ETV Bharat / sports

Cricket World Cup 2023: ମ୍ୟାକ୍ସୱେଲ୍‌ଙ୍କ ଅବିଶ୍ବସନୀୟ ପାଳିକୁ ସଚିନ୍‌ଙ୍କ ପ୍ରଶଂସା, କହିଲେ କଷ୍ଟ ହିଁ ଦେଲା ସଫଳତା

ଆଫଗାନିସ୍ତାନ ବିପକ୍ଷରେ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ଙ୍କ ଅବିଶ୍ବସନୀୟ ପାଳିକୁ ପ୍ରଶଂସା କଲେ ମହାନ ଭାରତୀୟ ଖେଳାଳି ସଚିନ୍‌ ତେନ୍ଦୁଲକର । କହିଲେ ମ୍ୟାକ୍ସୱେଲ୍‌ଙ୍କୁ ମ୍ୟାଚ୍‌ ମଧ୍ୟରେ ହେଉଥିବା ଯନ୍ତ୍ରଣା ହିଁ ତାଙ୍କୁ ଭଲ ଖେଳିବାରେ ସହାୟକ ହେଲା । ଅଧିକ ପଢ଼ନ୍ତୁ

ମ୍ୟାକ୍ସୱେଲ୍‌ଙ୍କ ଅବିଶ୍ବସନୀୟ ପାଳିକୁ ସଚିନ୍‌ଙ୍କ ପ୍ରଶଂସା

author img

By ETV Bharat Odisha Team

Published : Nov 8, 2023, 10:55 PM IST

ମୁମ୍ବାଇ: ୱାଙ୍ଖେଡେରେ ଆଫଗାନିସ୍ତାନ ବିପକ୍ଷରେ ଏକ ଅବିଶ୍ବସନୀୟ ମ୍ୟାଚ୍‌ ଅଷ୍ଟ୍ରେଲିଆ ଜିତିବାର ସାକ୍ଷୀ ରହିଲେ ପ୍ରଶଂସକ । ଆଇସିସି କ୍ରିକେଟ ବିଶ୍ବକପ୍‌ ଇତିହାସରେ ଏକ ଚମତ୍କାର ବିଜୟ ହାସଲ କରିଥିଲା ଅଷ୍ଟ୍ରେଲିଆ । ଗୋଡ଼ରେ ଆଘାତ ସତ୍ତ୍ବେ ଗ୍ଲେନ୍‌ ମ୍ୟାକ୍ସୱେଲ ବିସ୍ଫୋରକ ଦ୍ବିଶତକୀୟ ପାଳି ଖେଳି ଆଫଗାନିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆକୁ ବିଜୟୀ କରାଇଥିଲେ । ଏହା ସହିତ ପ୍ରଥମରୁ ଧିମା ପଡିଥିବା ୫ ଥରର ବିଶ୍ବ ଚମ୍ପିଆନ ଅଷ୍ଟ୍ରେଲିଆ ଠିକ୍‌ ସମୟରେ କମ୍‌ବ୍ୟାକ୍‌ କରି ଚଳିତ ବିଶ୍ବକପ ସେମିଫାଇନାଲରେ ପହଞ୍ଚିଥିଲା । ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ୧୨୮ ବଲରେ ୨୦୧ ରନ୍‌ କରି ଦଳକୁ ବିଜୟୀ କରାଇଥିଲେ ମ୍ୟାକ୍ସୱେଲ ।

  • Life and cricket have many parallels. Sometimes, like a spring, what pulls you back is also what propels you forward.

    During yesterday’s game, @Gmaxi_32’s cramps constrained his footwork. He had to stay put at the crease, but that enabled him to have a steady head, watch the… pic.twitter.com/8ZEp6m6gC8

    — Sachin Tendulkar (@sachin_rt) November 8, 2023 " class="align-text-top noRightClick twitterSection" data=" ">

