ETV Bharat / sports

Cricket World Cup 2023: ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବେ ନା ନାହିଁ ଶୁଭମନ ଗିଲ ? ଜାଣନ୍ତୁ କଣ କହିଲେ ରୋହିତ - ରୋହିତ ଶର୍ମା

ଆସନ୍ତାକାଲି ବିଶ୍ବକପ୍‌ ୨୦୨୩ର ପ୍ରଥମ ମ୍ୟାଚ୍‌ ଖେଳିବ ଭାରତ । ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ମୈଦାନକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ । ତେବେ ଏହି ମ୍ୟାଚ୍‌ ପୂର୍ବରୁ ଅସୁସ୍ଥ ହୋଇପଡ଼ିଥିବା ଯୁବ ତାରକା ଶୁଭମନ ଗିଲଙ୍କୁ ନେଇ କଣ କହିଲେ ରୋହିତ ଶର୍ମା ଜାଣନ୍ତୁ । ଅଧିକ ପଢ଼ନ୍ତୁ

ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବେ ନା ନାହିଁ ଶୁଭମନ ଗିଲ ?

author img

By ETV Bharat Odisha Team

Published : Oct 7, 2023, 10:47 PM IST

ଚେନ୍ନାଇ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଆସନ୍ତାକାଲିଠାରୁ ବିଶ୍ବକପ୍‌ ୨୦୨୩ ଅଭିଯାନ ଆରମ୍ଭ କରିବ ଭାରତ । ଚେନ୍ନାଇର ଚେପକ୍‌ ଷ୍ଟାଡିୟମ୍‌ରେ ଘରୋଇ ମାହୋଲ ତଥା ପ୍ରଶଂସକଙ୍କ ସମର୍ଥନରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳି ବିଶ୍ବକପ୍‌ ଦୌଡ଼ରେ ସାମିଲ ହେବ ଟିମ୍‌ ଇଣ୍ଡଆ । ଏହା ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଲାଗିଛି ବଡ଼ ଝଟ୍‌କା । ନିଜର ଶ୍ରେଷ୍ଠ ଫର୍ମରେ ଥିବା ଦଳର ଷ୍ଟାର୍‌ ଯୁବ ବ୍ୟାଟର ଶୁଭମନ ଗିଲ୍‌ ପ୍ରଥମ ମ୍ୟାଚ୍‌ ପୂର୍ବରୁ ଡେଙ୍ଗୁରେ ପୀଡ଼ିତ ହୋଇଛନ୍ତି । ତେବେ ସେ ଆସନ୍ତାକାଲିର ମ୍ୟାଚ୍‌ ଖେଳିବେ ନା ନାହିଁ, ତାହା ସ୍ପଷ୍ଟ ହୋଇପାରିନାହିଁ । ଆଜିର ପ୍ରେସ୍‌ମିଟ୍‌ରେ ଗିଲଙ୍କ ପାଇଁ ଦୁଃଖ ପ୍ରକାଶ କରିବା ସହ ତାଙ୍କ ପାଇଁ ମ୍ୟାଚ୍‌ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରାଯିବ ବୋଲି କହିଛନ୍ତି ଅଧିନାୟକ ରୋହିତ ଶର୍ମା ।

ଗତକାଲି ଖବର ଆସିଥିଲା ଗିଲଙ୍କୁ ଜ୍ବର ହୋଇଛି ଏବଂ ସେ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ବିସିସିଆଇ ପକ୍ଷରୁ ତାଙ୍କ ଅସୁସ୍ଥତାର ପ୍ରକୃତ କାରଣ ସଂପର୍କରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ଯାହା କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍ପନ୍ନ ହୋଇଥିବା ଦ୍ବନ୍ଦ୍ବକୁ ବଢ଼ାଇ ଦେଇଛି । ଏଭଳି ସ୍ଥିତିରେ ଆଜି ପ୍ରି-ମ୍ୟାଚ୍ ସାମ୍ବାଦିକ ସମ୍ମିଳନୀରେ ଅଧିନାୟକ ରୋହିତ ଶର୍ମା ଶୁଭମନ ଗିଲଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ସୂଚନା ଦେଇଛନ୍ତି । ହେଲେ ଗିଲ ଆସନ୍ତାକାଲି ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ଖେଳିବେ ନା ନାହିଁ, ସେ ନେଇ ରୋହିତ କିଛି ସ୍ପଷ୍ଟ କରିନାହାନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବକପରେ ଅଭିଯାନ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟକା, ଶୁବମନ ଗିଲ୍‌ ଡେଙ୍ଗୁ ଆକ୍ରାନ୍

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଘରୋଇ ପିଚ୍‌ର ଫାଇଦା କାମ ଦେବନି, ଆମକୁ ଭଲ କ୍ରିକେଟ ଖେଳିବାକୁ ପଡ଼ିବ କହିଲେ ରୋହିତ

ରୋହିତ କହିଛନ୍ତି, "ଗିଲ ଅସୁସ୍ଥ ଅଛନ୍ତି, ଆହତ ନୁହେଁ । ତାଙ୍କ ଉପରେ ଆମେ କ୍ରମାଗତ ନଜର ରଖିଛୁ । ଆମେ ତାଙ୍କୁ ଶୀଘ୍ର ସୁସ୍ଥ ହେବାକୁ ସବୁପ୍ରକାର ସୁଯୋଗ ଦେବୁ ଏବଂ ଅପେକ୍ଷା କରିବୁ । କିନ୍ତୁ ତାଙ୍କୁ ଏଯାଏଁ ଆସନ୍ତାକାଲିର ମ୍ୟାଚ୍‌ରୁ ସଂପୂର୍ଣ୍ଣ ଭାବେ ବାଦ୍ ଦିଆଯାଇନାହିଁ । ତାଙ୍କ ପାଇଁ ମୁଁ ଦୁଃଖିତ । ଜଣେ ଅଧିନାୟକ ଭାବେ ନୁହେଁ, ବରଂ ଜଣେ ମଣିଷ ଭାବେ ମୁଁ ପ୍ରଥମେ ଚାହୁଁଛି ସେ ସୁସ୍ଥ ହୋଇଯାଆନ୍ତୁ । ସେ ଜଣେ ଯୁବକ । ତାଙ୍କ ଫିଟ୍‌ନେସ୍ ଭଲ ଅଛି । ସେ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଆଶା ଅଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.