ETV Bharat / sports

Cricket World Cup 2023: ଭାଙ୍ଗିଲା ନ୍ୟୁଜିଲାଣ୍ଡର ବିଜୟଧାରା, ପୁଣି ମ୍ୟାଚ୍‌ ଜିତାଇଲେ କିଙ୍ଗ୍‌ କୋହଲି

author img

By ETV Bharat Odisha Team

Published : Oct 22, 2023, 10:28 PM IST

Updated : Oct 22, 2023, 10:42 PM IST

ବିଶ୍ବକପ୍‌ ୨୦୨୩ରେ ନ୍ୟୁଜିଲାଣ୍ଡର ବିଜୟଧାରା ଭାଙ୍ଗି ଜୟଯାତ୍ରା ଜାରି ରଖିଲା ଭାରତ । ହିମାଚଳ ପ୍ରଦେଶର ଧର୍ମଶାଳାରେ ଖେଳାଯାଇଥିବା ହାଇପ୍ରୋଫାଇଲ୍‌ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ୯୫ ରନର ମ୍ୟାଚ୍‌ ବିଜୟୀ ପାଳି ବଳରେ ନ୍ୟୁଜିଲାଣ୍ଡକୁ ୪ ୱିକେଟ୍‌ରେ ପରାସ୍ତ କରିଛି ଟିମ୍‌ ଇଣ୍ଡିଆ । ଅଧିକ ପଢ଼ନ୍ତୁ

୪ ୱିକେଟ୍‌ରେ ଜିତିଲା ଭାରତ
ଭାଙ୍ଗିଲା ନ୍ୟୁଜିଲାଣ୍ଡର ବିଜୟଧାରା

ଧର୍ମଶାଳା: ବିଶ୍ବକପ୍‌ ୨୦୨୩ରେ ଆଜି ହିମାଚଳ ପ୍ରଦେଶର ଧର୍ମଶାଳାରେ ଖେଳାଯାଇଥିବା ହାଇପ୍ରୋଫାଇଲ୍‌ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡର ବିଜୟଧାରା ଭାଙ୍ଗିଛି ଭାରତ । ବିରାଟ କୋହଲିଙ୍କ ୯୫ ରନର ମ୍ୟାଚ୍‌ ବିଜୟୀ ପାଳି ବଳରେ ନ୍ୟୁଜିଲାଣ୍ଡକୁ ୪ ୱିକେଟ୍‌ରେ ପରାସ୍ତ କରିଛି ଟିମ୍‌ ଇଣ୍ଡିଆ । ଏହି ବିଜୟ ପରେ ୧୦ ପଏଣ୍ଟ ସହ ପଏଣ୍ଟ୍ସ ଟେବୁଲର ଶୀର୍ଷକୁ ଉନ୍ନୀତ ହୋଇଛି ଭାରତ । ପ୍ରଥମେ ବ୍ୟାଟିଂ କରି ଖରାପ ଆରମ୍ଭ ସତ୍ତ୍ବେ ୨୭୩ ରନ ସ୍କୋର କରିଥିଲା କିୱି ଦଳ । ଡେରାଇଲ୍‌ ମିଚେଲ୍‌ (୧୩୦)ଙ୍କ ଧୈର୍ଯ୍ୟପୂର୍ଣ୍ଣ ପାଳି ବଳରେ ଏହି ବଡ଼ ସ୍କୋର କରିଥିଲା ନ୍ୟୁଜିଲାଣ୍ଡ । ଭାରତ ପକ୍ଷରୁ ଚଳିତ ବିଶ୍ବକପ୍‌ର ପ୍ରଥମ ମ୍ୟାଚ୍‌ ଖେଳୁଥିବା ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି ଆଜି ୫ ୱିକେଟ୍‌ ସଫଳତା ହାସଲ କରିଥିଲେ । ଜବାବରେ ଭାରତକୁ ମଧ୍ୟ ଭଲ ଆରମ୍ଭ ଦେଇଥିଲେ ଅଧିନାୟକ ରୋହିତ ଶର୍ମା ଓ ଶୁଭମନ ଗିଲ୍‌ । ତେବେ ବିରାଟ କୋହଲିଙ୍କ ୯୫ ରନର ମ୍ୟାଚ୍‌ ବିଜୟୀ ପାଳି ସହ ଭାରତ ଏହି ମ୍ୟାଚ୍‌କୁ ୪ ୱିକେଟ୍‌ରେ ଜିତି ନେଇଛି । ୫ ୱିକେଟ୍‌ ସଫଳତା ପାଇଥିବା ମହମ୍ମଦ ଶାମି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।

