ETV Bharat / sports

World Cup 2023: ବାଂଲଦେଶ ବିପକ୍ଷରେ କିଙ୍ଗ୍‌ କୋହଲିଙ୍କ ରୋମାଞ୍ଚଭରା ଶତକ, ସାଥ ଦେଇଥିଲେ ରାହୁଲ - ବିରାଟ କୋହଲି

ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ୍‌ରେ ବାଂଲାଦେଶ ବିପକ୍ଷରେ ବିରାଟ କୋହଲିଙ୍କ ବିସ୍ଫୋରଣ ଦେଖିବାକୁ ମିଳିଛି । ଅପରାଜିତ ରହି କେବଳ ଭାରତୀୟ ଦଳକୁ ବିଜୟୀ କରାଇନାହାନ୍ତି ରୋମାଞ୍ଚଭରା ଶତକ ବି ହାସଲ କରିଛନ୍ତି । ଅଧିକ ପଢନ୍ତୁ

ବାଂଲଦେଶ ବିପକ୍ଷରେ କିଙ୍ଗ କୋହଲିଙ୍କ ରୋମାଞ୍ଚଭରା ଶତକ
World Cup 2023
author img

By ETV Bharat Odisha Team

Published : Oct 20, 2023, 7:56 AM IST

Updated : Oct 20, 2023, 8:43 AM IST

ପୁନେ: ଆଇସିସି ଦିନିକିଆ ମେଗା ଇଭେଣ୍ଟ୍‌ କ୍ରିକେଟ ମହାକୁମ୍ଭ ବିଶ୍ବକପ 2023 । ମ୍ୟାଚ୍‌ ନମ୍ବର 17 । ଭାରତ ବନାମ ବାଂଲାଦେଶ ମଧ୍ୟରେ ଲଢେଇ । କ୍ରିଜ୍‌ରେ ଅଛନ୍ତି କିଙ୍ଗ୍‌ କୋହଲି ସାଥୀରେ ଅଛନ୍ତି କେଏଲ ରାହୁଲ । ବିଜୟ ପାଇଁ ବଲ କାଫି ଅଧିକ ଥିଲା । ବଲ ଅନୁସାରେ ରନ୍‌ କମ ଥାଏ । ସେପଟେ ବିଜୟ ପାଇଁ ଯେତିକି ରନ ଆବଶ୍ୟକ ଥିଲା ବିରାଟଙ୍କୁ ଶତକ ହାସଲ କରିବାକୁ ମଧ୍ୟ ସମାନ ଦରକାର ଥିଲା । ବିରାଟ ଯେଉଁଠି ଅସମ୍ଭବ ସମ୍ଭବ ହୋଇଯାଏ ସେଇଠି । ଫ୍ୟାନ୍ସଙ୍କର ଏହି ଭାବନାକୁ ସତ କରି ଦେଇଥିଲେ । ବିରାଟ 97 ବଲରେ 103 ରନ ହାସଲ କରିଥିଲେ । ଅପରାଜିତ ରହି ଦଳକୁ ବିଜୟୀ କରାଇବା ସହ ଛକା ମାରି ରୋମାଞ୍ଚଭରା ଶତକ ହାସଲ କରିଥିଲେ । ବାଂଲାଦେଶକୁ 7 ୱିକେଟରେ ପରାସ୍ତ କରିବା ସହ ଭାରତ ଲଗାତାର ଚତୁର୍ଥ ବିଜୟ ହାସଲ କରିଛି । ବିରାଟ କୋହଲି 49ତମ ଶତକ ସହ ତାଙ୍କ ଅନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତତମ ୨୬ ହଜାର ରନ୍‌ ସଂଗ୍ରହ କରି ସଚିନଙ୍କ ରେକର୍ଡ ଭାଙ୍ଗିଛନ୍ତି । ବାଂଲାଦେଶ ବିପକ୍ଷରେ ଭାରତର ବିଜୟଠୁ ନେଇ ବିରାଟ ଯେଉଁଭଳି ଭାହେ ଶତକ ହାସଲ କରିଛନ୍ତି ତାକୁ ନେଇ ଚର୍ଚ୍ଚା ।

