ETV Bharat / sports

World Cup 2023: ସବୁ କ୍ରମରେ ଖେଳିପାରିବେ ଈଶାନ, ଏମିତି କହିଲେ ବାପା - ଈଶାନ କିଶନ

କ୍ରିକେଟ ବିଶ୍ବକପକୁ ଆଉ ମାତ୍ର ଗୋଟିଏ ଦିନ । ବିଶ୍ବକପକୁ ନେଇ ଦେଶ ସମେତ ବିହାରବାସୀ ଅଧିକ ଉତ୍ସାହିତ ଅଛନ୍ତି । ଭାରତୀୟ କ୍ରିକେଟର ଈଶାନ କିଶନ ଯିଏକି ବିହାରର ମାତ୍ର ସେ ଘରୋଇ କ୍ରିକେଟରେ ଝାଡଖଣ୍ଡ ପାଇଁ ଖେଳିଛନ୍ତି । ବିଶ୍ବକପ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ଈଶାନ । ଇଟିଭି ଭାରତକୁ ସାକ୍ଷାତାକାର ଦେଇ ଈଶାନଙ୍କ ବିଷୟରେ ଅନେକ କଥା କହିଛନ୍ତି ତାଙ୍କ ବାପା ମାଆ । ଜାଣିବାକୁ ପଢନ୍ତୁ ସମ୍ପୂର୍ଣ୍ଣ ଖବର

Cricket World Cup
Ishan Kishan parents interview
author img

By ETV Bharat Odisha Team

Published : Oct 4, 2023, 12:55 PM IST

ପାଟନା: ବିଶ୍ବ ସମେତ ଭାରତ କ୍ରିକେଟ ବିଶ୍ବକପ 2023କୁ ନେଇ ବେଶ ଉତ୍ସାହିତ ରହିଛି । ଏଥରେ ବିହାର ପାଇଁ ବିଶ୍ବକପ ଅଧିକ ସ୍ବତନ୍ତ୍ର । କାରଣ ଏହି ସମ୍ମାନଜନକ ଟୁ୍ର୍ଣ୍ଣାମେଣ୍ଟରେ ୱିକେଟ କିପର ତଥା ବ୍ୟାଟର ଈଶାନ କିଶନ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି । ଯାହାକୁ ନେଇ ପାଟନାବାସୀଙ୍କ ମନରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ଏହାରି ଭିତରେ ଇଟିଭି ଭାରତକୁ ସାକ୍ଷାତକାର ନେଇ ଈଶାନଙ୍କ ବିଷୟରେ ଅନେକ ଜଣା ଅଜଣା କଥା କରିଛନ୍ତି ତାଙ୍କ ବାପାମାଆ ।

ସବୁ କ୍ରମରେ ଖେଳିପାରିବେ ଈଶାନ: ବାପାମାଆଙ୍କ ସହ ଈଶାନ ଏକ ଯୌଥ ପରିବାରରେ ରୁହନ୍ତି । ତାଙ୍କର ବଡ଼ ଭାଇ ଓ ଭାଉଜ ଅଛନ୍ତି । ଏଥର ବିଶ୍ବକପରେ ଈଶାନ କିଶନ କେବଳ ଖାଲି ପ୍ରଦର୍ଶନ ନକରନ୍ତୁ ନଭେମ୍ବର 19 ତାରିଖରେ ସେ ବିଶ୍ବକପ ଟ୍ରଫି ଉଠାନ୍ତୁ ବୋଲି ସମସ୍ତେ ଆଶା କରିଛନ୍ତି । ଈଶାନ କିଷନଙ୍କ ବାପା ପ୍ରଣବ ପାଣ୍ଡେ କହିଛନ୍ତି ଈଶାନ ପାଖରେ ଯଥେଷ୍ଟ ଦକ୍ଷତା ରହିଛି ସେ ସବୁ କ୍ରମରେ ନିଜକୁ ଖାପଖୁଆଇ ଭଲ ପ୍ରଦର୍ଶନ ସହ ଖେଳିପାରିବେ ବୋଲି କହିଛନ୍ତି । ପାକିସ୍ତାନ ବିପକ୍ଷରେ ମିଡିଲ ଅର୍ଡରରେ ତାଙ୍କର ଭଲ ପ୍ରଦର୍ଶନ ରହିଥିଲା । କେଏଲ ରାହାଲୁଙ୍କ ସହ ତାଙ୍କର ଏକ ଭଲ ସହଭାଗିତା ରହିଥିଲା । ଈଶାନଙ୍କ ପ୍ରଦର୍ଶନ ମିଡିଲ ଅର୍ଡରରେ ବହୁତ ଭଲ । ସମସ୍ତେ ଜାଣନ୍ତି ସେ ଓପନିଂ କରନ୍ତୁ କିମ୍ବା ମିଡଲ ଅର୍ଡରରେ ଖେଳନ୍ତୁ ସେ ଭଲ ଖେଳିବେ । ସେ ଯେଉଁ କ୍ରମରେ ରହିଲେ ବି ଭଲ ଖେଳିବେ । ଆଇପିଏଲରେ ମଧ୍ୟ ସେ ସବୁ କ୍ରମରେ ଭଲ ଖେଳିବାର ଦକ୍ଷତା ଅଛି ବୋଲି କହିଛନ୍ତି ତାଙ୍କ ବାପା ପ୍ରବୀଣ ପାଣ୍ଡେ ।

