ETV Bharat / sports

Cricket World Cup 2023: ସଙ୍ଘର୍ଷ କରି ହାରିଲା ଶ୍ରୀଲଙ୍କା, ୧୦୨ ରନରେ ଦକ୍ଷିଣ ଆଫ୍ରିକାର ବଡ଼ ବିଜୟ

author img

By ETV Bharat Odisha Team

Published : Oct 7, 2023, 10:54 PM IST

ଦିଲ୍ଲୀର ଅରୁଣ ଜେଟ୍‌ଲି ଷ୍ଟାଡିୟମ ଠାରେ ବିଶ୍ବକପ୍‌ ୨୦୨୩ର ଚତୁର୍ଥ ମ୍ୟାଚରେ ଶ୍ରୀଲଙ୍କାକୁ ୧୦୨ ରନ୍‌ରେ ପରାସ୍ତ କରି ଏକ ବଡ଼ ବିଜୟ ହାସଲ କରିଛି ଦକ୍ଷିଣ ଆଫ୍ରିକା । ଏହି ହାଇ-ସ୍କୋରିଂ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଦ.ଆଫ୍ରିକା ୪୨୮ ରନର ବିଶାଳ ସ୍କୋର କରିଥିଲା । ଜବାବରେ ୪୪.୫ ଓଭରରେ ସମସ୍ତ ୱିକେଟ୍‌ ହରାଇ କେବଳ ୩୨୬ ରନ କରିବାରେ ସକ୍ଷମ ହୋଇଥିଲା ଶ୍ରୀଲଙ୍କା । ଅଧିକ ପଢ଼ନ୍ତୁ

୧୦୨ ରନରେ ଦକ୍ଷିଣ ଆଫ୍ରିକାର ବଡ଼ ବିଜୟ
୧୦୨ ରନରେ ଦକ୍ଷିଣ ଆଫ୍ରିକାର ବଡ଼ ବିଜୟ

ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟ୍‌ଲି ଷ୍ଟାଡିୟମ ଠାରେ ଚାଲିଥିବା ବିଶ୍ବକପ୍‌ ୨୦୨୩ର ଚତୁର୍ଥ ମ୍ୟାଚରେ ଶ୍ରୀଲଙ୍କାକୁ ୧୦୨ ରନ୍‌ରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା । ଏହି ହାଇସ୍କୋରିଂ ମ୍ୟାଚରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଆଗରେ ୪୨୯ ରନର ବିଶାଳ ଲକ୍ଷ୍ୟ ରଖିଥିଲା । ଜବାବରେ ଶ୍ରୀଲଙ୍କା ମଧ୍ୟ ଲଢୁଆ ବ୍ୟାଟିଂ ପ୍ରଦର୍ଶନ କରିଥିଲା । କିନ୍ତୁ ଦଳ ୪୪.୫ ଓଭରରେ ସମସ୍ତ ୱିକେଟ୍‌ ହରାଇ କେବଳ ୩୨୬ ରନ କରିବାରେ ସକ୍ଷମ ହୋଇଥିଲା । ବିସ୍ଫୋରକ ଶତକୀୟ ପାଳି ପାଇଁ ଏଡେନ ମାର୍କ୍ରମ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।

ଆଜି ଟସ୍‌ ଜିତି ପ୍ରଥମେ ବାଂଲାଦେଶକୁ ବ୍ୟାଟିଂ ନିମନ୍ତ୍ରଣ ଦେଇଥିଲା ଶ୍ରୀଲଙ୍କା । ପାଳି ଆରମ୍ଭ ପାଇଁ ଗ୍ରାଉଣ୍ଡକୁ ଓହ୍ଲାଇଥିଲେ ଡି କକ୍‌ ଓ ଟେମ୍ବା ବାଭୁମା । ହେଲେ କେବଳ ୮ ରନ୍‌ କରି ଆଉଟ୍‌ ହୋଇଥିଲେ ଅଧିନାୟକ ବାଭୁମା । କିନ୍ତୁ ଦଳକୁ ସମ୍ଭାଳିଥିଲେ ଡି କକ୍‌ ଓ ଡସେନ । ଉଭୟଙ୍କ ଶତକୀୟ ପାଳି ଦଳକୁ ମଜବୁତ ସ୍ଥିତିକୁ ଆଣିଥିଲା । ଡିକକ୍ ୮୪ ବଲରୁ ୧୨ ଚୌକା ଓ ୩ ଛକା ସହ ୧୦୦ ରନ କରି ପାଭିଲିୟନ ଫେରିଥିଲେ । ରସି ଭାନ ଡର୍‌ ଡସେନ ୧୧୦ ବଲରୁ ୧୩ ଚୌକା ଓ ୨ ଛକା ସହ ୧୦୮ ରନର ଦମଦାର ଇନିଂସ ଆଉଟ୍‌ ହୋଇଥିଲେ । ଏହାପରେ କୌଣସି ଚାପ ନଥିବାରୁ ଏଡେନ୍‌ ମାକ୍ରମ ବିସ୍ଫୋରକ ବ୍ୟାଟିଂ କରିଥିଲେ । କେବଳ ୫୪ଟି ବଲ୍‌ ଖେଳି ସେ ୩ ଛକା ଓ ୧୪ ଚୌକା ସହିତ ୧୦୬ ରନ୍‌ କରିଥିଲେ । ଯାହା ଫଳରେ ଦଳୀୟ ସ୍କୋରବୋର୍ଡ ଏକ ବଡ଼ ଟାର୍ଗେଟ ଆଡ଼କୁ ଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ହେନରିଚ୍‌ କ୍ଲାସିନ ୩୨, ଡେଭିଡ୍‌ ମିଲର ଅପରାଜିତ ୩୯ ଓ ମାର୍କୋ ଜାନ୍‌ସେନ୍‌ ଅପରାଜିତ ୧୨ ରନ ସଂଗ୍ରହ କରିଛନ୍ତି । ଫଳରେ ଦଳୀୟ ସ୍କୋର ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ ବିନିମୟରେ ୪୨୮ ରନରେ ପହଞ୍ଚିଥିଲା ।

