ETV Bharat / sports

world Cup 2023: ବାଜି ପଲଟାଇ ପାରନ୍ତି ଶ୍ରୀଲଙ୍କାର ଏହି 5 ଖେଳାଳି, ଜାଣନ୍ତୁ କିଏ

author img

By ETV Bharat Odisha Team

Published : Oct 1, 2023, 2:08 PM IST

ବିଶ୍ବକପ୍‌ ପାଇଁ ପ୍ରସ୍ତୁତ ରହିଛି ଶ୍ରୀଲଙ୍କା ଦଳ । ତେବେ ଦଳରେ କିଛି ଖେଳାଳି ରହିଛନ୍ତି ଯିଏକି ବାଜି ପଲଟାଇ ପାରନ୍ତି । ଜାଣନ୍ତୁ କିଏ ସେହି ପ୍ଲେୟାର । ଅଧିକ ପଢନ୍ତୁ

world Cup 2023
Sri Lankan top players who can dominate

ହାଇଦ୍ରାବାଦ: ଆଇସିସି କ୍ରିକେଟ ବିଶ୍ବକପ ପାଇଁ ହାତରେ ଆଉ ମାତ୍ର 3 ଦିନ । ଅକ୍ଟୋବର 5ତାରିଖରୁ ଆରମ୍ଭ ହେବ କ୍ରିକେଟ ବିଶ୍ବକପ । ଶ୍ରୀଲଙ୍କା ଦଳ ଅକ୍ଟୋବର 7 ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ । ଏନେଇ ଦଳ ପ୍ରସ୍ତୁତ ରହିଛି । ଦଳ ଚଳିତ ଏସିଆ କପ୍‌ ଟ୍ରଫି ଫାଇନାଲରେ ବିଫଳ ହୋଇଥିଲେ ସୁଦ୍ଧା ଦଳ ପାଖରେ ଯଥେଷ୍ଠ କ୍ଷମତା ରହିଛି । ଦଳରେ ଏମିତି 5 ଜଣ ପ୍ଲେୟାର ଅଛନ୍ତି ଯିଏ କି ବାଜି ପଲଟାଇ ଦେବାର କ୍ଷମତା ରଖିଛନ୍ତି । ଯାହାଙ୍କ ପ୍ରଦର୍ଶନ ବିପକ୍ଷ ଦଳ ପାଇଁ ଘାତକ ସାଜିପାରେ । ଜାଣନ୍ତୁ ଶ୍ରୀଲଙ୍କା ଦଳର ସେହି 5 ଷ୍ଟାର୍‌ ପ୍ଲେୟାରଙ୍କ ବିଷୟରେ ।

ମହେଶ ତୀକ୍ଷିଣା: ଶ୍ରୀଲଙ୍କା ଅଫ୍‌ ସ୍ପିନର ମହେଶ ତୀକ୍ଷିଣା । ୱାଲ୍ଡ କ୍ଲାସ୍‌ ବ୍ୟାଟରଙ୍କୁ ଚକମା ଦେବାରେ ତୀକ୍ଷିଣାଙ୍କ ଦକ୍ଷତା ରହିଛି । ଭାରତ ପିଚରେ ତୀକ୍ଷିଣାଙ୍କ ବୋଲିଂ କରିବାର କ୍ଷମତା ରହିଛି । ଭାରତର ପୂର୍ବତନ ଅଧିନାୟକ ଏମଏସଡିଙ୍କ ନେତୃତ୍ବାଧୀନ ଚେନ୍ନାଇ ସୁପରକିଙ୍ଗସ ପାଇଁ ଆଇପିଏଲ ଖେଳିଛନ୍ତି ତୀକ୍ଷିଣା । ମହେଶ 27ଟି ଦିନିକିଆ ମ୍ୟାଚ ଖେଳି 4.50 ରନ ବ୍ୟୟରେ 44ଟି ୱିକେଟ ଅକ୍ତିଆର କରିଛନ୍ତି ।

ମଥିଶା ପଥିରଣା: ଶ୍ରୀଲଙ୍କା ଦଳର ଜଣେ ଯୁବ ପେସ୍‌ ବୋଲର ମଥିଶା ପଥିରଣା ଜଣେ ପ୍ରଭାବଶାଳୀ ଖେଳାଳି ସାବ୍ୟସ୍ତ ହୋଇଛନ୍ତି । ମଥିଶା ଶ୍ରୀଲଙ୍କା ବୋଲର ମାଲିଙ୍ଗା ପରି ବୋଲିଂ କରିନ୍ତି । ଭାରତୀୟ ପିଚ୍‌ରେ ମଥିଶାଙ୍କ ବୋଲିଂ ଦକ୍ଷତା ରହିଛି । ମଥିଶା ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ପାଇଁ ଖେଳିଛନ୍ତି । ସେ ତାଙ୍କ ଘାତକ ବୋଲିଂରେ ୱାଲ୍ଡ କ୍ଲାସ ବ୍ୟାଟରଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଛନ୍ତି । ସେ 10ଟି ଦିନିକିଆ ମ୍ୟାଚ୍‌ ଖେଳି 6.6 ବ୍ୟୟରେ 15ଟି ୱିକେଟ ନେଇଛନ୍ତି ।