ବିଜୟ ପାଇଁ ଭାରତକୁ 63 ବଲରେ 15 ରନ ଦରକାର ଥିଲା । 40 ଓଭରରେ ନାସୁମ ଅହମ୍ମଦଙ୍କ ବଲ୍‌ରେ ଗୋଟିଏ ଛକା ମାରି ତାଙ୍କ ବ୍ୟକ୍ତିଗତ ସ୍କୋରକୁ 97ରେ ପହଞ୍ଚାଇଥିଲେ କୋହଲି । ଏହାପରେ ଭାରତକୁ ଜିତିବାକୁ ଆଉ 2 ରନ ଦରକାର ଥିଲା ମାତ୍ର କୋହଲିଙ୍କ ଶତକ ପାଇଁ 3 ରନ ଦରକାର ଥିଲା । ଛକା ମାରି ଦଳକୁ ବିଜୟୀ କରାଇବା ସହ ବିରାଟ ତାଙ୍କ ଶତକ ଅର୍ଜନ କରିଥିଲେ । ବିଜୟର କିଛି ସମୟ ବେଶ ରୋମାଞ୍ଚଭରା ଥିଲା । ଡ୍ରେସିଂ ରୁମ୍‌ରେ ସାଥୀ ଖେଳାଳି ହସି ହସି ବେଦମ ହୋଇଥିଲେ । ଶେଷରେ ଭାରତ ମ୍ୟାଚ ଜିତିଥିଲା ଆଉ ବିରାଟ ଶତକ ବି ହାସଲ କରିଥିଲେ ।

ଅଧା ରହିଥିଲା ସେହ୍ବାଗଙ୍କ ଶତକ ସ୍ବପ୍ନ: 2010 ମସିହାରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ଏକ ତ୍ରିକୋଣୀୟ ସିରିଜ ଖେଳୁଥିଲା । ଏଥିରେ ବିରେନ୍ଦ୍ର ସେହ୍ବାଗ ଅପରାଜିତ 99ରନ କରିଥିଲେ । ଶତକ ହାସଲ କରିବାକୁ ସେହ୍ବାଗଙ୍କୁ ମାତ୍ର ଗୋଟିଏ ରନ ବାକିଥିଲା ବିଜୟ ପାଇଁ ମଧ୍ୟ ଗୋଟିଏ ରନ ଦରକାର ଥିଲା । ମାତ୍ର ଶ୍ରୀଲଙ୍କା ବୋଲର ସୁରଜ ରନଦୀବ ଏକ ନୋ ବଲ ପକାଇଥିଲେ । ଏହାକୁ ଛକା ମାରିଥିଲେ ସେହ୍ବାଗ । ଭାରତ ବିଜୟ ହାସଲ କରିଥିଲା ମାତ୍ର ସେହ୍ବାଗ ଶତକ ହାସଲ କରିପାରିନଥିଲେ ।

ଶତକ ହାସଲରେ ସାଥ ଦେଇଥିଲେ ରାହୁଲ: କୋହଲିଙ୍କ ଏହି ଶତକ ହାସଲ କରିବାରେ ତାଙ୍କୁ ଭରପୁର ସହଯୋଗ କରିଥିଲେ ୱିକେଟ କିପର ବ୍ୟାଟର କେଏଲ ରାହୁଲ । ବିରାଟଙ୍କୁ ଶତକ ହାସଲ କରିବାକୁ ତାଙ୍କୁ ଷ୍ଟ୍ରାଇକରେ ରହିବାକୁ କହିଥିଲେ ରାହୁଲ । ସେ ସିଙ୍ଗଲ ନେଇ ନଥିଲେ । ସାଥୀ ଖେଳାଳିଙ୍କ ଶତକ ସ୍ବପ୍ନ ପୂରଣ କରିବାକୁ ରାହୁଲ ନିସ୍ବାର୍ଥପର ଭାରେ ତାଙ୍କ ସାଥ୍‌ ଦେଇଥିଲେ । ସିଙ୍ଗଲ ନେଇଥିଲେ ମ୍ୟାଚ ଯଥେଷ୍ଟ ପୂର୍ବରୁ ଶେଷ ହୋଇଥାଆନ୍ତା । ମାତ୍ର ସିଙ୍ଗଲ ନେବାକୁ ମନା କରିଥିଲେ ରାହୁଲ । ବିରାଟ ସିଙ୍ଗଲ ନେବାକୁ କହିଥିଲେ ମାତ୍ର ରାହୁଲ ମନା କରିଥିଲେ । ବିରାଟ ରାହୁଲଙ୍କୁ କହିଥିଲେ ସିଙ୍ଗଲ ନନେଲେ ଲୋକ ଭାବିବେ ମୁଁ ବ୍ୟକ୍ତିଗତ ରେକର୍ଡ ପାଇଁ ଖେଳୁଛି । ମାତ୍ର ରାହୁଲ ତାଙ୍କୁ କହିଥିଲେ ତୁମେ ଶତକ ପୂରଣ କର । କୋହଲିଙ୍କର ଏପରି ସାଥ ଦେଇ ଦର୍ଶକଙ୍କ ଦୃହୟ ଜିତିଛନ୍ତି କେଏଲ ରାହୁଲ ।

