ETV Bharat / sports

ବିଶ୍ବକପ୍‌ ୨୦୨୩: ଶୋଚନୀୟ ପ୍ରଦର୍ଶନ ପରେ ପିସିବିରେ ଚହଳ, ଇଞ୍ଜାମାମ୍‌ଙ୍କ ପରେ ବୋଲିଂ କୋଚ୍‌ଙ୍କ ଇସ୍ତଫା

author img

By ETV Bharat Odisha Team

Published : Nov 13, 2023, 10:08 PM IST

ବିଶ୍ବକପ୍‌ ୨୦୨୩ରେ ଶୋଚନୀୟ ପ୍ରଦର୍ଶନ ପରେ ପିସିବିରେ ଚହଳ । ମୁଖ୍ୟ ଚୟନକର୍ତ୍ତା ପଦରୁ ଇଞ୍ଜାମାମ୍‌ ଉଲ୍‌ ହକ୍‌ଙ୍କ ପରେ ବୋଲିଂ କୋଚ୍‌ ପଦରୁ ମର୍ଣ୍ଣି ମୋର୍କେଲଙ୍କ ଇସ୍ତଫା । ଅଧିକ ପଢ଼ନ୍ତୁ

ପାକିସ୍ତାନ ବୋଲିଂ କୋଚ୍‌ ମର୍ଣ୍ଣି ମୋର୍କେଲଙ୍କ ଇସ୍ତଫା
Pakistan bowling coach Morne Morkel resigns

ହାଇଦ୍ରାବାଦ: ବିଶ୍ଵକପ୍‌ ୨୦୨୩ର ଲିଗ୍‌ ପର୍ଯ୍ୟାୟ ଶେଷ ହୋଇଥିବାବେଳେ ଆସନ୍ତା ୧୫ ନଭେମ୍ବରରୁ ଆରମ୍ଭ ହେବ ସେମିଫାଇନାଲ୍‌ ମୁକାବିଲା । ଭାରତ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଏଥର ସେମିଫାଇନାଲ୍‌ରେ ପ୍ରବେଶ କରିଥିବାବେଳେ ଅନ୍ୟ ୬ ଟିମ୍‌ ସ୍ବଦେଶ ଫେରିଛନ୍ତି । ତେବେ ଏଥର ବିଶ୍ଵକପ୍‌ରେ ପାକିସ୍ତାନ ଦଳର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା । ଏପରିକି ଆଫଗାନିସ୍ତାନ ଠାରୁ ମଧ୍ୟ ଜିତିବାକୁ ସକ୍ଷମ ହୋଇନଥିଲା ବାବର ବାହିନୀ । ଏଭଳି ଖରାପ ପ୍ରଦର୍ଶନ ପରେ ପାକିସ୍ତାନ କ୍ରିକେଟ୍‌ ବୋର୍ଡରେ ଚହଳ ପଡ଼ିଛି । ପିସିବି ମୁଖ୍ୟ ଚୟନକର୍ତ୍ତା ଇଞ୍ଜାମାମ ଉଲ୍‌ ହକ୍‌ଙ୍କ ପରେ ଏବେ ଦଳର ବୋଲିଂ କୋଚ୍‌ ମର୍ଣ୍ଣି ମୋର୍କେଲ୍‌ ଇସ୍ତଫା ଦେଇଛନ୍ତି ।