ମ୍ୟାକ୍ସୱେଲ୍‌ଙ୍କ ଏହି ଅବିଶ୍ବସନୀୟ ପାଳି ପରେ ସାରା ବିଶ୍ବର କ୍ରିକେଟ୍‌ପ୍ରେମୀ ତାଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି । କେବଳ କ୍ରିକେଟ୍‌ପ୍ରେମୀ ନୁହଁନ୍ତି, ବହୁ କ୍ରିକେଟର ଓ କ୍ରିକେଟ ବିଶେଷଜ୍ଞମାନେ ମଧ୍ୟ ମ୍ୟାକ୍ସୱେଲ୍‌ଙ୍କ ଏହି ପାଳି ଦେଖି ହତଚକିତ ହୋଇଯାଇଛନ୍ତି । ସମସ୍ତେ ମାକ୍ସି ଶୋ'ର ପ୍ରଶଂସା କରୁଛନ୍ତି । ମହାନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ମଧ୍ୟ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ଙ୍କ ଏହି ଇନିଂସକୁ ପ୍ରଶଂସା କରିଛନ୍ତି । ନିଜ ଏକ୍ସ ହ୍ୟାଣ୍ଡେଲ୍‌ରେ ସେ ମ୍ୟାକ୍ସୱେଲ୍‌ଙ୍କ ଏହି ଐତିହାସିକ ପାଳିର କିଛି ଫଟୋ ପୋଷ୍ଟ କରିଛନ୍ତି । ଏହାର କ୍ୟାପ୍‌ସନ୍‌ରେ ସଚିନ୍‌ ଲେଖିଛନ୍ତି, "ଜୀବନ ଏବଂ କ୍ରିକେଟ ମଧ୍ୟରେ ଅନେକ ସମାନତା ରହିଛି । ବେଳେବେଳେ ସ୍ପ୍ରିଙ୍ଗ୍‌ ପରି ଯାହା ଆପଣଙ୍କୁ ପଛକୁ ଟାଣିଥାଏ, ତାହା ହିଁ ଆପଣଙ୍କୁ ଆଗକୁ ଗତି ଦେଇଥାଏ । ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଗ୍ଲେନ୍‌ ମ୍ୟାକ୍ସୱେଲଙ୍କ କ୍ରାମ୍ପ୍ସ ତାଙ୍କୁ ଫୁଟ୍‌ୱାର୍କ କରିବାରେ ବାଧା ଦେଇଥିଲା । ଏହି କାରଣରୁ ସେ ଫୁଟ୍‌ୱାର୍କ କରିନପାରି କ୍ରିଜରେ ହିଁ ସ୍ଥିର ରହିଲେ । ଏହା ତାଙ୍କୁ ଏକ ସ୍ଥିର ମସ୍ତିଷ୍କ ରଖିବାରେ, ବଲକୁ ଅତି ନିକଟରୁ ଦେଖିବାରେ ଏବଂ ତାଙ୍କ ହାତ ଓ ଆଖି ସମନ୍ବୟକୁ ଅସାଧାରଣ ବ୍ୟାଟ-ସ୍ପିଡ୍‌ ସହ କାମ କରିବାରେ ସାହାଯ୍ୟ କଲା । ଖେଳର ବିଭିନ୍ନ ଫର୍ମାଟ୍‌ ଏବଂ ପର୍ଯ୍ୟାୟରେ ଭିନ୍ନ ଭିନ୍ନ ଫୁଟ୍‌ୱାର୍କ୍‌ ଆବଶ୍ୟକ ହୋଇଥାଏ । ଏବଂ ବେଳେବେଳେ କୌଣସି ଫୁଟ୍‌ୱାର୍କ ନକରିବା ମଧ୍ୟ ଏକ ଭଲ ପଦକ୍ଷେପ ହୋଇଥାଏ ।"

ଏହା ମଧ୍ୟ ପଢ଼ନ୍ତୁ...World Cup 2023: ବିଶ୍ବାସ ଥିଲା... ଆଫଗାନିସ୍ତାନ ବିପକ୍ଷ ବିଜୟ ପରେ ଗ୍ଲେଲ ମ୍ୟାକ୍ସୱେଲଙ୍କ ପ୍ରତିକ୍ରିୟା

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ମ୍ୟାକ୍ସୱେଲ୍‌ଙ୍କ ପ୍ରଶଂସାରେ ଶତମୁଖ କମିନ୍ସ, କହିଲେ ଷ୍ଟ୍ରୋକ ଲଗାଇବାରେ ଗ୍ଲେନ ନିର୍ଭିକ

ପ୍ରକାଶଯୋଗ୍ୟ, ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ଓପନର ଇବ୍ରାହିମ୍‌ ଜଦ୍ରାନଙ୍କ ଶତକୀୟ ପାଳି ବଳରେ ୨୯୧ ରନର ଲଢ଼ୁଆ ସ୍କୋର କରିଥିଲା । ଜବାବରେ ଅଷ୍ଟ୍ରେଲିଆ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ୨୯୨ ରନର ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା କଙ୍ଗାରୁ ଦଳ କେବଳ ୯୧ ରନରେ ୭ଟି ୱିକେଟ୍‌ ହରାଇଥିଲା । ଲାଗୁଥିଲା ୫ ଥରର ବିଶ୍ବ ଚମ୍ପିଆନ୍‌ ଖୁବ୍‌ କମ୍‌ ରନ୍‌ରେ ଅଟକିଯିବ । କାରଣ ଦଳର ଷ୍ଟାର ଅଲରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ମଧ୍ୟ ଗୋଡ଼ରେ ଯନ୍ତ୍ରଣା ଅନୁଭବ କରୁଥିବା ବାରମ୍ବାର ଦେଖିବାକୁ ମିଳିଥିଲା । ହେଲେ ଏହି ଯନ୍ତ୍ରଣା ସତ୍ତ୍ବେ ସେ କେବଳ ୧୨୮ ବଲରୁ ୨୦୧ ରନର ବିସ୍ଫୋରକ ବ୍ୟାଟିଂ କରି ନିଜ ଦଳକୁ ଅବିଶ୍ବସନୀୟ ଭାବେ ମ୍ୟାଚ୍‌ ଜିତାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.