରିକାକୁ 13ରନ୍‌ରେ ପରାସ୍ତ କରି ବିପର୍ଯ୍ୟୟ ଘଟାଇଥିଲା ନେଦରଲାଣ୍ଡସ । ଟୁର୍ଣ୍ଣାମେଣ୍ଟରୁ ଦକ୍ଷିଣ ଆଫ୍ରିକା ବିଦା ହୋଇଥିଲା । ଆଜିର ମ୍ୟାଚ୍‌ରେ ନେଦରଲାଣ୍ଡସ ପୂର୍ବ ପ୍ରଦର୍ଶନ ଦୋହରାଇବାକୁ ପ୍ରୟାସ କରିବ । ନେଦରଲାଣ୍ଡସ 2ଟି ମ୍ୟାଚ୍‌ ଖେଳି ସାରିଛି ଗୋଟିଏ ବି ଜିତିନାହିଁ । ଆଜି ଦକ୍ଷିଣ ଆଫ୍ରିକାକୁ ହରାଇ ବଡ଼ ବିପର୍ଯ୍ୟୟ ଘଟାଇବା ସହିତ ବିଶ୍ବକପରେ ବିଜୟ ଖାତା ଖୋଲିବାକୁ ଲଷ୍ୟ ରଖିଛି ।

ପିଚ୍ ରିପୋର୍ଟ: ଧର୍ମଶାଳାରେ ଚଳିତ ବିଶ୍ବକପର 2ଟି ମ୍ୟାଚ ଖେଳା ସରିଛି । ପିଚ ଅପେକ୍ଷା ଆଉଟ ଫିଲ୍ଡ ଭଲ ରହିଛି । ଏହି ଷ୍ଟାଡିମୟ ପୂର୍ବ ଦୁଇ ମ୍ୟାଚରେ ସ୍ପିନର ଓ ବ୍ୟାଟରଙ୍କ ରାଜୁତି ଦେଖିବାକୁ ମିଳିଥିଲା । ଏହି ପିଚ ପେସ୍‌ ବୋଲର୍‌ଙ୍କୁ ସୁହାଇବ । ଟସ୍‌ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବ । ଆଜି ହାଲୁକା ବର୍ଷା ସମ୍ଭାବନା ରହିଛି ।

ଏହା ବି ପଢନ୍ତୁ...Cricket World Cup 2023: ୫ ୱିକେଟ୍‌ରେ ଅଷ୍ଟ୍ରେଲିଆର ପ୍ରଥମ ବିଜୟ, ଶ୍ରୀଲଙ୍କାର ପରାଜୟଧାରା ଜାରି

ଦକ୍ଷିଣ ଆଫ୍ରିକା ସମ୍ଭାବ୍ୟ ଦଳ: କ୍ବିଣ୍ଟନ ଡି' କକ୍‌, ତେମ୍ବା ବଭୁମା(ଅଧିନାୟକ), ରାସି ଭାନ ଡର ଡୁସେନ, ଆଡେନ ମାର୍କ୍ରମ, ଡେଭିଡ୍‌ ମିଲର, ହେନ୍‌ରିକ୍‌ କ୍ଲାସେନ, ମାର୍କୋ ଜାନସେନ, କାଗିସୋ ରାବାଡା, କେଶବ ମହାରାଜ, ଲୁଙ୍ଗି ଏନଗିଡି, ଗେରାଲ଼୍ କୋଏଜି/ ତାବ୍ରେଜ୍‌ ସାମସି ।

ନେଦରଲାଣ୍ଡସ ସମ୍ଭାବ୍ୟ ଦଳ: ସ୍କଟ୍‌ ଏଡୱାର୍ଡ୍ସ (ଅଧିନାୟକ), ବିକ୍ରମଜିତ ସିଂହ, ମ୍ୟାକ୍ସ ଓ ଦାଉଦ, କଲିନ ଆକରମାନ, ବାସ ଡି ଲିଡ୍‌, ତେଜା ନିଦାମାନୁର, ସିବ୍ରାଣ୍ଡ ଏଙ୍ଗରବ୍ରେଟ୍‌, ରୋଏଲ୍ଫ ଭାନ ଡର ମର୍ୱିସ ଲୋଗାନ ଭାନ ବିକ/ରିୟାନ କ୍ଲିନ୍‌, ଆର୍ଯ୍ୟାନ ଦତ୍ତ, ପଲ ଭାନ ମିକେରନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.