ETV Bharat / sports

ବିଶ୍ବକପ୍‌ ୨୦୨୩: ସ୍ପିନରଙ୍କ ବିପକ୍ଷରେ ସଙ୍ଘର୍ଷ କରୁଛି ଅଷ୍ଟ୍ରେଲିଆ, ଫାଇନାଲ୍‌ ଫାଇଟ୍‌କୁ ଫେରିବେ ଅଶ୍ବିନ !

author img

By ETV Bharat Odisha Team

Published : Nov 18, 2023, 10:22 PM IST

Cricket World Cup 2023: ବିଶ୍ବକପ୍‌ ୨୦୨୩ରେ ଅଧିକାଂଶ ମ୍ୟାଚ୍‌ରେ ସ୍ପିନରଙ୍କ ବିପକ୍ଷରେ ସଙ୍ଘର୍ଷ କରୁଛନ୍ତି ଅଷ୍ଟ୍ରେଲିଆ ବ୍ୟାଟର । ଫାଇନାଲ୍‌ ଫାଇଟ୍‌ ପାଇଁ ଭାରତୀୟ ଚୂଡ଼ାନ୍ତ ଏକାଦଶକୁ ଫେରିପାରନ୍ତି ଭେଟେରାନ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ । ଅଧିକ ପଢ଼ନ୍ତୁ

ଫାଇନାଲ୍‌ ଫାଇଟ୍‌କୁ ଫେରିବେ ଅଶ୍ବିନ !
ଫାଇନାଲ୍‌ ଫାଇଟ୍‌କୁ ଫେରିବେ ଅଶ୍ବିନ !

ଅହମ୍ମଦାବାଦ: ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳି ବିଶ୍ବକପ୍‌ ୨୦୨୩ ଅଭିଯାନ ଆରମ୍ଭ କରିଥିଲା ଭାରତ । ଏବେ ଶେଷ ତଥା ଫାଇନାଲ୍‌ରେ ମଧ୍ୟ ପୁଣିଥରେ ଅଷ୍ଟ୍ରେଲିଆକୁ ଭେଟିବ ରୋହିତ ବାହିନୀ । ଏପର୍ଯ୍ୟନ୍ତ ଭାରତ ଏହାର ସମସ୍ତ ମ୍ୟାଚ୍‌ ଜିତିଥିବାବେଳେ ଲିଗ୍‌ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ମଧ୍ୟ ଜିତିଥିଲା । ରୋହିତ ଶର୍ମାଙ୍କ ନେତୃତ୍ବରେ ଟିମ୍ ଇଣ୍ଡିଆ ଭଲ ପ୍ରଦର୍ଶନ କରିଛି । ତେଣୁ ଗତ ୬ଟି ମ୍ୟାଚ୍‌ରେ ଦଳର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହାନ୍ତି ରୋହିତ ଶର୍ମା । ହେଲେ ଅଷ୍ଟ୍ରେଲିଆ ବିପକ୍ଷରେ ଲିଗ୍‌ ମ୍ୟାଚ୍‌ରେ ବ୍ୟବହାର ହୋଇଥିବା ବ୍ରହ୍ମାସ୍ତ୍ରକୁ ପୁଣିଥରେ ଫାଇନାଲ୍‌ରେ ବ୍ୟବହାର କରିପାରନ୍ତି ଅଧିନାୟକ ରୋହିତ ।

ଲିଗ୍‌ ପର୍ଯ୍ୟାୟରେ ଟିମ୍‌ ଇଣ୍ଡିଆ ଦମଦାର ପ୍ରଦର୍ଶନ କରି ଏହାର ପ୍ରଥମ ୪ଟି ମ୍ୟାଚ୍ ଜିତିଥିଲା । କିନ୍ତୁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହେବାପରେ ଦଳରେ ଦୁଇଟି ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଥିଲେ ରୋହିତ । ବୋଲିଂ ବିଭାଗରେ ମହମ୍ମଦ ଶାମି ଓ ବ୍ୟାଟିଂରେ ସୂର୍ଯ୍ୟକୁମାର ଯାଦବଙ୍କୁ ସାମିଲ କରାଯାଇଥିଲା । ଏହାପରେ ଦଳ ସେମିଫାଇନାଲ ସମେତ କ୍ରମାଗତ ୬ଟି ମ୍ୟାଚ୍ ଜିତିଥିଲା । କିନ୍ତୁ ଫାଇନାଲ ମ୍ୟାଚ୍‌ ଅଷ୍ଟ୍ରେଲିଆ ବିପକ୍ଷରେ ଥିବାରୁ ରୋହିତ ପୁଣି ଏକ ପରିବର୍ତ୍ତନ ଆଣିପାରନ୍ତି ବୋଲି କ୍ରୀଡ଼ା ସମୀକ୍ଷକମାନେ ଅନୁମାନ କରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବକପ୍‌ ୨୦୨୩: ତ୍ରୁଟିଶୂନ୍ୟ ପ୍ରଦର୍ଶନ ଦେବ ୩ୟ ବିଶ୍ବକପ୍‌, ନୂଆ କରିବାକୁ ଚେଷ୍ଟା କଲେ ଫସିବ ଟିମ୍‌ ଇଣ୍ଡିଆ