ସେପଟେ ଶ୍ରୀଲଙ୍କା ପକ୍ଷରୁ କିନ୍ତୁ କୌଣସି ବୋଲର୍‌ ଆଖିଦୃଶିଆ ପ୍ରଦର୍ଶନ କରିପାରିନଥିଲେ । ପଥିରାନା ୧୦ ଓଭର୍‌ ବୋଲିଂ କରି ସର୍ବାଧିକ ୯୫ ରନ୍‌ ବ୍ୟୟ କରି ଗୋଟିଏ ୱିକେଟ୍‌ ଅକ୍ତିଆର କରିଥିଲେ । ସେହିପରି ଦିଲ୍‌ସାନ ୨ଟି ଓ ରାଜିଥା ଏବଂ ଦୁନିଥ୍‌ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ବିଶ୍ବକପ୍‌ ଇତିହାସରେ ସର୍ବାଧିକ ରନ୍‌ କରି ଦକ୍ଷିଣ ଆଫ୍ରିକାର ବିଶ୍ବ ରେକର୍ଡ

ଏହାପରେ ୪୨୯ ରନର ବିଶାଳ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଶ୍ରୀଲଙ୍କାର ଓପନର ପଥୁମ ନିଶଙ୍କ ଦଳକୁ ପ୍ରଥମେ ନିରାଶ କରି ମୈଦାନ ଛାଡ଼ିଥିଲେ । ଖାତା ଖୋଲିବା ପୂର୍ବରୁ ମାର୍କୋ ଜାନ୍‌ସେନ୍‌ଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇଥିଲେ ନିଶଙ୍କ । ଏହାପରେ କେବଳ ୭ ରନ କରି ଅନ୍ୟତମ ଓପନର କୁଶଲ ପେରେରା ମଧ୍ୟ ଜାନ୍‌ସେନ୍‌ଙ୍କ ଶିକାର ପାଲଟିଥିଲେ । କୁଶଲ ମେଣ୍ଡିସ ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରିଥିଲେ । ହେଲେ ଅନ୍ୟପଟେ ବେଶ ଲୟରେ ନଜର ଆସିଥିବା ସଦୀରା ସମରବୀକ୍ରମ ୨୩ ରନ କରି ଆଉଟ୍‌ ହୋଇଯାଇଥିଲେ । ଏହାପରେ ଚରିଥ ଅସଲଙ୍କା ମେଣ୍ଡିସଙ୍କ ସାଥ୍‌ ଦେଇଥିଲେ । ସେ ୬୫ ବଲରୁ ୮ ଚୌକା ଓ ୪ ଛକା ବଳରେ ୭୯ ରନ କରିଥିବାବେଳେ ମେଣ୍ଡିସ ୪୨ ବଲରୁ ୪ ଚୌକା ଓ ୮ ଛକା ସହିତ ୭୬ ରନର ବିସ୍ଫୋରକ ପାଳି ଖେଳିଥିଲେ । ଅଧିନାୟକ ସଣକା ମଧ୍ୟ ବେଶ ବୁଝି ବିଚାରି ଲମ୍ବା ପାଳି ଖେଳିବାକୁ ପ୍ରୟାସ କରିଥିଲେ । ସେ ୬୨ ବଲରୁ ୬୮ ରନର ପାଳି ଖେଳି ଆଉଟ୍‌ ହୋଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କେବଳ କସୁନ ରଜିଥା ୩୩ ରନ କରିପାରିଥିଲେ । ଫଳରେ ଦଳ କେବଳ ୩୨୬ ରନ ହିଁ କରିବାରେ ସକ୍ଷମ ହୋଇଥିଲା ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ଗେର୍ଲାଡ୍‌ କଏଜି ସର୍ବାଧିକ ୩ଟି ୱିକେଟ୍‌ ନେଇଥିବା ବେଳେ କେଶବ ମହାରାଜ, କାଗିସୋ ରାବାଡା ଓ ମାର୍କୋ ଜାନ୍‌ସେନ୍‌ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ । ସେହିଭଳି ଲୁଙ୍ଗି ଏନ୍‌ଗିଡି ମଧ୍ୟ ଗୋଟିଏ ସଫଳତା ପାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.