ETV Bharat / sports

Cricket World Cup 2023: ୩ ଶତକ ହାସଲ କରିବାରେ ଡିକକ୍‌ ପ୍ରଥମ, ରୋହିତ-ଗାଙ୍ଗୁଲିଙ୍କ କ୍ଲବ୍‌ରେ ସାମିଲ - କ୍ବିଣ୍ଟନ ଡିକକ୍‌

ମଙ୍ଗଳବାର ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ୧୦୧ ବଲରେ ଦମଦାର ଶତକ ହାସଲ କରି ଏକ ବଡ଼ କିର୍ତ୍ତୀମାନ କରିଛନ୍ତି ଦକ୍ଷିଣ ଆଫ୍ରିକୀୟ ବ୍ୟାଟର କ୍ବିଣ୍ଟନ ଡିକକ୍‌ । ଚଳିତ ସଂସ୍କରଣରେ ଏହା ତାଙ୍କର ତୃତୀୟ ଶତକ ଥିଲା । ଗୋଟିଏ ସଂସ୍କରଣରେ ୩ ଶତକ ହାସଲ କରିବାରେ ଡିକକ୍‌ ପ୍ରଥମ ଦକ୍ଷିଣ ଆଫ୍ରିକୀୟ ବ୍ୟାଟର ହୋଇଥିବାବେଳେ ସେ ରୋହିତ ଶର୍ମା ଓ ସୌରଭ ଗାଙ୍ଗୁଲିଙ୍କ କ୍ଲବ୍‌ରେ ସାମିଲ ହୋଇଛନ୍ତି । ଅଧିକ ପଢ଼ନ୍ତୁ

୩ ଶକତ ହାସଲ କରିବାରେ ଡିକକ୍‌ ପ୍ରଥମ
୩ ଶକତ ହାସଲ କରିବାରେ ଡିକକ୍‌ ପ୍ରଥମ
author img

By ETV Bharat Odisha Team

Published : Oct 24, 2023, 10:45 PM IST

ମୁମ୍ବାଇ: ଚାଲିଥିବା ବିଶ୍ବକପ୍‌ ୨୦୨୩ରେ ନିଜର ଶେଷ ବିଶ୍ବକପ୍‌ ଖେଳୁଥିବା ଦକ୍ଷିଣ ଆଫ୍ରିକୀୟ ୱିକେଟ୍‌କିପର-ବ୍ୟାଟର କ୍ବିଣ୍ଟନ ଡିକକ୍‌ ନିଜର ପ୍ରାଇମ୍‌ ଫର୍ମରେ ରହିଛନ୍ତି । ଚଳିତ ବିଶ୍ବକପ୍‌ ସଂସ୍କରଣରେ ୪ ମ୍ୟାଚ୍‌ ଖେଳି ସେ ୨ଟି ଶତକ ହାସଲ କରିଥିବାବେଳେ ମଙ୍ଗଳବାର ବାଂଲାଦେଶ ବିପକ୍ଷରେ ତୃତୀୟ ଶତକ ହାସଲ କରିଛନ୍ତି ଡିକକ୍‌ । ଏହା ତାଙ୍କ ଦିନିକିଆ କ୍ରିକେଟ୍‌ କ୍ୟାରିୟରର ୨୦ତମ ଶତକ । ଆଜିର ମ୍ୟାଚ୍‌ରେ ସେ ଆରମ୍ଭରୁ ଆକ୍ରାମକ ଖେଳିଥିଲେ । କେବଳ ୧୪୦ ବଲରୁ ୧୭୪ ରନର ବିସ୍ଫୋରକ ପାଳି ଖେଳି ଆଉଟ୍‌ ହୋଇଥିଲେ ଡିକକ୍‌ । ତାଙ୍କ ପାଳିରେ ୧୫ ଚୌକା ଓ ୭ ଛକା ସାମିଲ ଥିଲା । ତେବେ ଏହି ଦମଦାର ପାଳି ସହ ସେ ଏକାଧିକ ରେକର୍ଡ ମଧ୍ୟ କରିଛନ୍ତି ।

