ETV Bharat / sports

World Cup 2023: ଧର୍ମଶାଳାରେ ଇତିହାସ ରଚିଲେ ଶୁଭମନ, 2000 ଦିନିକିଆ ରନ କ୍ଲବରେ ହେଲେ ସାମିଲ - ଶୁଭମନ ଗିଲ

ଆଇସିସି ଦିନିକିଆ ବିଶ୍ବକପ 2023ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦମଦାର ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଏହି ମ୍ୟାଚରେ ଷ୍ଟାର ବ୍ୟାଟର ଶୁଭମନ ଗିଲ ଦ୍ରୁତତମ 2000 ରନ କ୍ଲବରେ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ

Cricket World Cup 2023
World Cup 2023
author img

By ETV Bharat Odisha Team

Published : Oct 23, 2023, 7:03 AM IST

ଧର୍ମଶାଳା: ଭାରତୀୟ କ୍ରିକେଟ ଦଳର ଷ୍ଟାର ବ୍ୟାଟର ଶୁଭମନ ଗିଲ ଧର୍ମଶାଳାରେ ଖେଳାଯାଇଥିବା ଭାରତ ବନାମ ନ୍ୟୁଜିଲାଣ୍ଡ ମ୍ୟାଚ୍‌ରେ କିର୍ତ୍ତୀମାନ ନିଜ ନାମରେ କରିଛନ୍ତି । ବିଶ୍ବ କ୍ରିକେଟର ସମସ୍ତ କିମ୍ବଦନ୍ତୀ କ୍ରିକେଟଙ୍କୁ ପଛରେ ପକାଇ ଇତିହାସ ରଚିଛନ୍ତି ଶୁଭମନ ଗିଲ୍‌ । ଦିନିକିଆ ପୁରୁଷ କ୍ରିକେଟରେ ସବୁଠୁ ଦ୍ରୁତ 2 ହଜାର ରନ ପୂରଣ କରିବାରେ ସମର୍ଥ ହୋଇଛନ୍ତି ଶୁଭମନ ।

ଏହା ବି ପଢନ୍ତୁ...Cricket World Cup 2023: ଭାଙ୍ଗିଲା ନ୍ୟୁଜିଲାଣ୍ଡର ବିଜୟଧାରା, ପୁଣି ମ୍ୟାଚ୍‌ ଜିତାଇଲେ କିଙ୍ଗ୍‌ କୋହଲି

ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ବକପ ଲିଗ୍‌ ମୁକାବିଲାରେ ଯୁବ ଓପନର ଶୁଭମନ ଗିଲ 2000 ରନ୍‌ ପୂରଣ କରିଛନ୍ତି । ଦିନିକିଆ କ୍ରିକେଟରେ 2000 ରନ୍‌ ପୂରଣ କରିବାରେ ସେ ଦ୍ରୁତତମ ସାବ୍ୟସ୍ତ ହୋଇଛନ୍ତି । ମାତ୍ର 38ଟି ଇନିଂସରୁ ସେ ଏହି ସଫଳତା ହାସଲ କରିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷରେ ସେ 14 ରନ୍‌ କରିଥିବା ବେଳେ ସେ 2000 ରନ୍‌ କ୍ଲବରେ ସାମିଲ ହୋଇଛନ୍ତି । ଏହି ମ୍ୟାଚ୍‌ରେ ସେ ମୋଟ 31 ବଲରୁ 26 ରନ୍‌ କରିଥିଲେ । ସେଥିରେ 5ଟି ଚୌକା ରହିଛି । ପୂର୍ବରୁ ଏହି ରେକର୍ଡ ଦକ୍ଷିଣ ଆଫ୍ରିକାର ହାସିମ ଆମଲାଙ୍କ ନାମରେ ରହିଥିଲା । ସେ 40ଟି ଇନିଂସ ଖେଳି ଏହି ସଫଳତା ହାସଲ କରିଥିବା ଶୁଭମନ ତାଙ୍କୁ ପଛରେ ପକାଇ ମାତ୍ର 38ଟି ଇନିଂସ ଖେଳି ଦ୍ରୁତତମ 2000 ଦିନିକିଆ ରନ୍‌ କ୍ଲବରେ ସାମିଲ ହୋଇଛନ୍ତି । ଗିଲ ପ୍ରଥମ 10ଟି ଇନିଂସରେ 500 ରନ୍‌ ପୂରଣ କରିଥିଲେ । 19ତମ ଇନିଂସରେ 1000ରନ ଓ 29ତମ ଇନିଂସରେ 1500 ରନ ପୂରଣ କରିଥିଲେ ।

ଏହା ବି ପଢନ୍ତୁ...Cricket World Cup 2023: ନ୍ୟୁଜିଲାଣ୍ଡ ବିପକ୍ଷରେ ୫ ୱିକେଟ୍‌ ସଫଳତା, ଭାରତର ଦ୍ବିତୀୟ ସର୍ବାଧିକ ୱିକେଟ୍‌ ହାସଲକାରୀ ଶାମି

ପ୍ରକାଶ ଥାଉ କି, ବିଶ୍ବକପ ଆରମ୍ଭରୁ ଦୁଇଟି ମ୍ୟାଚ୍‌ ଖେଳି ନଥିଲେ ଶୁଭମନ ଗିଲ । ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବାରୁ ସେ 2ଟି ମ୍ୟାଚରୁ ବାଦ ପଡିଥିଲେ । ଅକ୍ଟୋବର 14 ତାରିଖରେ ପାକିସ୍ତାନ ବିପକ୍ଷରେ ଖେଳିଥିଲେ ଗିଲ୍‌ । ଅସୁସ୍ଥ ସତ୍ତ୍ବେ ଭଲ ପ୍ରଦର୍ଶନ କରିଛନ୍ତି ଶୁଭମନ । ଭାରତ ତାର 5 ମ୍ୟାଚରେ ଧର୍ମଶାଳାରେ ନ୍ୟୁଜିଲାଣ୍ଡକୁ ଭେଟିଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି କିୱି ଦଳ 273 ରନ କରିଥିଲା । 274 ରନ ଟାର୍ଗେଟ ନେଇ ପାଳି ଆରମ୍ଭ କରିଥିବା ଭାରତ 4 ୱିକେଟରେ ବିଜୟ ହାସଲ କରିବା ସହ 2019ର ପ୍ରତିଶୋଧ ନେଇଥିଲା । ଏହି ମ୍ୟାଚରେ ଶୁଭମନ ଗିଲ 31 ବଲରେ 26 ରନ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.