ETV Bharat / sports

Cricket World Cup 2023: ନ୍ୟୁଜିଲାଣ୍ଡ ବିପକ୍ଷରେ ୫ ୱିକେଟ୍‌ ସଫଳତା, ଭାରତର ଦ୍ବିତୀୟ ସର୍ବାଧିକ ୱିକେଟ୍‌ ହାସଲକାରୀ ଶାମି

author img

By ETV Bharat Odisha Team

Published : Oct 22, 2023, 10:09 PM IST

ବିଶ୍ବକପ୍‌ ୨୦୨୩ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୫ ୱିକେଟ୍‌ ସଫଳତା ହାସଲ କରିଥିବା ଭାରତୀୟ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି ଏକାଧିକ ରେକର୍ଡ ହାସଲ କରିଛନ୍ତି । ପ୍ରଥମ ଭାରତୀୟ ବୋଲର ଭାବେ ଦିନିକିଆ ବିଶ୍ବକପ୍‌ ଇତିହାସରେ ୨ ଥର ୫ ୱିକେଟ୍‌ ସଫଳତା ସହ ସେ ଭାରତର ଦ୍ବିତୀୟ ସର୍ବାଧିକ ୱିକେଟ୍‌ ହାସଲକାରୀ ବୋଲର ହୋଇଛନ୍ତି । ଅଧିକ ପଢ଼ନ୍ତୁ

ଭାରତର ଦ୍ବିତୀୟ ସର୍ବାଧିକ ୱିକେଟ୍‌ ହାସଲକାରୀ ଶାମି

ଧର୍ମଶାଳା: ବିଶ୍ବକପ୍‌ ୨୦୨୩ରେ ନ୍ୟୁଜିଲାଣ୍ଡ ବିପକ୍ଷ ମୁକାବିଲାରେ ଚଳିତ ବିଶ୍ବକପ୍‌ର ପ୍ରଥମ ମ୍ୟାଚ୍‌ ଖେଳୁଛନ୍ତି ଦଳର ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି । ଏହି ମ୍ୟାଚ୍‌ରେ ଶାମି ବୋଲିଂ କରିଥିବା ପ୍ରଥମ ଓଭରର ପ୍ରଥମ ବଲରୁ ହିଁ ୱିକେଟ୍‌ ହାସଲ କରିଥିଲେ । ପ୍ରଥମ ବଲରେ ୱିଲ୍‌ ୟଙ୍ଗ୍‌ଙ୍କୁ କ୍ଲିନ୍‌ ବୋଲ୍ଡ କରିଥିଲେ ଶାମି । ଏହି ମ୍ୟାଚ୍‌ରେ ସେ ୧୦ ଓଭର ବୋଲିଂ କରିଥିବାବେଳେ ୫୪ ରନ ବ୍ୟୟରେ ୫ ୱିକେଟ୍‌ ସଫଳତା ହାସଲ କରିଛନ୍ତି । ଏହି ସଫଳତା ସହ ଆଉ ଏକ ବଡ଼ ରେକର୍ଡ କରିଛନ୍ତି ଶାମି । ଦିନିକିଆ ବିଶ୍ବକପ୍‌ ଇତିହାସରେ ସେ ଦ୍ବିତୀୟ ସର୍ବାଧିକ ୱିକେଟ ହାସଲକାରୀ ଭାରତୀୟ ବୋଲର ହୋଇଛନ୍ତି । ଏହି ରେକର୍ଡ ପାଇଁ ସେ କିମ୍ବଦନ୍ତୀ ଭାରତୀୟ ସ୍ପିନର ଅନୀଲ କୁମ୍ବଲେଙ୍କୁ ପଛରେ ପକାଇଛନ୍ତି ।