  • " class="align-text-top noRightClick twitterSection" data="">

ନ୍ୟୁଜିଲାଣ୍ଡ ବ୍ୟାଟିଂ: ଆଜି ଟସ୍‌ ଜିତି ପ୍ରଥମେ ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ଆହ୍ବାନ ଦେଇଥିଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା । ହେଲେ ନ୍ୟୁଜିଲାଣ୍ଡକୁ ସେତେ ଭଲ ଆରମ୍ଭ ମିଳିନଥିଲା । ଓପନର ଡେଭନ କନ୍‌ୱେ ଖାତା ଖୋଲିବା ଆଗରୁ ମହମ୍ମଦ ସିରାଜଙ୍କ ବଲରେ ପାଭିଲିୟନ ଫେରିଥିଲେ । ଏହାପରେ ଆଜି ଚଳିତ ବିଶ୍ବକପ୍‌ର ପ୍ରଥମ ମ୍ୟାଚ୍‌ ଖେଳୁଥିବା ଶାମି ନିଜର ପ୍ରଥମ ଓଭରର ପ୍ରଥମ ବଲରେ ୱିଲ୍‌ ୟଙ୍ଗ୍‌ (୧୭)ଙ୍କୁ କ୍ଲିନ୍‌ ବୋଲ୍ଡ କରିଥିଲେ । ଦଳୀୟ ସ୍କୋର ୧୯ ରନ ହୋଇଥିବା ୨ଟି ୱିକେଟ୍‌ ହରାଇଥିଲା କିୱି ଦଳ । ଏହାପରେ ରାଚିନ ରବୀନ୍ଦ୍ର ଓ ଡେରାଇଲ ମିଚେଲ୍‌ ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲେ । ଉଭୟ ଭାରତୀୟ ବୋଲରଙ୍କୁ ରକ୍ଷଣାତ୍ମକ ଶୈଳୀରେ ଖେଳି ନିଜ ନିଜର ଅର୍ଦ୍ଧଶତକ ହାସଲ କରିନେଇଥିଲେ । ରବୀନ୍ଦ୍ର ଓ ଡେରାଇଲ ମିଚେଲ୍‌ ତୃତୀୟ ୱିକେଟ୍‌ ପାଇଁ ଦଳୀୟ ଖାତାରେ ୧୫୯ ରନ ଯୋଡ଼ିଥିଲେ । ଏହାପରେ ଶାମିଙ୍କ ଦ୍ବିତୀୟ ଶିକାର ପାଲଟିଥିଲେ ରବୀନ୍ଦ୍ର । ସେ ୮୭ ବଲରୁ ୬ ଚୌକା ଓ ଗୋଟିଏ ଛକା ବଳରେ ଧୈର୍ଯ୍ୟପୂର୍ଣ୍ଣ ୭୫ ରନର ପାଳି ଖେଳି ଆଉଟ୍‌ ହୋଇଥିଲେ । ଏହାପରେ କିୱି ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଗୋଟିଏ ପଟେ ଡେରାଇଲ ମିଚେଲ୍‌ ନିଜ ଖେଳ ଜାରି ରଖିଥିବାବେଳେ ଅନ୍ୟପଟେ ୱିକେଟ୍‌ ଫିଙ୍ଗି ଚାଲିଲେ କିୱି ବ୍ୟାଟର । ମିଚେଲ୍‌ ୧୨୭ ବଲରୁ ୯ ଚୌକା ଓ ୫ ଛକା ସହିତ ୧୩୦ ରନର ଦମଦାର ପାଳି ଖେଳି ଦଳୀୟ ସ୍କୋରକୁ ୨୭୦ ପାର କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗ୍ଲେନ୍‌ ଫିଲିପ୍ସ (୨୩)ଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ସ୍କୋର କରିପାରିନଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଡେରାଇଲ୍‌ ମିଚେଲ୍‌ଙ୍କ ଦମଦାର ଶତକ, ଶାମିଙ୍କୁ ୫ ୱିକେଟ୍‌, ଭାରତ ଆଗରେ ଟାର୍ଗେଟ୍‌ ୨୭୪

ଭାରତ ବୋଲିଂ: ଭାରତ ପକ୍ଷରୁ ଆରମ୍ଭରୁ ବେଶ ଦମଦାର ବୋଲିଂ ଦେଖିବାକୁ ମିଳିଥିଲା । ଚତୁର୍ଥ ଓଭରରେ ଭାରତକୁ ପ୍ରଥମ ସଫଳତା ଦେଇଥିଲେ ମହମ୍ମଦ ସିରାଜ । ତେବେ ସେ ଏହି ଗୋଟିଏ ୱିକେଟ୍‌ ହିଁ ନେବାରେ ସକ୍ଷମ ହୋଇଥିଲେ । କୁଲଦୀପ ଯାଦବ ୨ଟି ୱିକେଟ୍‌ ନେଇଥିଲେ ମଧ୍ୟ ସେ ୧୦ ଓଭରରୁ ୭୩ ରନ ବ୍ୟୟ କରି ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ବୁମ୍‌ରା ଗୋଟିଏ ୱିକେଟ୍‌ ହାସଲ କରିଥିବାବେଳେ ଅଭିଜ୍ଞ ଶାମି ଦଳକୁ ୫ ୱିକେଟ୍‌ ସଫଳତା ଦେିଥିଲେ ।