  • " class="align-text-top noRightClick twitterSection" data="">

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ବାଂଲାଦେଶ ପାଇଁ ଏକାକୀ ଲଢ଼ିଲେ ମହମ୍ମଦୁଲ୍ଲା, ୧୪୯ରନ୍‌ରେ ଜିତିଲା ଦକ୍ଷିଣ ଆଫ୍ରିକା

ଚଳିତ ବିଶ୍ବକପ୍‌ ୨୦୨୩ ପରେ ଦିନିକିଆ କ୍ରିକେଟରୁ ଅବସର ନେବେ ବୋଲି ଘୋଷଣା କରିସାରିଛନ୍ତି ଡିକକ୍‌ । ସେ ଚଳିତ ସଂସ୍କରଣରେ ପ୍ରଥମେ ଶ୍ରୀଲଙ୍କା ଓ ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ହାସଲ କରିଥିଲେ । ଆଜି ବାଂଲାଦେଶ ବିପକ୍ଷରେ ୧୦୧ ବଲରେ ନିଜର ଶତକ ହାସଲ କରିଥିଲେ ଡିକକ୍‌ । ଏହାପରେ ସେ ବିସ୍ଫୋରକ ବ୍ୟାଟିଂ କରି କେବଳ ୧୪୦ ବଲରୁ ୧୭୪ ରନର ପାଳି ଖେଳି ଆଉଟ୍‌ ହୋଇଥିଲେ । ଏହି ପାଳି ପରେ ଦକ୍ଷିଣ ଆଫ୍ରିକା କ୍ରିକେଟରେ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି ଡିକକ୍‌ । ସେ ଦକ୍ଷିଣ ଆଫ୍ରିକାର ପ୍ରଥମ ବ୍ୟାଟର ଭାବେ ଗୋଟିଏ ବିଶ୍ବକପ୍‌ ସଂସ୍କରଣରେ ୩ଟି ଶତକ ହାସଲ କରିଛନ୍ତି । ସେହିପରି ବିଶ୍ବର ୭ମ ବ୍ୟାଟର ଭାବେ ସେ ଏହି କୀର୍ତ୍ତିମାନ ହାସଲ କରିଛନ୍ତି । ଏହି ସୂଚୀରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ସହ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଓ ଶ୍ରୀଲଙ୍କାର କିମ୍ବଦନ୍ତୀ ବ୍ୟାଟର କୁମାର ସାଙ୍ଗାକାରାଙ୍କ ନାମ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ୱାଙ୍ଖେଡେରେ ଡିକକ୍‌-କ୍ଲାସେନ୍‌ଙ୍କ ବିସ୍ଫୋରଣ, ବାଂଲାଦେଶ ଆଗରେ ଟାର୍ଗେଟ୍‌ ୩୮୩

ଦକ୍ଷିଣ ଆଫ୍ରିକା ବ୍ୟାଟରଙ୍କ ବିଶ୍ବକପ୍‌ ଇତିହାସ ଉପରେ ନଜର ପକାଇଲେ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟର ଏବି ଡିଭିଲିୟର୍ସ ୨୦୧୫ ବିଶ୍ବକପ୍‌ରେ ଦଳ ପାଇଁ ସର୍ବାଧିକ ୨ଟି ଶତକ ହାସଲ କରିଥିଲେ । ଅନ୍ୟ କୌଣସି ବ୍ୟାଟର ଡିଭିଲିୟର୍ସଙ୍କ ଏହି ରେକର୍ଡ ଆଜି ଯାଏଁ ଭାଙ୍ଗି ପାରିନଥିଲେ । ହେଲେ ତୃତୀୟ ଶତକ ସହ ୧୭୪ ରନର ଇନିଂସ ଖେଳିଥିବା ଡିକକ୍‌ ଆଜି ଡିଭିଲିୟର୍ସଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି । ଏହା ପୂର୍ବରୁ ସେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ୮୪ ବଲରେ ୧୦୦ ରନର ଇନିଂସ ଖେଳିଥିଲେ । ଏହାପରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୧୦ ରନର ଦମଦାର ଖେଳିଥିଲେ ଡିକକ୍‌ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.