ETV Bharat / sports

Cricket World Cup 2023: ଜାଡେଜାଙ୍କ ଭଉଣୀଙ୍କର ୨ଟି ଇଚ୍ଛା, ଭାରତ ବିଶ୍ବକପ୍‌ ଜିତୁ ଓ ଭାଇ ଭଲ ପ୍ରଦର୍ଶନ କରନ୍ତୁ

author img

By ETV Bharat Odisha Team

Published : Oct 9, 2023, 9:40 PM IST

Updated : Oct 9, 2023, 10:00 PM IST

ବିଶ୍ବକପ୍‌ ୨୦୨୩ରେ ଭାରତର ପ୍ରଥମ ମ୍ୟାଚ୍‌ରେ ବେଶ ଚମତ୍କାର ପ୍ରଦର୍ଶନ କରିଛନ୍ତି ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା । ଏହାପରେ ଇଟିଭି ଭାରତକୁ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ନିଜର ଇଚ୍ଛା ପ୍ରକାଶ କରିଛନ୍ତି ଜାଡେଜାଙ୍କ ଭଉଣୀ ନୟନବା । ଜାଣନ୍ତୁ କଣ ତାଙ୍କ ଇଚ୍ଛା

ଜାଡେଜାଙ୍କ ଭଉଣୀଙ୍କର ୨ଟି ଇଚ୍ଛା
ଜାଡେଜାଙ୍କ ଭଉଣୀଙ୍କର ୨ଟି ଇଚ୍ଛା
Cricket World Cup 2023

ଗାନ୍ଧୀନଗର: ରବିବାର ବିଶ୍ବକପ୍‌ ୨୦୨୩ ଅଭିଯାନ ବିଜୟରୁ ଆରମ୍ଭ କରିଛି ଭାରତ । ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳୁଥିବା ଭାରତୀୟ ଦଳର ବୋଲିଂ ଆଟାକ୍‌ରେ କେବଳ ୧୯୯ ରନରେ ଅଲ୍‌ ଆଉଟ୍‌ ହୋଇଥିଲା ଅଷ୍ଟ୍ରେଲିଆ । ଏହାପରେ ୬ ୱିକେଟ୍‌ରେ ବାଜି ମାରିନେଇଥିଲା ଭାରତ । ତେବେ କଙ୍ଗାରୁ ଦଳକୁ ୧୯୯ରେ ସୀମିତ ରଖିବାରେ ଭାରତର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କର ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ ଥିଲା । ସେ ଦଳ ପାଇଁ ସର୍ବାଧିକ ୩ଟି ୱିକେଟ୍‌ ହାସଲ କରିଥିଲେ । ତେବେ ଜାଡେଜା ଭଲ ପ୍ରଦର୍ଶନ କରିବେ ବୋଲି ପୂର୍ବରୁ ମଧ୍ୟ ଅନୁମାନ କରିସାରିଥିଲେ ତାଙ୍କ ବଡ଼ ଭଉଣୀ ନୟନାବା ଜାଡେଜା । ଭାରତ ଏଥର ବିଶ୍ବକପ୍‌ ଟ୍ରଫି ଜିତୁ ବୋଲି ଆମ ସମସ୍ତଙ୍କ ଭଳି ସେ ମଧ୍ୟ ଆଶା ରଖିଥିବା ସେ ଇଟିଭି ଭାରତ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ କହିଛନ୍ତି ।

ସେ କହିଛନ୍ତି, "ଭାରତୀୟ ଦଳ ବିଜୟରୁ ଆରମ୍ଭ କରିଥିବା ଅଭିଯାନ ଟ୍ରଫି ଜିତିବା ପରେ ଶେଷ କରନ୍ତୁ ବୋଲି ମୁଁ ଆଶା ରଖିଛି । ଗତକାଲିର ମ୍ୟାଚ ଆରମ୍ଭରୁ ମୁଁ ଅନୁଭବ କଲି ଯେ ଭାରତକୁ ଜିତିବା କଷ୍ଟକର ହେବ । କିନ୍ତୁ ଦଳ ମ୍ୟାଚ୍‌କୁ ଶେଷ କରିବା ପର୍ଯ୍ୟନ୍ତ ସଙ୍ଘର୍ଷ କରିଥିଲା ଏବଂ ଶେଷରେ ମ୍ୟାଚ୍ ଜିତିଲା । ଏହି ମ୍ୟାଚ୍‌ ଅତ୍ୟନ୍ତ ଆକର୍ଷଣୀୟ ଥିଲା ଏବଂ ରବୀନ୍ଦ୍ର ୩ଟି ୱିକେଟ୍ ନେଇ ଭଲ ପ୍ରଦର୍ଶନ କରିଥିଲେ । ତାଙ୍କ ପ୍ରଦର୍ଶନରେ ଆମେ ବହୁତ ଖୁସି ଅଛୁ । ଆଗାମୀ ମ୍ୟାଚ ଗୁଡ଼ିକରେ ମଧ୍ୟ ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ ଦେଖିବାକୁ ଆମେ ଅପେକ୍ଷା କରିଛୁ । ମ୍ୟାଚ୍ ସମୟରେ ଖେଳାଳିଙ୍କ ପରିବାର ସଦସ୍ୟଙ୍କ ଭାବନା ଖେଳାଳୀ ସହିତ ଯୋଡ଼ି ହୋଇଥାଏ ଏବଂ ଆମେ ଏହା ମଧ୍ୟ ଜାଣୁ ଯେ ଲକ୍ଷ ଲକ୍ଷ ପ୍ରଶଂସକ ସେମାନଙ୍କ ଖେଳାଳିଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...Cricket World Cup: ଚେପକ ପିଚ୍ ଟେଷ୍ଟ ମ୍ୟାଚ ଟ୍ରାକ ପରି କହିଲେ ଜାଡେଜା