ବଡ଼ ସ୍କୋର୍‌ ପରିସ୍ଥିତି ଉପରେ ନିର୍ଭର କରେ: କଣ ଈଶାନ ଏଥର ଦ୍ବିତୀୟ ଡବଲ ଶତକ ହାସଲ କରିବା ପ୍ରଶ୍ନରେ ତାଙ୍କ ବାପା କହିଛନ୍ତି, ''ଏହା ପରିସ୍ଥିତି ଉପରେ ନିର୍ଭର କରେ । ସେ କେତେ ନମ୍ବରରେ ବ୍ୟାଟିଂ କରିବାକୁ ସୁଯୋଗ ପାଉଛନ୍ତି ତାହାକୁ ଦେଖି ଏହା କୁହାଯାଇପାରିବ । ଯଦି ଈଶାନ ମିଡଲ ଅର୍ଡରରେ ବ୍ୟାଟିଂ କରିବାକୁ ଆସନ୍ତି ତେବେ ସେ କେତେବେଳେ ବ୍ୟାଟିଂ କରିବେ କେତେ ଓଭର ସରିଛି କେତେ ଓଭର ବାକି ରହିଛି ସମସ୍ତ ଜିନିଷ ଉପରେ ଧ୍ୟାନ ଦେବାକୁ ପଡ଼ିବ । ଏହାପରେ ଜଣେ ବ୍ୟାଟର ଜାଣିପାରିବେ ସେ ବଡ଼ ସ୍କୋର ନା ଛୋଟ ସ୍କୋର୍‌ କରିବ । ତାହା ସବୁ ପରିସ୍ଥିତି ଉପରେ ନିର୍ଭର କରେ । ଏବେ ଏକାଦଶକୁ ନେଇ କିଛି ଅନୁମାନ କରିହେବ ନାହିଁ । ସମସ୍ତ ଖେଳାଳି ଭଲ ଖେଳୁଛନ୍ତି ଏବଂ ଫର୍ମରେ ଅଛନ୍ତି । ବର୍ତ୍ତମାନ କିଛି କହି ହେବନାହିଁ । ଯିଏ ବି ସୁଯୋଗ ପାଇବ ସେ ଭଲ ପ୍ରଦର୍ଶନ କରିବା ଉଚିତ ।''