ଏହା ବି ପଢନ୍ତୁ...Cricket World Cup 2023: ବିପକ୍ଷ ଦଳ ପାଇଁ ଘାତକ ସାଜି ପାରନ୍ତି ଆଫଗାନ ଟିମର 5 ଖେଳାଳି

କୁଶାଲ ମେଣ୍ଡିସ : ଶ୍ରୀଲଙ୍କା ଦଳର ୱିକେଟ କିପର ତଥା ବ୍ୟାଟର କୁଶାଲ ମେଣ୍ଡିସ ଏସିଆ କପ୍‌ରେ ଦଳ ପାଇଁ ସର୍ବାଧିକ ରନ୍‌ କରିଛନ୍ତି । ଲମ୍ବା ଇନିଂସ ଖେଳିବା ନେଇ ମେଣ୍ଡିସ ବେଶ ଜଣାଶୁଣା । ତାଙ୍କ ଆଗରେ ବିପକ୍ଷ ବୋଲରଙ୍କ ବୋଲିଂ କାମ କରେ ନାହିଁ । ଦଳ ପାଇଁ ସେ ଉପଯୋଗୀ ବ୍ୟାଟିଂ କରିଛନ୍ତି । ସେ 112ଟି ଦିନିକିଆ ମ୍ୟାଚ୍‌ ଖେଳି 3,215 ରନ କରିଛନ୍ତି । ତାଙ୍କ ଆଭେରେଜ 32.15 ଓ ଷ୍ଟ୍ରାଇକ ରେଟ 84.44 ରହିଛି । ସେ ୱିକେଟ ପଛରେ ମଧ୍ୟ କମାଲ କରିଛନ୍ତି ।

ଧନଞ୍ଜୟ ଡି ସିଲଭା: ଶ୍ରୀଲଙ୍କା ଦଳର ଜଣେ ଅଲରାଉଣ୍ଡର ଧନଞ୍ଜୟ ଡି ସିଲଭା । ଚୌକା ଛକା ମାରିବାରେ ଧନଞ୍ଜୟ ମାହିର । ସେ 82 ଦିନିକିଆ ଖେଳି 1725 ରନ କରିଛନ୍ତି ସେଥିରେ 10ଟି ଅର୍ଦ୍ଧଶତକ ସାମିଲ ରହିଛି । ଷ୍ଟ୍ରାଇକ୍‌ ରେଟ୍‌ 57.24 ରହିଛି । ସେ 4.95 ରନ ବ୍ୟୟରେ 44ଟି ୱିକେଟ ଅକ୍ତିଆର କରିଛନ୍ତି ।

ଏହା ବି ପଢନ୍ତୁ...World Cup 2023: ବିଶ୍ବକପରେ ପ୍ରଭାବଶାଳୀ ସାବ୍ୟସ୍ତ ହୋଇପାରିନ୍ତି ନେଦରଲାଣ୍ଡ୍‌ର ଏହି 5 ଖେଳାଳି

ଦାସୁନ ଶଣାକା: ଶ୍ରୀଲଙ୍କା ଦଳର ଅଧିନାୟକ ଦାସୁନ ଶାଣାକା ଦଳର ଜଣେ ପ୍ରଭାବଶୀଳା ଖେଳାଳି ତାଲିକାରେ ରହିଛନ୍ତି । ସେ କେବଳର ଦଳର ନେତୃତ୍ବ ନେଇ ନାହାନ୍ତି ବ୍ୟାଟିଂରେ ମଧ୍ୟ ତାଙ୍କର ଜଲୱା ଦେଖାଇଛନ୍ତି । ଦାସୁନ ଜଣେ ଫିନସର ଭାବେ ଭୂମିକା ତୁଲାଇଛନ୍ତି । ଦାସୁନ 67 ମ୍ୟାଚ୍‌ ଖେଳି 1024ରନ କରିଛନ୍ତି । ସେଥିରେ ତାଙ୍କର 2ଟି ଶତକ ଓ 3ଟି ଅର୍ଦ୍ଧଶତକ ସାମିଲ ରହିଛି । ଦାସୁନଙ୍କ ଷ୍ଟ୍ରାଇକ୍‌ ରେଟ 92.04 ରହିଛି । ଦାସୁନ 27ଟି ୱିକେଟ ବି ହାସଲ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.