ରବୀନ୍ଦ୍ର ଜାଡେଜାଙ୍କ ଖେଳ ଦେଖି କିପରି ଅନୁଭବ ହୋଇଥିଲା ପଚାରିବାରୁ ସେ କହିଛନ୍ତି, "ପରିବାର ସଦସ୍ୟ ଭାବରେ, ଯେତେବେଳେ ସେ ଖେଳନ୍ତି ଆମେ ମଧ୍ୟ କିଛିମାତ୍ରାରେ ଚାପ ଅନୁଭବ କରୁ । ଇନିଂସ ଆରମ୍ଭ ହେବାପରେ ଆମେ ତାଙ୍କ ପ୍ରଦର୍ଶନକୁ ପୂର୍ବାନୁମାନ କରିଥାଉ ଯେ ସେ କେତେ ୱିକେଟ୍ ନେଇପାରିବେ ବା କେତେ ରନ୍‌ ସ୍କୋର କରିପାରିବେ । ଉଦାହରଣ ସ୍ବରୂପ, ଗତକାଲି ସ୍ପିନରଙ୍କୁ ପିଚ୍‌ରୁ କିଛି ସାହାଯ୍ୟ ମିଳିଥିଲା ଏବଂ ମୁଁ ଭାବିଲି ସେ ସେହି ପିଚ୍‌ରେ ଅତି କମରେ ୩-୪ ୱିକେଟ୍ ନେଇପାରିବେ ଏବଂ ଶେଷରେ ତାହା ହିଁ ହେଲା । ବିଶେଷକରି ମ୍ୟାଚ୍‌ରେ ଷ୍ଟିଭ୍ ସ୍ମିଥ୍‌ ୱିକେଟ୍ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା, ଯାହା ମଧ୍ୟ ଖେଳର ମୋଡ଼ ବଦଳାଇଦେଇଥିଲା ।"

ଭାରତ-ପାକିସ୍ତାନ ମ୍ୟାଚ୍‌ ପ୍ରସଙ୍ଗରେ ନୟନବା ଜାଡେଜା କହିଛନ୍ତି, "ଏଥର ଭାରତୀୟ କ୍ରିକେଟ୍ ଦଳ ଏକ ଭିନ୍ନ ଫର୍ମରେ ନଜର ଆସୁଛି । ମୁଁ ଅନୁଭବ କରୁଛି ଯେ ଭାରତ ଏହି ମ୍ୟାଚ୍‌ ନିଶ୍ଚୟ ଜିତିବ ଏବଂ ନରେନ୍ଦ୍ର ମୋଦି ଷ୍ଟାଡିୟମକୁ ମଧ୍ୟ ବହୁ କ୍ରିକେଟପ୍ରେମୀ ଆସିବେ ନିଜ ଦଳକୁ ସମର୍ଥନ କରିବାକୁ ।" ସେ ନବରାତିରୀ ନେଇ କହିଛନ୍ତି, "ନବରାତ୍ରୀ ମହୋତ୍ସବ ଏବଂ ବିଶ୍ବକପ ଉଭୟ ଏକା ସାଙ୍ଗରେ ଚାଲିବ । ଆମ ପାଇଁ ନବରାତ୍ରୀର ଏକ ବିଶେଷ ଗୁରୁତ୍ବ ରହିଛି । ଆମେ ବର୍ଷ ବର୍ଷ ଧରି ଦେବୀ ମାତାଙ୍କ ଆରାଧନା କରିଆସୁଛୁ । ମୁଁ ଦେବୀ ମାତାଙ୍କୁ ଯାହା ପ୍ରାର୍ଥନା କରିଛି, ତାହା ମୋତେ ଦୁଇଗୁଣା ମିଳିଛି । ତେବେ ଏଥର ମୋର ଭାଇଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଏବଂ ଏହି ବିଶ୍ବକପ୍‌ ୨୦୨୩ରେ ଭାରତର ବିଜୟ ପାଇଁ ମୁଁ ଦେବୀ ମାତାଙ୍କୁ ପ୍ରାର୍ଥନା କରିବି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 9, 2023, 10:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.