ETV Bharat / sports

World Cup 2023: ଆଜି ନ୍ୟୁଜିଲାଣ୍ଡ-ଦକ୍ଷିଣ ଆଫ୍ରିକା ଫାଇଟ, ଶକ୍ତି ପରୀକ୍ଷା ଦେବେ ଦୁଇ ଦଳ

ଆଇସିସି ଦିନିକିଆ Cricket World Cup 2023ରେ ଆଜି 32ତମ ଲିଗ ମ୍ୟାଚ ଖେଳାଯିବ । ପୁନେରେ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ । ଅଧିକ ପଢନ୍ତୁ

World Cup 2023
Cricket World Cup 2023
author img

By ETV Bharat Odisha Team

Published : Nov 1, 2023, 11:37 AM IST

ପୁନେ: କ୍ରିକେଟ ମହାକୁମ୍ଭ ବିଶ୍ବକପ 2023ରେ ଆଜି 32ତମ ଲିଗ ମ୍ୟାଚ ଖେଳାଯିବ । ଏଥିରେ ପଏଣ୍ଟ ଟେବୁଲ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ଥିବା ଦଳ ମଧ୍ୟରେ ଲଢ଼େଇ ହେବ । ଅର୍ଥାତ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ । ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଗ୍ରାଉଣ୍ଡରେ ମ୍ୟାଚ ଖେଳାଯିବ । ଦକ୍ଷିଣ ଆଫ୍ରିକା ଷଷ୍ଠ ବିଜୟ ଲକ୍ଷ୍ୟରେ ଥିବା ବେଳେ ପଞ୍ଚମ ବିଜୟ ଲକ୍ଷ୍ୟରେ ରହିଛି କିୱି ଦଳ । ଉଭୟ ଦଳ ସେମି ଫାଇନାଲ ଦୌଡ଼ରେ ରହିଛନ୍ତି ଆଜି ଦୁଇ ଦଳ ଶକ୍ତି ପରୀକ୍ଷା ଦେବେ । ମ୍ୟାଚଟି କଡ଼ା ସଂଘର୍ଷପୂର୍ଣ୍ଣ ହେବା ଆକଳନ କରାଯାଉଛି ।

10 ପଏଣ୍ଟ ହାସଲ କରି ଦକ୍ଷିଣ ଆଫ୍ରିକା ଟେବୁଲ ଦ୍ବିତୀୟ ସ୍ଥାନରେ ରହିଛି । ସେ 6ଟି ମ୍ୟାଚ୍‌ ଖେଳି ଗୋଟିଏରେ ପରାସ୍ତ ହୋଇଛି । ଆଜି ନ୍ୟୁଜିଲାଣ୍ଡକୁ ହରାଇ ଷଷ୍ଠ ବିଜୟ ସହ ଟେବୁଲ ଶୀର୍ଷକୁ ଯିବାକୁ ଲକ୍ଷ୍ୟ ରଖିଛି । ନ୍ୟୁଜିଲାଣ୍ଡ 4ଟି ମ୍ୟାଚ୍‌ ଜିତି 8 ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି । ଦଳ ଲଗାତାର ଦୁଇଟି ମ୍ୟାଚ୍‌ରେ ପରାସ୍ତ ହୋଇଛି । ଆଜି ବିଜୟ ସହ କମ୍‌ବ୍ୟାକ ଲକ୍ଷ୍ୟରେ ରହିଛି କିୱି ଦଳ । ଦିନିକିଆ ବିଶ୍ବକପରେ ଦୁଇ ଦଳ ପରସ୍ପରକୁ 8ଥର ଭେଟିଛନ୍ତି । ଏଥିରୁ ନ୍ୟୁଜିଲାଣ୍ଡ 6 ଥର ଜିତିଛି । ଦକ୍ଷିଣ ଆଫ୍ରିକା କେବଳ 1996 ଓ 1999 ବିଶ୍ବକପ୍‌ ମ୍ୟାଚ ଜିତିଥିଲା । ବର୍ତ୍ତମାନ ଦଳ ଫୁଲ୍‌ଫର୍ମରେ ରହିଛି । ତେଣୁ ଆଜିର ମୁକାବିଲା ପରିଣାମ ଅନୁମାନ କରିବା କଷ୍ଟକର । ଉଭୟ ଦଳ ସନ୍ତୁଳିତ । ତେଣୁ ଆଜି ଦୁଇ ଦଳ ସେମାନଙ୍କ ଶକ୍ତି ପରୀକ୍ଷା ଦେବେ । ଦକ୍ଷିଣ ଆଫ୍ରିକାର କ୍ବିଣ୍ଟନ ଡି କକ ଭଲ ପର୍ମରେ ରହିଛନ୍ତି ସେହିପରି ନ୍ୟୁଜିଲାଣ୍ଡର ରାଚିନ ରବିନ୍ଦ୍ରଙ୍କ ପ୍ରଦର୍ଶନ ଭଲ ରହିଛି ।

ପିଚ ରିପୋର୍ଟ: ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଗ୍ରାଉଣ୍ଡ ପିଚ ବ୍ୟାଟିଂ ପାଇଁ ବେଶ ଅନୁକୂଳ । କଠିନ ପିଚ୍‌ ଓ ଛୋଟ ଗ୍ରାଉଣ୍ଡ ପାଇଁ ବିଶାଳ ସ୍କୋର୍‌ କରିବାର ସୁଯୋଗ ରହିଛି । ବୋଲିଂରେ ସ୍ପିନରଙ୍କୁ ଏହି ପିଚ୍‌ରୁ ଫାଇଦା ମିଳିବ । ଦକ୍ଷିଣ ଆଫ୍ରିକା ତୁଳନାରେ ନ୍ୟୁଜିଲାଣ୍ଡର ସ୍ପିନ ବିଭାଗ ଶକ୍ତିଶାଳୀ ରହିଛି ।

ନ୍ୟୁଜିଲାଣ୍ଡ ସମ୍ଭାବ୍ୟ ଦଳ: ୱିଲ ୟଙ୍ଗ୍‌, ଡେଭନ୍‌ କନୱେ, ରଚିନ ରବିନ୍ଦ୍ର, ଡାରିଲ ମିଚେଲ, ଟମ୍‌ ଲାଥମ୍‌(ଅଧିନାୟକ), ଗ୍ଲେନ୍‌ ଫିଲିପ୍ସ, ଜିମ୍ମି ନୀଶମ, ମିଚେଲ ସାଣ୍ଟନର, ମାଟ ହେନରୀ, ଟ୍ରେଣ୍ଡ୍‌ ବୋଲ୍ଡୟ ଲୋକି ଫର୍ଗୁସନ୍‌ ।

ଦକ୍ଷିଣ ଆଫ୍ରିକା ସମ୍ଭାବ୍ୟ ଦଳ: କ୍ବିଣ୍ଟନ ଡି କକ୍, ତେମ୍ବା ବଭୁମା (ଅଧିନାୟକ), ରାଶି ଭାନ ଡର ଡୁସେନ, ଆଡେନ ମାରକ୍ରମ, ହେନରିକ କ୍ଲାସେନ, ଡେଭିଡ ମିଲର, ମାର୍କୋ ଜାନସେନ, ଗେରାଲ୍ଡ ମିଲର, ମାର୍କୋ ଜାନସେନ, ଗେଲାଲ୍ଡ କୋଏଜି, କେଶବ ମହାରାଜ, କାଗିସୋ ରାବାଡା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.