ଈଷାନ ଓ ରାହୁଲଙ୍କୁ ତୁଳନା ନେଇ ପ୍ରଣବ ପାଣ୍ଡେ କହିଛନ୍ତି, ''ଜଣେ ଖେଳାଳିଙ୍କୁ ସର୍ବାଦ ଅନ୍ୟ ଜଣଙ୍କ ସହ ତୁଳନା କରାଯାଉଛି । ସମୟ ସମୟରେ ସଚିନ ତେନ୍ଦୁଲକର ଓ ବିନୋଦ କାମ୍ବେଲିଙ୍କୁ ତୁଳନା କରାଯାଉଛି । କେବେ ଈଶାନ ଓ ରାହୁଲଙ୍କୁ ତୁଳନା କରାଯାଉଛି । ଅନ୍ୟ ସହ ମଧ୍ୟ ଈଶାନଙ୍କୁ ତୁଳନା କରାଯାଉଛି । ଏହା ସବୁ ପରିସ୍ଥିତି ଉପରେ ନିର୍ଭର କରେ । ବର୍ତ୍ତମାନ କିଛି କହି ହେବ ନାହିଁ । ଉଭୟ ଭଳ ଖେଳୁଛନ୍ତି । ଆଶା କରୁଛି ଭାରତ ଏଥର ବିଶ୍ବ ବିଜୟୀ ହେବ । ଭାରତୀୟ ଦଳ ଯେଉଁଭଳି ପ୍ରଦର୍ଶନ କରୁଛି ମୁଁ ନିଶ୍ଚିନ୍ତ ଯେ ଭାରତ ଏଥର ଟ୍ରଫି ଜିତିବ ।''

ପ୍ରଣବ ପାଣ୍ଡେ ଆହୁରି କହିଛନ୍ତି, ଇଶାନ ବହୁତ ଯତ୍ନବାନ ସେ ସର୍ବାଦା ପରିବାର କଥା ଭାବନ୍ତି । ମୁଁ ଗର୍ବ ଅନୁଭବ କରେ । ଜଣେ ବାପା ହିସାବରେ ମୁଁ ଏହା କହିବି କି ସେ ଭଲ ଖେଳନ୍ତୁ । ମୁଁ କେବେ ଭାବି ନଥିଲି ସେ ଏତେ ବଡ଼ କ୍ରିକେଟର ହେବେ । ମୁଁ ଭାବୁଥିଲି ସେ କେବଳ ରଣଜୀ ଖେଳିବେ ଓ ଏକ ଚାକିରି କରିବେ ଏବଂ ଜୀବନରେ ସେଟଲ ହୋଇଯିବେ । ତାଙ୍କୁ ପାଠ ଓ କ୍ରିକେଟ ଭିତରେ ଗୋଟିଏ ବାଛିବାକୁ ଥିଲା । ସେ ସ୍କୁଲ୍‌ରେ ଅଧିକ ସମୟ ବିତାଉ ନଥିଲେ ଫଳରେ ତାଙ୍କର ଉପସ୍ଥାନରେ ସମସ୍ୟା ଉପୁଜିଥିଲା । ସେ କେବଳ କ୍ରିକେଟ ଖେଳୁଥିଲେ । ସେ ଖେଳକୁ ବାଛିଥିଲେ ମୁଁ ତାଙ୍କ ସମର୍ଥନ କରିଥିଲି ।

ଏହା ବି ପଢନ୍ତୁ...World Cup 2023: ସଚିନ୍‌ଙ୍କୁ ଗ୍ଲୋବାଲ୍‌ ଆମ୍ବାସଡର ନିଯୁକ୍ତ କଲା ICC

ଈଶାନଙ୍କ ମାଆ ସୁଚିତା ସିଂହ କହିଛନ୍ତି, ତାଙ୍କ ପୁଅ ଜଣେ କ୍ୟାୟରିଂ ବ୍ୟକ୍ତିତ୍ୱ ଓ ସମସ୍ତଙ୍କର ଧ୍ୟାନ ରଖନ୍ତି । ସେ ଯେବେ ଆସନ୍ତି ସେ ମୋର ବହୁତ ଯତ୍ନ ନିଅନ୍ତି । ସେ ଜାଣନ୍ତି ମୋର ଗୋଡରେ ସମସ୍ୟା ରହିଛି ତେଣୁ ସେ ସାରା ଦିନ ମୋ ଗୋଡ଼ ମୋଡିଥାନ୍ତି । ଫିଜିଓଥେରାପି କରାଇଥାନ୍ତି । ଆଳୁ ପରଟା ଈଶାନଙ୍କର ପ୍ରିୟ ଖାଦ୍ୟ । ସର୍ବଶେଷରେ ଈଶାନଙ୍କ ବାପାଙ୍କ ପରି ତାଙ୍କ ମାଆ ମଧ୍ୟ ଏଥରେ ଭାରତ ବିଶ୍ବକପ ଜିତିବ ବୋଲି କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.