ETV Bharat / sports

World Cup 2023: ପାକିସ୍ତାନ ସ୍କ୍ୱାଡ୍‌ରେ କେବଳ ଦୁଇ ଜଣ ପୂର୍ବରୁ ଭାରତ ମାଟିରେ ଖେଳିଛନ୍ତି - ବିଶ୍ବକପ 2023

ଚଳିତ ବିଶ୍ବକପରେ ପାକିସ୍ତାନ ସ୍କ୍ବାଡରେ ମାତ୍ର 2ଜଣ ଖେଳାଳି ରହିଛନ୍ତି ଯିଏ ପୂର୍ବରୁ ଭାରତ ମାଟିରେ ଖେଳିଛନ୍ତି । ଅନ୍ୟ ସମସ୍ତେ ପ୍ରଥମ ଥର ପାଇଁ ଭାରତରେ ଖେଳିବାକୁ ଯାଉଛନ୍ତି । ଜାଣନ୍ତୁ କିଏ ସେହି ଦୁଇ ପ୍ଲେୟାର ।

World Cup 2023
World Cup
author img

By ETV Bharat Odisha Team

Published : Oct 6, 2023, 9:25 AM IST

ହାଇଦ୍ରାବାଦ: ICC ଦିନିକିଆ କ୍ରିକେଟ ମହାକୁମ୍ଭ ବିଶ୍ବକପ 2023 ଆରମ୍ଭ ହୋଇଯାଇଛି । ପ୍ରଥମ ଥର ପାଇଁ ଭାରତ ଏକାକୀ ବିଶ୍ବକପରେ 13ତମ ସଂସ୍କରଣ ଆୟୋଜନ କରୁଛି । ଆଜି ଦ୍ବିତୀୟ ମ୍ୟାଚ୍‌ ପାକିସ୍ତାନ ଓ ନେଦରଲାଣ୍ଡସ ମଧ୍ୟରେ ଖେଳାଯିବ । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଦୀର୍ଘ 7 ବର୍ଷପରେ ଭାରତ ମାଟିରେ ଖେଳିବାକୁ ଯାଉଛି ପାକିସ୍ତାନ । ବିଶ୍ବକପ ପାଇଁ ପାକିସ୍ତାନର 15 ଜଣିଆ ସ୍କ୍ବାଡରେ ଥିବା ମାତ୍ର ଦୁଇଜଣ ପୂର୍ବରୁ ଭାରତ ମାଟିରେ ଖେଳିଛନ୍ତି ଆଉ ସମସ୍ତେ ପ୍ରଥମ ଥର ପାଇଁ ଭାରତ ମାଟିରେ ଖେଳିବାକୁ ଯାଉଛନ୍ତି । ଜାଣନ୍ତୁ କିଏ ସେହି ଦୁଇ ପ୍ଲେୟାର ।

ଏହା ବି ପଢନ୍ତୁ...World Cup 2023: ଜାଣନ୍ତୁ ନ୍ୟୁଜିଲାଣ୍ଡ ଅଲରାଉଣ୍ଡର ରଚିନ ରବୀନ୍ଦ୍ରଙ୍କ ନାମ ପଛର ରାଜ

ଦୀର୍ଘ 7 ବର୍ଷ ପରେ ଭାରତ ମାଟିରେ ଖେଳିବାକୁ ଯାଉଛି ପାକିସ୍ତାନ । 2016 ପରେ ପାକିସ୍ତାନ ବିଶ୍ବକପ୍‌ ଖେଳିବାକୁ ଭାରତ ଆସିଛି । ଦୁଇ ଦେଶ ମଧ୍ୟରେ କୂଟନୀତିଜ୍ଞ ତିକ୍ତତା ରହିଛି । ତେଣୁ କେବଳ ଏସିଆ କପ୍‌ ଓ ଆଇସିସି ଟୁର୍ଣ୍ଣାମେଣ୍ଟରେ ଦୁଇ ଦଳ ପରସ୍ପର ବିପକ୍ଷରେ ଖେଳିଥାଆନ୍ତି । ଶେଷ ଥର ପାଇଁ ସାହିନ ଆଫ୍ରିଦିଙ୍କ ନେତୃତ୍ବରେ 2016ରେ ଟି-20 ବିଶ୍ବକପ ଖେଳିବାକୁ ଭାରତ ଆସିଥିଲା ପାକିସ୍ତାନ । ଏଥର ବିଶ୍ବକପ୍‌ ପାଇଁ ପାକିସ୍ତାନ ସ୍କ୍ବାଡ୍‌ରେ ମାତ୍ର 2 ଜଣ ଖେଳାଳି ରହିଛନ୍ତି ଯିଏକି ପୂର୍ବରୁ ଭାରତ ମାଟିରେ ଖେଳିଛନ୍ତି । ସେମାନେ ହେଲେ ମହମ୍ମଦ ନୱାଜ ଓ ସଲମାନ ଅଲି ଆଘା । ଏହି ଦୁଇ ଖେଳାଳି 2016 ଟି20 ବିଶ୍ବକପ ଖେଳିବାକୁ ସାହିନ ଆଫ୍ରିଦିଙ୍କ ନେତୃତ୍ବାଧୀନ ଟିମ୍‌ରେ ରହିଥିଲେ । ନୱାଜ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇନଥିଲେ । 2014ରେ ସଲମାନ ଅଲି ଆଘା ଭାରତ ଆସିଥିଲେ । ଚାମ୍ପିଆନ୍‌ସ୍‌ ଲିଗ ଟି-20 ଟୁର୍ଣ୍ଣାମେଣ୍ଟରେ ଲାହୋର ଲାଏନ୍ସ ଦଳ ପାଇଁ ଖେଳିଥିଲେ । ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିମୟରେ ଡଲଫିନ୍ସ ବିପକ୍ଷରେ ଖେଳିଥିଲେ ସଲମାନ ଅଲି ଆଘା ।

ଏହା ବି ପଢନ୍ତୁ...World Cup: 7 ବର୍ଷ ପରେ ଭାରତରେ ପାକିସ୍ତାନ, ଶୁକ୍ରବାର ନ୍ୟୁଜିଲାଣ୍ଡ ସହ ୱାର୍ମ୍‌ଅପ୍‌ ମୁକାବିଲା

ପ୍ରକାଶ ଥାଉ କି, 10 ଦଳକୁ ନେଇ ICC କ୍ରିକେଟ ବିଶ୍ବକପ ଆରମ୍ଭ ହୋଇ ଯାଇଛି । ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯାଇଥିଲା । ଏଥିରେ ନ୍ୟୁଜିଲାଣ୍ଡ 9 ୱିକେଟରେ ଡିଫେଣ୍ଡିଂ ଚମ୍ପିଆନକୁ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିିଛି । ଆଜି ବିଶ୍ବକପର ଦ୍ବିତୀୟ ମ୍ୟାଚ ପାକିସ୍ତାନ ଓ ନେଦରଲାଣ୍ଡସ ମଧ୍ୟରେ ଖେଳାଯିବ । ହାଇଦ୍ରାବାଦରେ ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଅପରାହ୍ନ 2ଟାରୁ ମ୍ୟାଚ ଆରମ୍ଭ ହେବ । ଅକ୍ଟୋବର 14 ତାରିଖରେ ଭାରତ ଓ ପାକିସ୍ତାନ ମ୍ୟାଚ ରହିଛି । ଏହାକୁ ଦେଖିବାକୁ କ୍ରିକେଟ ପ୍ରେମୀ ଉତ୍ସାହର ସହ ଚାହିଁ ରହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.