ETV Bharat / sports

World Cup 2023: ବିଶ୍ବକପରେ କିଛି ନୂଆ ରେକର୍ଡ କରିପାରନ୍ତି ଏହି ଭାରତୀୟ ଖେଳାଳି, ଜାଣନ୍ତୁ କିଏ

author img

By ETV Bharat Odisha Team

Published : Oct 8, 2023, 11:11 AM IST

କ୍ରିକେଟ ବିଶ୍ବକପ 2023ରେ ଭାରତ ତୃତୀୟ ଥର ବିଶ୍ବ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି । ଦଳରେ ଏକାଧିକ ଷ୍ଟାର ଖେଳାଳି ରହିଛନ୍ତି । ଏଥର ବିଶ୍ବକପରେ ଏହି ଭାରତୀୟ ଖେଳାଳିଙ୍କ ପାଖରେ ନୂଆ ରେକର୍ଡ ସୃଷ୍ଟି କରିବାର ସୁଯୋଗ ରହିଛି । ଜାଣନ୍ତୁ କିଏ ସେହି କ୍ରିକେଟର ।

World Cup 2023
ବିଶ୍ବକପରେ କିଛି ନୂଆ ରେକର୍ଡ କରିପାରନ୍ତି ଏହି ଭାରତୀୟ ଖେଳାଳି

ହାଇଦ୍ରାବାଦ: ICC ଦିନିକିଆ କ୍ରିକେଟ ବିଶ୍ବକପରେ ଭାରତ ଆଜି ତାର ଅଭିଯାନ ଆରମ୍ଭ କରିବାକୁ ଯାଉଛି । 5ଥର ବିଶ୍ବକପ ଚମ୍ପିଆନ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବ ଟିମ ଇଣ୍ଡିଆ । କ୍ରିକେଟର ଏହି ବଡ଼ ଟୁର୍ଣ୍ଣାମେଣ୍ଟ ଆୟୋଜନରେ ଭାରତ ବିଜୟୀ ହେବାର ଦାବିଦାର ରହିଛି । ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଭାରତ 10 ବର୍ଷ ହେବ ICC ଟ୍ରଫି ହାତେଇବା ନେଇ ଯେଉଁ ସ୍ବପ୍ନ ଦେଖୁଛି ତାହାକୁ ପୂରଣ କରିବାକୁ ପ୍ରୟାସ କରିବ । ଏହି ଟୁର୍ଣ୍ଣାମେଣ୍ଟରେ କିଛି ଭାରତୀୟ ଖେଳାଳିଙ୍କ ନିକଟରେ ନୂଆ ରେକର୍ଡ ସୃଷ୍ଟି କରିବାର ସୁଯୋଗ ରହିଛି ଜାଣନ୍ତୁ କିଏ ସେହି ପ୍ଲେୟାର ।

ବିରାଟ କୋହଲି: ଭାରତୀୟ କ୍ରିକେଟ ଦଳର କିଙ୍କ ବିରାଟ କୋହଲି । ଷ୍ଟାର କ୍ରିକେଟର କୋହଲି ଏକଦିବାସୀୟ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଶତକ ହାସଲ କରିଥିବା ସଚିନ ତେନ୍ଦୁଲକର (49)ଙ୍କ ରେକର୍ଡ ଭାଙ୍ଗିପାରନ୍ତି । ଏହି ରେକର୍ଡ ଭାଙ୍ଗିବାକୁ କୋହଲିଙ୍କୁ କେବଳ ଆଉ 3ଟି ଶତକର ଆବଶ୍ୟକତା ରହିଛି । ଯଦି ସେ 3ଟି ଶତକ ହାସଲ କରିନିଅନ୍ତି ତେବେ ବିଶ୍ବର 50 ଶତକ ହାସଲକାରୀ ପ୍ରଥମ ଖେଳାଳି ହୋଇଯିବେ ।