ଭାରତ ବ୍ୟାଟିଂ: ଭାରତ ପକ୍ଷରୁ ବେଶ ଦମଦାର ଆରମ୍ଭ କରିଥିଲେ ଅଧିନାୟକ ରୋହିତ ଶର୍ମା ଓ ଶୁଭମନ ଗିଲ । ଉଭୟ ପ୍ରଥମ ୱିକେଟ୍‌ ପାଇଁ ଦଳୀୟ ଖାତାରେ ୭୧ ରନ ଯୋଡ଼ିଥିଲେ । ଏହାପରେ ରୋହିତ ଶର୍ମା ୪୦ ବଲରୁ ୪ଟି ଲେଖାଏଁ ଚୌକା ଓ ଛକା ସହ ୪୬ ରନ କରି ପାଭିଲିୟନ ଫେରିଥିଲେ । ଏହାପରେ ୨୬ ରନ କରିଥିବା ଗିଲ୍‌ ମଧ୍ୟ ତୁରନ୍ତ ଆଉଟ୍‌ ହୋଇଯାଇଥିଲେ । ତେବେ ବିରାଟ କୋହଲିଙ୍କ ସହ ଶ୍ରେୟସ ଆୟର ପାଳି ସମ୍ଭାଳିଥିଲେ । ହେଲେ ଆୟର ୨୯ ବଲରୁ ୩୩ ରନ କରି ଆଉଟ୍‌ ହେବାପରେ କୋହଲିଙ୍କ ସାଥ୍‌ ଦେଇଥିଲେ କେଏଲ୍‌ ରାହୁଲ । ସେ ୩୫ ବଲରୁ ୨୭ ରନ କରି ଆଉଟ୍‌ ହୋଇଥିଲେ । ତୁରନ୍ତ ସୂର୍ଯ୍ୟକୁମାର ଯାଦବ ମଧ୍ୟ ରନ୍‌ ଆଉଟ୍‌ ହୋଇ ଆଉଟ୍‌ ହୋଇଥିଲେ । ତେବେ ବିରାଟ କୋହଲି ପରିସ୍ଥିତିକୁ ସମ୍ଭାଳି ବ୍ୟାଟିଂ କରିଥିଲେ । ଦିନିକିଆ କ୍ରିକେଟ୍‌ରେ ୪୮ ଶତକ ହାସଲ କରିସାରିଥିବା କୋହଲି ନିଜର ୪୯ ତନ ଶତକ ଆଡ଼କୁ ବଢ଼ୁଥିଲେ । ୯୫ ରନ କରିଥିବାବେଳେ ବଡ଼ ସଟ୍‌ ଖେଳିବାକୁ ଯାଇ ଫିଲ୍ଡର ହାତରେ ଧରାପଡ଼ିଥିଲେ କୋହଲି । ହେଲେ ସେତେବେଳକୁ ଭାରତ ବିଜୟ ଦ୍ବାରରେ ପହଞ୍ଚି ସାରିଥିଲା । ରବୀନ୍ଦ୍ର ଜାଡେଜା (୩୯) ଓ ମହମ୍ମଦ ସାମି (୧) ଭାରତକୁ ମ୍ୟାଚ୍‌ ଜିତାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ନ୍ୟୁଜିଲାଣ୍ଡ ବିପକ୍ଷରେ ୫ ୱିକେଟ୍‌ ସଫଳତା, ଭାରତର ଦ୍ବିତୀୟ ସର୍ବାଧିକ ୱିକେଟ୍‌ ହାସଲକାରୀ ଶାମି

ନ୍ୟୁଜିଲାଣ୍ଡ ବୋଲିଂ: ନ୍ୟୁଜିଲାଣ୍ଡ ପକ୍ଷରୁ ଲକି ଫର୍ଗୁସନ ୮ ଓଭରରେ ୬୩ ରନ ବ୍ୟୟ କରି ସର୍ବାଧିକ ୨ଟି ୱିକେଟ୍‌ ହାସଲ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟ୍ରେଣ୍ଟ ବୋଲ୍ଟ, ମ୍ୟାଟ୍‌ ହେନ୍‌ରୀ ଓ ମିଚେଲ୍‌ ସାଣ୍ଟନର ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ । ହେଲେ ସମସ୍ତେ ଆଜି କିଙ୍ଗ୍‌ କୋହଲିଙ୍କୁ ଅଟକାଇବାରେ ଅସମର୍ଥ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 22, 2023, 10:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.