ଚଳିତ ବିଶ୍ବକପ୍‌ର ଦ୍ବିତୀୟ ସେମିଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ବ୍ୟାଟର ଦକ୍ଷିଣ ଆଫ୍ରିକାର ସ୍ପିନରଙ୍କ ବିପକ୍ଷରେ ବହୁ ସଂଘର୍ଷ କରିଥିଲେ । ଏହା ବ୍ୟତୀତ ଆଫଗାନିସ୍ତାନ ବିପକ୍ଷ ଗୁରୁତ୍ବପୂର୍ଣ୍ଣ ଲିଗ୍ ମ୍ୟାଚରେ ମଧ୍ୟ ଆଫଗାନୀ ସ୍ପିନରଙ୍କ ବିପକ୍ଷରେ ଅଷ୍ଟ୍ରେଲିଆ ବ୍ୟାଟର ସଂଘର୍ଷ କରିଥିଲେ । ଭାରତ ବିପକ୍ଷ ପ୍ରଥମ ଲିଗ୍‌ ମ୍ୟାଚ୍‌ ଉପରେ ନଜର ପକାଇଲେ ଅଷ୍ଟ୍ରେଲିଆ ଦଳ ଭାରତୀୟ ସ୍ପିନରଙ୍କ ବିପକ୍ଷରେ ମଧ୍ୟ ବହୁତ ସଙ୍ଘର୍ଷ କରିଥିବା ଦେଖିବାକୁ ମିଳିଥିଲା । ଅଷ୍ଟ୍ରେଲିଆ ମ୍ୟାଚ୍ ପାଇଁ ଦଳରେ ଭେଟେରାନ ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କୁ ବିଶେଷ ଭାବରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଏହି ମ୍ୟାଚ୍‌ରେ ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ ଓ ରବିଚନ୍ଦ୍ରନ ଅଶ୍ବିନ ମିଳିତ ଭାବେ ୬ଟି ୱିକେଟ୍‌ ଅକ୍ତିଆର କରିଥିଲେ । ଫଳରେ କେବଳ ୧୯୯ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା କଙ୍ଗାରୁ ଦଳ ।

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବକପ୍‌ ୨୦୨୩: ଯୁଦ୍ଧ ପୂର୍ବରୁ ଭାରତୀୟ ସେନାପତିଙ୍କ ରଣହୁଙ୍କାର, କହିଲେ କୋଚ୍‌ ଦ୍ରାବିଡ୍‌ଙ୍କ ପାଇଁ ଜିତିବୁ ବିଶ୍ବକପ୍‌

ପ୍ରଥମେ ଘୋଷଣା ହୋଇଥିବା ଭାରତୀୟ ବିଶ୍ବକପ୍‌ ସ୍କ୍ବାଡ୍‌ରେ ଅଶ୍ବିନ ସାମିଲ ନଥିଲେ । ପରବର୍ତ୍ତୀ ମୂହୁର୍ତ୍ତରେ ଅକ୍ଷର ପଟେଲ ଆହତ ହେବାରୁ ତାଙ୍କୁ ବାଦ ଦିଆଯାଇ ଅଶ୍ବିନଙ୍କୁ ସାମିଲ କରାଯାଇଥିଲା । ବିଶ୍ବକପ୍‌ ଆରମ୍ଭ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଦିନିକିଆ ସିରିଜରେ ମଧ୍ୟ ଅଶ୍ବିନ ଭଲ ପ୍ରଦର୍ଶନ କରିଥିଲେ । ଏହା ବ୍ୟତୀତ ଅଷ୍ଟ୍ରେଲୀୟ ଦଳରେ ଡେଭିଡ୍‌ ୱାର୍ଣ୍ଣର ଏବଂ ଟ୍ରାଭିସ୍ ହେଡଙ୍କ ପରି ଉଭୟ ଓପନର୍ ହେଉଛନ୍ତି ବାମହାତୀ । ତେଣୁ ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ରୋହିତ ପୁଣିଥରେ ଅଶ୍ବିନଙ୍କୁ ବ୍ରହ୍ମାସ୍ତ୍ର ଭାବେ ବ୍ୟବହାର କରିପାରନ୍ତି ବୋଲି କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.