ଚେନ୍ନାଇ: କ୍ରିକେଟ ବିଶ୍ବକପରେ ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ଚେନ୍ନାଇରେ କଙ୍ଗାରୁ ଦଳକୁ 6 ୱିକେଟରେ ମାତ ଦେଇ ବିଜୟ ଖାତା ଖୋଲିଛି ଟିମ ଇଣ୍ଡିଆ । ବିଜୟ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଖୁସି ବ୍ୟକ୍ତ କରିବା ସହ ହିରୋ ସାଜିଥିବା ବିରାଟ କୋହଲି ଓ କେଏଲ ରୋହୁଲଙ୍କୁ ଭୂୟଶୀ ପ୍ରସଂଶା କରିଛନ୍ତି । ଏହା ସହିତ ପରିସ୍ଥିତିକୁ ଦେଖି ବ୍ୟାଟିଂ କ୍ରମରେ ସାମାନ୍ୟ ପରିବର୍ତ୍ତନ କରିବାକୁ ପଡିବ ବୋଲି କହିଛନ୍ତି ।
କୋହିଲ-ରାହୁଲଙ୍କୁ ରୋହିତଙ୍କ ପ୍ରଶଂସା: ଅଷ୍ଟ୍ରେଲିଆ ବିପକ୍ଷ ବିଜୟ ନେଇ ଅଧିନାୟକ ରୋହତି ଶର୍ମା ଖୁସି ବ୍ୟକ୍ତ କରିଛନ୍ତି । ବିଜୟରେ ହିରୋ ସାଜିଥିବା କିଙ୍ଗ୍ କୋହଲି ଓ କେଏଲ ରାହୁଲଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି,"ବିଶ୍ବକପ ଭଳି ବଡ଼ ଟୁର୍ଣ୍ଣାମେଣ୍ଟରେ ଆମେ ବିଜୟରୁ ଅଭିଯାନ ଆରମ୍ଭ କରିଛୁ । ଉଭୟ ବୋଲିଂ ଓ ଫିଲ୍ଡିରେ ଚମତ୍କାର ପ୍ରଦର୍ଶନ କରିଥିଲୁ । ପିଚ୍ ଉଭୟ ପେସ ଓ ସ୍ପିନରଙ୍କୁ ସହାୟକ ହୋଇଥିଲା । ବିଜୟ ଲକ୍ଷ୍ୟ ପିଛା କରି 2 ରନରେ ଦଳ 3ଟି ୱିକେଟ ହରାଇଥିଲା ମୁଁ ଟିକେ ନର୍ଭସ ହୋଇଯାଇଥିଲି । ମାତ୍ର ବିରାଟ ଓ କେଏଲ ରାହୁଲ ଯେଉଁଭଳି ସ୍ଥିତି ସମ୍ଭାଳି ଖେଳିଲେ ତାହା ପ୍ରଶଂସନୀୟ । ଉଭୟଙ୍କ ଭାଗିଦାରୀରେ ଦଳ ବିଜୟୀ ହେଲା । ଅପରାଜିତ କେଏଲ ରାହୁଲଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ଥିଲା ।"
ଏହା ବି ପଢନ୍ତୁ...Cricket World Cup: ଚେପକ ପିଚ୍ ଟେଷ୍ଟ ମ୍ୟାଚ ଟ୍ରାକ ପରି କହିଲେ ଜାଡେଜା
ରୋହିତ ଆହୁରି କହିଛନ୍ତି, "ଆଗକୁ ଆମକୁ ଅନେକ ସ୍ଥାନରେ ମ୍ୟାଚ୍ ଖେଳିବାର ଅଛି । ତେଣୁ ସମସ୍ତ ତ୍ରୁଟିକୁ ସୁଧାରିବାକୁ ହେବ । ସେଠାକାର ଜଳବାୟୁ ଓ ପରିବେଶକୁ ଦୃଷ୍ଟିରେ ରଖି ବ୍ୟାଟିଂ କ୍ରମରେ ପରିବର୍ତ୍ତନ କରାଯିବ । ଏଥିପାଇଁ ଆମେ ପ୍ରସ୍ତୁତ ଅଛୁ । ଚେନ୍ନାଇରେ ଦର୍ଶନମାନେ ଆମକୁ କେବେ ନିରାଶ କରିନାହାନ୍ତି ଭରପୁର ସମର୍ଥନ କରିଛନ୍ତି । ସେମାନଙ୍କ ସମର୍ଥନ ଆମକୁ ଉତ୍ସାହିତ କରିଥିଲା । ସେମାନଙ୍କୁ ଧନ୍ୟବାଦ ।"
ଭାରତ ଆସନ୍ତା ଅକ୍ଟୋବର 11 ତାରିଖରେ ଅରୁଣ ଡେଟଲୀ ଷ୍ଟାଡିୟମରେ ଅଫାଗାନିସ୍ତାନ ବିପକ୍ଷରେ ଦ୍ବିତୀୟ ମ୍ୟାଚ ଖେଳିବ । ପରେ ଅକ୍ଟୋବର 12 ତାରିଖରେ ଦକ୍ଷିଣ ଆଫ୍ରିକା ଓ 14 ତାରିଖରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ଖେଳିବ ।