ବିଶ୍ବକପ୍‌ ୨୦୨୩ରେ ପାକିସ୍ତାନ କ୍ରିକେଟ୍‌ ଦଳ ୯ଟି ମ୍ୟାଚ୍‌ ଖେଳିଥିବାବେଳେ କେବଳ ୪ଟି ମ୍ୟାଚ୍‌ ଜିତିବାରେ ସକ୍ଷମ ହୋଇଥିଲା । କ୍ରମାଗତ ପରାଜୟ ସହ ଦଳ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା । ଏଭଳି ନୈରାଶ୍ୟଜନକ ପ୍ରଦର୍ଶନ ପରେ ପିସିବି ମୁଖ୍ୟ ଚୟନକର୍ତ୍ତା ପଦରୁ ଇଞ୍ଜାମାମ୍‌ ଉଲ୍‌ ହକ୍‌ ଇସ୍ତଫା ଦେଇଥିଲେ । ଇଂଲଣ୍ଡ ଠାରୁ ଶେଷ ଲିଗ୍‌ ମ୍ୟାଚ୍‌ରେ ମଧ୍ୟ ଶୋଚନୀୟ ଭାବେ ହାରି ଦଳ ଭାରତରୁ ବିଦାୟ ନେଇଥିଲା । ଏହାପରେ ଦଳର ବୋଲିଂ କୋଚ୍‌ ପଦରୁ ଇସ୍ତଫା ଦେଇଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ମର୍ଣ୍ଣି ମୋର୍କେଲ । ମୋର୍କେଲଙ୍କ ପ୍ରଶିକ୍ଷଣରେ ପାକିସ୍ତାନ ବୋଲର ବେଶ ଭଲ ପ୍ରଦର୍ଶନ କରିଥିଲେ । ଏପରିକି ବିଶ୍ବ କ୍ରିକେଟ୍‌ରେ ପାକିସ୍ତାନର ପେସ୍‌ ଆଟାକ୍‌ ସବୁଠାରୁ ଘାତକ ସାବ୍ୟସ୍ତ ହୋଇଥିଲା । ହେଲେ ଭାରତରେ ଆୟୋଜିତ ବିଶ୍ବକପ୍‌ରେ ଏହି ବୋଲରମାନେ ଅତି ସାଧାରଣ ବୋଲିଂ କରିଥିଲେ । ଦଳର ମୁଖ୍ୟ ବୋଲର ହାରିସ ରୌଫ୍‌ ବିଶ୍ଵକପ୍‌ର ଗୋଟିଏ ସଂସ୍କରଣରେ ସବୁଠାରୁ ଅଧିକ ବ୍ୟୟବହୁଳ ବୋଲର ହେବାର ଅଲୋଡ଼ା ରେକର୍ଡ ନିଜ ନାମରେ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଦଳର ପ୍ରଦର୍ଶନକୁ ନେଇ ନିରାଶ ବାବର, ଏମିତି କହିଲେ ପରାଜୟର କାରଣ

ସୋମବାର ବୋଲିଂ କୋଚ୍‌ ପଦରୁ ମର୍ଣ୍ଣି ମୋର୍କେଲ୍‌ଙ୍କ ଇସ୍ତଫା ନେଇ ପାକିସ୍ତାନ କ୍ରିକେଟ୍ ବୋର୍ଡ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇ ସୂଚନା ଦିଆଯାଇଛି । ପିସିବି ଖୁବଶୀଘ୍ର ତାଙ୍କ ବିକଳ୍ପ ଘୋଷଣା କରିବ ବୋଲି ମଧ୍ୟ କୁହାଯାଇଛି । ଚଳିତ ବର୍ଷ ଡିସେମ୍ବର ୧୪ରୁ ପାକିସ୍ତାନ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ । ଏହା ପୂର୍ବରୁ ଦଳ ନୂଆ ବୋଲିଂ କୋଚ୍‌ ନିଯୁକ୍ତ କରିବ ବୋଲି କୁହାଯାଉଛି । ଏପରିକି ବାବର ଆଜମଙ୍କ ସ୍ଥାନରେ ପିସିବି ନୂଆ ଅଧିନାୟକ ନିଯୁକ୍ତ କରିବ ବୋଲି ମଧ୍ୟ ଆଲୋଚନା ହେଉଛି । ରିପୋର୍ଟକୁ ବିଶ୍ବାସ କଲେ ଟେଷ୍ଟ ଓ ଦିନିକିଆ ଅଧିନାୟକ ଭାବେ ଦଳକୁ ପୂର୍ବତନ ଅଧିନାୟକ ସର୍ଫରାଜ ଅହମ୍ମଦ ଫେରିବେ ବୋଲି କୁହାଯାଉଛି । ସେହିଭଳି ଟି୨୦ରେ ଦ୍ରୁତ ବୋଲର ଶାହୀନ ଆଫ୍ରିଦିଙ୍କୁ ନେତୃତ୍ବ ଦେବ ପିସିବି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.