  • " class="align-text-top noRightClick twitterSection" data="">

ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ତଥା ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଥିଲେ । ଏହାପରେ ତାଙ୍କ ବିକଳ୍ପ ନେଇ ଚିନ୍ତାରେ ରହିଥିଲେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଓ ଟିମ୍‌ ମ୍ୟାନେଜମେଣ୍ଟ । ତେବେ ପାଣ୍ଡ୍ୟାଙ୍କ ବିକଳ୍ପ ଭାବେ ଈଶାନ କିଷାନ, ସୂର୍ଯ୍ୟକୁମାର ଯାଦବ, ମହମ୍ମଦ ଶାମି ଓ ରବିଚନ୍ଦ୍ରନ ଅଶ୍ବିନଙ୍କ ଭଳି ଏକାଧିକ ବିକଳ୍ପ ରହିଥିବା ଦ୍ରାବିଡ କହିଥିଲେ । ହେଲେ ଶନିବାର ସନ୍ଧ୍ୟାରେ ସୂର୍ଯ୍ୟକୁମାର ଓ ଈଶାନ କିଷାନ ଉଭୟ ଆହତ ହୋଇଥିବା ଖବର ଆସିଥିଲା । ହେଲେ ଆଜି ଶେଷ ମୂଗୁର୍ତ୍ତରେ ଭାରତ ତାର ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଥିଲା । ଶାର୍ଦ୍ଦୁଲ ଠାକୁରଙ୍କ ସ୍ଥାନରେ ଶାମି ଓ ହାର୍ଦ୍ଦିକଙ୍କ ସ୍ଥାନରେ ସୂର୍ଯ୍ୟ କୁମାର ଯାଦବ ଦଳରେ ଖେଳିଥିଲେ । ଚଳିତ ବିଶ୍ବକପ୍‌ରେ ଶାମି ଓ ସୂର୍ଯ୍ୟକୁମାର ନିଜ ନିଜର ପ୍ରଥମ ମ୍ୟାଚ୍‌ ଖେଳିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଡେରାଇଲ୍‌ ମିଚେଲ୍‌ଙ୍କ ଦମଦାର ଶତକ, ଶାମିଙ୍କୁ ୫ ୱିକେଟ୍‌, ଭାରତ ଆଗରେ ଟାର୍ଗେଟ୍‌ ୨୭୪

ତେବେ ପ୍ରଥମ ମ୍ୟାଚ୍‌ ଖେଳୁଥିବା ଭାରତୀୟ ଦଳର ଅଭିଜ୍ଞ ପେସର୍‌ ଶାମି ଦମଦାର ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ । ଦିନିକିଆ କ୍ରିକେଟ୍‌ ବିଶ୍ବକପ୍‌ ଇତିହାସରେ ଦ୍ବିତୀୟ ଥର ପାଇଁ ୫ ୱିକେଟ୍‌ ସଫଳତା ହାସଲ କରିଥିବା ଶାମି ବର୍ତ୍ତମାନ ୧୨ ବିଶ୍ବକପ୍‌ ମ୍ୟାଚ୍‌ ଖେଳି ୩୬ ୱିକେଟ୍‌ ହାସଲ କରିଛନ୍ତି । ବିଶ୍ବକପ୍‌ ଇତିହାସରେ ଭାରତ ପାଇଁ ସର୍ବାଧିକ ୱିକେଟ୍‌ ହାସଲକାରୀ ବୋଲର ତାଲିକାର ଶୀର୍ଷରେ ରହିଛନ୍ତି ଜାହିର ଖାନ ଓ ଜାଭାଗଲ ଶ୍ରୀନାଥ । ଉଭୟ ୪୪ ୱିକେଟ୍‌ ଲେଖାଏଁ ହାସଲ କରି ଏହି ତାଲିକାର ଶୀର୍ଷରେ ରହିଛନ୍ତି । ଏହି କୀର୍ତ୍ତିମୀନ ହାସଲ କରିବାକୁ ଜାହିର ଖାନ ୨୩ ଦିନିକିଆ ମ୍ୟାଚ୍‌ ଖେଳିଥିବାବେଳେ ଶ୍ରୀନାଥ ୩୪ ବିଶ୍ବକପ୍‌ ମ୍ୟାଚ୍‌ ଖେଳି ୪୪ ୱିକେଟ୍‌ ନେଇଛନ୍ତି ।

ବିଶ୍ବକପ୍‌ରେ ୫ ୱିକେଟ୍‌ ସଫଳତା ପାଇଥିବା ଭାରତୀୟ ବୋଲର:

କପିଲ ଦେବ- ୫/୪୩ (ବିପକ୍ଷ- ଅଷ୍ଟ୍ରେଲିଆ,୧୯୮୩)

ରବିନ ସିଂହ- ୫/୩୧ (ବିପକ୍ଷ- ଶ୍ରୀଲଙ୍କା, ୧୯୯୯)

ଭେଙ୍କଟେଶ ପ୍ରସାଦ- ୫/୨୭ (ବିପକ୍ଷ- ପାକିସ୍ତାନ, ୧୯୯୯)

ଆଶିଷ ନେହରା- ୬/୨୩ (ବିପକ୍ଷ-ଇଂଲଣ୍ଡ, ୨୦୦୩)

ଯୁବରାଜ ସିଂହ- ୫/୩୧ (ବିପକ୍ଷ- ଆୟରଲାଣ୍ଡ, ୨୦୧୧)

ମହମ୍ମଦ ଶାମି- ୫/୬୯ (ବିପକ୍ଷ- ଇଂଲଣ୍ଡ, ୨୦୧୯)

ମହମ୍ମଦ ଶାମି- ୫/୫୪ (ବିପକ୍ଷ- ନ୍ୟୁଜିଲାଣ୍ଡ, ୨୦୨୩)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.