ରୋହିତ ଶର୍ମା: ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ହିଟମ୍ୟାନ ଭାବେ ଜଣାଶୁଣା । ଶତକ ହାସଲରେ ରୋହିତ ଶର୍ମା ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ନୂଆ ରେକର୍ଡ କରିପାରନ୍ତି । ବିଶ୍ବକପରେ ସଚିନ ତେନ୍ଦୁଲକର ସର୍ବାଧିକ ଶତକ ହାସଲ କରିଛନ୍ତି । ରୋହତିଙ୍କ ପାଖରେ ସର୍ବାଧିକ ଶତକ ହାସଲକାରୀ ଭାରତୀୟ କ୍ରିକେଟର ହେବାର ସୁଯୋଗ ରହିଛି । ଏହା ସହିତ ଅଧିକ ଛକା ମାରିବାର ରେକର୍ଡ ମଧ୍ୟ କରିପାରନ୍ତି ରୋହିତ । 3ଟି ଛକା ମାରିବା ପରେ ରୋହିତ ଅନ୍ତର୍ଜାତୀୟ ମ୍ୟାଚରେ ସର୍ବାଧିକ ଛକା ମାରିଥିବା ଭାରତୀୟ ଖେଳାଳି ହୋଇଯିବେ । ଏବେ ଏହି ରେକର୍ଡ ୱେଷ୍ଟଇଣ୍ଡିଜ ଖେଳାଳି କ୍ରିସ ଗେଲଙ୍କ ନାମରେ ରହିଛି ।

ଏହା ବି ପଢନ୍ତୁ...World Cup 2023: ଆଜିଠୁ ଭାରତର ବିଶ୍ବକପ ଅଭିଯାନ, ଅଷ୍ଟ୍ରେଲିଆ ସହ ମୁକାବିଲା

ଶୁଭମନ ଗିଲ: ଭାରତୀୟ ଟିମରେ ଷ୍ଟାର ଯୁବ ବ୍ୟାଟର ଶୁଭମନ ଗିଲ । ସେ 665 ରନ କରି ଏକ ବର୍ଷରେ ଦିନିକିଆରେ ସର୍ବାଧିକ ରନ ହାସଲ କରିଥିବା ଖେଳାଳି ହୋଇଯିବେ । ଏବେ ଏହି ରେକର୍ଡ କ୍ରିକେଟ କିମ୍ବଦନ୍ତୀ ମାଷ୍ଟର ବ୍ଲାଷ୍ଟର ସିଚନ ତେନ୍ଦୁଲକରଙ୍କ ନାମରେ ରହିଛି । ସେ 1894 ରନ କରିଛନ୍ତି ।

ମହମ୍ମହ ସାମି: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ନିକଟରେ ବିଶ୍ବକପରେ ସର୍ବାଧିକ ୱିକେଟ ନେଇଥିବା ବୋଲର ହେବାର ସୁଯୋଗ ରହିଛି । ସେ ମାତ୍ର 13 ୱିକେଟ ଦୂରରେ ରହିଛନ୍ତି । ଏବେ ଏହି ରେକର୍ଡ ଜାହିର ଖାନ ଓ ଜଭାଗଲ ଶ୍ରୀନାଥଙ୍କ ନାମରେ ରହିିଛି । ଉଭୟ 44ଟି ୱିକେଟ ନେଇଛନ୍ତି ।

ଏହା ବି ପଢନ୍ତୁ...World Cup 2023 IND vs PAK: 14 ହଜାର ଅଧିକ ଟିକେଟ ବିକ୍ରି କରିବ BCCI, ଜାଣନ୍ତୁ କେବେ କିଣିବେ

ପ୍ରକାଶ ଥାଉ କି, ଅକ୍ଟୋବର 5 ତାରଖରୁ ବିଶ୍ବକପ 2023 ଆରମ୍ଭ ହୋଇଯାଇଛି । ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯାଇଥିଲା । ଏଥିରେ ନ୍ୟୁଜିଲାଣ୍ଡ ବିଜୟ ହାସଲ କରିଥିଲା । ଏହାପରେ ଦ୍ବିତୀୟ ମ୍ୟାଚ୍‌ ପାକିସ୍ତାନ ଓ ନେଦରଲାଣ୍ଡସ ମଧ୍ୟରେ ହୋଇଥିଲା ଏଥିରେ ପାକିସ୍ତାନ ବିଜୟୀ ହୋଇଛି । ପରବର୍ତ୍ତୀ ଦୁଇ ମୁକାବିଲା ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ଅନ୍ୟଟି ବାଂଲାଦେଶ ଓ ଆଫଗାନିସ୍ତାନ ମଧ୍ୟରେ ହୋଇଥିଲା । ସେଥିରେ ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ବିଜୟରୁ ଆଭିଯାନ ଆରମ୍ଭ କରିଛନ୍ତି । ଆଜି (ରବିବାର) ଭାରତ ଓ 5ଥର ବିଶ୍ବ ଚମ୍ପିଆନ ଆଷ୍ଟ୍ରେଲିଆ ମଧ୍ୟରେ ଚିପକ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.