ETV Bharat / sports

Cricket World Cup 2023: ସେମିଫାଇନାଲ୍‌ ଲାଇନ୍‌-ଅପ୍‌ ସ୍ପଷ୍ଟ କଲା ଆଇସିସି, ୧୫ରେ ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା

ପାକିସ୍ତାନକୁ ବିଦାୟ ଜଣାଇ ବିଶ୍ବକପ୍‌ ୨୦୨୩ ସେମିଫାଇନାଲିଷ୍ଟଙ୍କ ନାମ ଘୋଷଣା କଲା ଆଇସିସି । ନଭେମ୍ବର ୧୫ରେ ପ୍ରଥମ ସେମିରେ ଭାରତକୁ ଭେଟିବ ନ୍ୟୁଜିଲାଣ୍ଡ । ୧୬ରେ ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ । ଅଧିକ ପଢ଼ନ୍ତୁ

India to face New Zealand in 1st Semi
ସେମିଫାଇନାଲ୍‌ ଲାଇନ୍‌-ଅପ୍‌ ସ୍ପଷ୍ଟ କଲା ଆଇସିସି
author img

By ETV Bharat Odisha Team

Published : Nov 11, 2023, 9:26 PM IST

କୋଲକାତା: ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଆଇସିସି ବିଶ୍ବକପ୍‌ ୨୦୨୩ । ରବିବାର ଟୁର୍ଣ୍ଣାମେଣ୍ଟର ଶେଷ ଲିଗ୍‌ ମ୍ୟାଚ୍‌ରେ ଆୟୋଜକ ଭାରତକୁ ଭେଟିବ ନେଦରଲ୍ୟାଣ୍ଡ । ଏହା ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ସ୍ପଷ୍ଟ କରିଛି ବିଶ୍ବକପ୍‌ ୨୦୨୩ ସେମିଫାଇନିଲଷ୍ଟଙ୍କ ନାମ । ପଏଣ୍ଟ୍ସ ଟେବୁଲର ନେଟ୍‌ ରନ୍‌ ରେଟ୍‌ ଅନୁସାରେ ପାକିସ୍ତାନ ଖୁବ ପଛରେ ପଡ଼ିଯିବାରୁ ନ୍ୟୁଜିଲାଣ୍ଡ ସେମିଫାଇନାଲ ପାଇଁ ଆଧିକାରୀକ ଭାବେ ଉନ୍ନୀତ ହୋଇଛି । ଟେବୁଲର ଶୀର୍ଷରେ ଥିବା ଭାରତ ସମେତ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ପୂର୍ବରୁ ସେମିଫାଇନାଲକୁ ପ୍ରବେଶ କରିସାରିଛନ୍ତି । ଏହା ସହିତ କ୍ରମାଗତ ଭାବେ ୫ମ ଥର ପାଇଁ ବିଶ୍ବକପ୍‌ ସେମିଫାଇନାଲରେ ପ୍ରବେଶ କରିଛି ନ୍ୟୁଜିଲାଣ୍ଡ ।

ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ପଏଣ୍ଟ୍ସ ଟେବୁଲର ନେଟ୍‌ ରନ୍‌ ରେଟ୍‌ ଅନୁସାରେ ଟାର୍ଗେଟ ହାସଲ କରିବାରେ ବିଫଳ ହୋଇଛି ବାବର ସେନା । ଯାହାର ଫାଇଦା ସିଧାସଳଖ ନ୍ୟୁଜିଲାଣ୍ଡକୁ ମିଳିଛି । ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ବଡ଼ ବିଜୟ ହାସଲ କରିବା କିୱି ଦଳ ପାଇଁ ଲାଭଦାୟକ ହୋଇଛି । ଫଳରେ ୱିଲିୟମସନ୍‌ଙ୍କ ନ୍ୟୁଜିଲାଣ୍ଡର ସେମି ରାସ୍ତାରେ ପାକିସ୍ତାନ କିମ୍ବା ଆଫଗାନିସ୍ତାନ ବାଧକ ସାଜିପାରିନାହାନ୍ତି । ଶନିବାର ଚତୁର୍ଥ ଦଳ ଭାବରେ ନ୍ୟୁଜିଲାଣ୍ଡ ଆଧିକାରୀକ ଭାବେ ସେମିଫାଇନାଲ ଟିକେଟ୍‌ ପକ୍କା କରିଛି । ନଭେମ୍ବର ୧୫ ତାରିଖରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ଖେଳାଯିବା ନେଇ ଆଇସିସି ପକ୍ଷରୁ ମଧ୍ୟ ସ୍ପଷ୍ଟ କରାଯାଇଛି । ସେହିପରି ନଭେମ୍ବର ୧୬ ତାରିଖରେ ଦ୍ବିତୀୟ ସେମିଫାଇନାଲ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ୩୩୭ ରନର ବିଶାଳ ସ୍କୋର କଲା ଇଂଲଣ୍ଡ, ପାକିସ୍ତାନର ସେମି ରାସ୍ତା ବନ୍ଦ

ତେବେ ବିଶ୍ବକପ୍‌ ୨୦୨୩ ସେି ଟିକେଟ୍‌କୁ ମିଶାଇ କ୍ରମାଗତ ୫ମ ଥର ପାଇଁ ବିଶ୍ବକପ୍‌ ସେମିଫାଇନାଲ୍‌ରେ ପ୍ରବେଶ କରିଛି ନ୍ୟୁଜିଲାଣ୍ଡ । ପ୍ରକାଶଯୋଗ୍ୟ, ୨୦୧୯ ବିଶ୍ବକପ୍‌ରେ ଭାରତକୁ ସେମିଫାଇନାଲରେ ମାତ୍ ଦେଇ ଫାଇନାଲରେ ପହଞ୍ଚିଥିଲା କିୱି ଦଳ । ହେଲେ ଫାଇନାଲ ମ୍ୟାଚ୍‌ରେ ପ୍ରଥମେ ଫଳାଫଳ ଅମିମାଂସିତ ରହିବା ପରେ ସୁପର ଓଭର ଫଳାଫଳ ମଧ୍ୟ ସମାନ ଆସିଥିଲା । ଏହାପରେ ଇଂଲଣ୍ଡ ବାଉଣ୍ଡରୀ ଗଣତିରେ ଟାଇଟଲ ହାତେଇଥିଲା । ଚଳିତବର୍ଷ ମଧ୍ୟ ଭାରତ ବିପକ୍ଷରେ ସେମିଫାଇନାଲ ଖେଳିବ ନ୍ୟୁଜିଲାଣ୍ଡ । ହେଲେ ଗତଥର ଅପେକ୍ଷା ଭାରତୀୟ ଦଳ ଏଥର ଜବରଦସ୍ତ ଫର୍ମରେ ରହିଛି । ତେଣୁ ଏଥର ଭାରତ ନ୍ୟୁଜିଲାଣ୍ଡଠାରୁ ସଫଳତା ପୂର୍ବକ ୨୦୧୯ ସେମିର ପ୍ରତିଶୋଧ ନେବା ସହ ବିଶ୍ବକପ୍‌ ୨୦୨୩ ଚମ୍ପିଆନ୍‌ ହେବ ବୋଲି ଆଶା ରଖିଛନ୍ତି ପ୍ରଶଂସକ ।

  • " class="align-text-top noRightClick twitterSection" data="">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.