ଏହା ବି ପଢନ୍ତୁ...World Cup 2023: ସଚିନଙ୍କ ରେକର୍ଡ ଭାଙ୍ଗିଲେ ବିରାଟ, ଅନ୍ତର୍ଜାତୀୟ କ୍ରିକେଟରେ ସଂଗ୍ରହ କଲେ ଦ୍ରୁତତମ 26K ରନ୍‌

ଏହା ବି ପଢନ୍ତୁ...World Cup ୨୦୨୩: କୋହଲିଙ୍କ ଦମଦାର ଶତକ, ୭ ୱିକେଟରେ ଜିତିଲା ଭାରତ

6 ବର୍ଷ ପରେ ବୋଲିଂ କଲେ କୋହଲି: ଚଳିତ ବିଶ୍ବକପରେ ଭାରତର ଷ୍ଟାର ଖେଳାଳି ବିରାଟ କୋହଲି ବାଂଲାଦେଶ ବିପକ୍ଷରେ କେବଳ ଦମଦାର ଶତକ ହାସଲ କରି ନାହାନ୍ତି । ବୋଲିଂ ମଧ୍ୟ କରିଥିଲେ । ଦୀର୍ଘ 6 ବର୍ଷ ପରେ ବିରାଟଙ୍କୁ ଦିନିକିଆ ଫର୍ମାଟରେ ବୋଲିଂ କରୁଥିବା ଦେଖିବାକୁ ମିଳିଥିଲା । ବାଂଲାଦେଶ ଇନିଂସର 9ମ ଓଭର ବୋଲିଂ କରୁଥିବାବେଳେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଫଲୋ ଥ୍ରୁରେ ବଲକୁ ଅଟକାଇବାକୁ ଯାଇ ଆହତ ହୋଇଥିଲେ । ତାଙ୍କ ଗୋଡ଼ ମକଚି ହୋଇ ଯାଇଥିଲା । ଏହି ଓଭରରେ ଆଉ 3 ବଲ ବାକିଥିଲା । ଶେଷ 3ଟି ବଲ ପକାଇଥିଲେ ବିରାଟ କୋହଲି । କୋହଲି ୩ଟି ବଲ୍‌ ବୋଲିଂ କରିଥିବା ବେଳେ ସେଥିରେ ଗୋଟିଏ ଡଟ୍‌ ବଲ୍‌ ଥିବା ବେଳେ ୨ ରନ ଦେଇଥିଲେ । ବିଶ୍ବକପକୁ ଦେଖିରେ ସେ 8 ବର୍ଷ ପରେ ବୋଲିଂ କରିଛନ୍ତି । କୋହଲି ଶେଷ ଥର ପାଇଁ 2017ରେ କଲମ୍ବୋରେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆରେ ବୋଲିଂ କରି 12 ରନ ବ୍ୟୟ କରିଥିଲେ ।

Last Updated : Oct 20, 2023, 8:43 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.