ETV Bharat / sports

World Cup 2023: ଆଜି ଇଂଲଣ୍ଡ-ଆଫଗାନିସ୍ତାନ ଭେଟ, ଦ୍ବିତୀୟ ବିଜୟ ଲକ୍ଷ୍ୟରେ ବଟଲର ବାହିନୀ

author img

By ETV Bharat Odisha Team

Published : Oct 15, 2023, 11:01 AM IST

ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପରେ 13ତମ ସଂସ୍କରଣର 13ତମ ମ୍ୟାଚରେ ଆଜି ଇଂଲଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯିବ । ଅଧିକ ପଢ଼ନ୍ତୁ

World Cup 2023
Cricket World Cup 2023

ନୂଆଦିଲ୍ଲୀ: କ୍ରିକେଟ୍‌ ମହାକୁମ୍ଭ ଆଇସିସି କ୍ରିକେଟ ବିଶ୍ବକପ୍‌ 2023ରେ ଆଜି (ରବିବାର) 13ତମ୍‌ ଲିଗ୍‌ ମ୍ୟାଚ୍‌ ଖେଳାଯିବ । ଏଥିରେ ଡିଫେଣ୍ଡିଂ ଚମ୍ପିଆନ୍‌ ଇଂଲଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ମୁକାବିଲା ହେବ । କୋଟାଲାର ଅରୁଣ ଜେଟଲୀ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଅପରାହ୍ନ 2ଟା 30ରୁ ଆରମ୍ଭ ହେବ । 2ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ ହାସଲ କରିଥିବା ଡିଫେଣ୍ଡିଂ ଚମ୍ପିଆନ ଇଂଲଣ୍ଡ ଦ୍ବିତୀୟ ବିଜୟ ଲକ୍ଷ୍ୟରେ ରହିଛି । ସେହିପରି ଖାତା ଖୋଲିବା ଲକ୍ଷ୍ୟରେ ରହିଛି ଆଫଗାନିସ୍ତାନ ।

ଭାରତ ବନାମ ଆଫଗାନିସ୍ତାନ: ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡଠୁ ପରାସ୍ତ ହୋଇଥିଲା ଇଂଲଣ୍ଡ । ଦ୍ବିତୀୟ ମ୍ୟାଚରେ ବାଂଲାଦେଶକୁ ହରାଇ ବିଜୟଖାତା ଖୋଲିଥିଲା ଡିଫେଣ୍ଡିଂ ଚମ୍ପିଆନ । ଆଜି ଆଫଗାନିସ୍ତାନକୁ ହରାଇ ଦ୍ବିତୀୟ ବିଜୟ ଲକ୍ଷ୍ୟରେ ରହିଛି ବଟଲର ବାହିନୀ । ଆଫଗାନିସ୍ତାନ ବିପକ୍ଷରେ ଇଂଲଣ୍ଡର ପଲ୍ଲା ଭାରି ରହିଛି । ବିଶ୍ବକପରେ ଦୁଇ ଦଳ ପରସ୍ପରକୁ 2 ଥର ଭେଟିଛନ୍ତି ଇଂଲଣ୍ଡ 2ଟି ଯାକ ମ୍ୟାଚ୍‌ ଜିତିଛି । 2015ରେ ଇଂଲଣ୍ଡ 9 ୱିକେଟରେ ବାଜି ମାରିଥିଲା । ସେହିପରେ 2019ରେ 150ରେ ବଡ଼ ବିଜୟ ହାସଲ କରିଥିଲା । ଆଜି ମଧ୍ୟ ଆଫଗାନିସ୍ତାନ ବିପକ୍ଷରେ ବିଜୟଧାରା ବଜାୟ ଲକ୍ଷ୍ୟରେ ରହିଛି ଦଳ । ଇଂଲଣ୍ଡର ବ୍ୟାଟିଂ ବିଭାଗ ବେଶ ଶକ୍ତିଶାଳୀ । ଏକାଧିକ ଦୁର୍ଦ୍ଧଶ ବ୍ୟାଟର ରହିଛନ୍ତି ।

ସେପଟେ ଆଫଗାନିସ୍ତାନ ତାର 2ଟି ଯାକ ମ୍ୟାଚରେ ପରାସ୍ତ ହୋଇଛି । ପ୍ରଥମ ମ୍ୟାଚରେ ବାଂଲାଦେଶ ଓ ଦ୍ବିତୀୟ ମ୍ୟାଚରେ ଭାରତଠୁ ପରାସ୍ତ ହୋଇଥିଲା । ଆଜି ପ୍ରତ୍ୟାବର୍ତ୍ତନ କରି ଡିଫେଣ୍ଡିଂ ଚମ୍ପିଆନ ବିପକ୍ଷରେ ସମସ୍ତ ଶକ୍ତି ଖଟାଇବାକୁ ପ୍ରୟାସ କରିବ ଦଳ । 2019ରେ ଆଫଗାନିସ୍ତାନ ଗୋଟିଏ ବି ମ୍ୟାଚ୍‌ ଜିତିନଥିଲା । ଚଳିତ ସଂସ୍କରଣରେ ଦଳ ଏହି ଧାରାକୁ ଭାଙ୍ଗି ବିଜୟଖାତା ଖୋଲିବାକୁ ପ୍ରାୟସ କରିବ । ଏହି ଗ୍ରାଉଣ୍ଡରେ ଦଳ ଭାରତଠୁ ପରାସ୍ତ ହୋଇଥିଲା । ଆଜି ପୂର୍ବ ତ୍ରୁଟିକୁ ସୁଧାରି ଦଳକୁ ମୈଦାନକୁ ଓହ୍ଲାଇବାକୁ ପଡ଼ିବ । ଦଳରେ ଦୁଇ ସ୍ପିନର ରାସିଦ ଖାନ ଓ ମୁଜିବ ଉର ରେହମାନଙ୍କ ପାଖରେ ବିପର୍ଯ୍ୟୟ ଘଟାଇବାର ଦକ୍ଷତା ରହିଛି । ଟସ୍‌ ବିଜୟୀ ଦଳ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେବ ।

ଏହା ବି ପଢନ୍ତୁ...World Cup 2023: ପାକିସ୍ତାନକୁ ମାତ ଦେଇ ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲ ଶୀର୍ଷରେ ଭାରତ

ଏହା ବି ପଢନ୍ତୁ...Cricket World Cup 2023: ଶ୍ରୀଲଙ୍କା ଟିମ୍‌କୁ ଝଟକା, ବିଶ୍ବକପରୁ ବାଦ ପଡ଼ିଲେ ଅଧିନାୟକ ଦସୁନ ସାନକା

ଇଂଲଣ୍ଡ ସମ୍ଭାବ୍ୟ ଦଳ: ଜନି ବେୟାରଷ୍ଟୋ, ଡେଭିଡ ମଲାନ, ଜୋ ରୁଟ୍‌, ହ୍ୟାରୀ ବ୍ରୁକ୍‌, ଜୋସ ବଟଲର (ଅଧିନାୟକ), ଲିଆମ ଲିଭିଙ୍ଗଷ୍ଟୋନ, ସାମ କୁରାନ, କ୍ରିସ ୱକ୍ସ, ମାର୍କ ଉଡ. ଆଦିଲ ରସିଦ, ରିସ ଟପାଲି ।

ଆଫଗାନିସ୍ତାନ ସମ୍ଭାବ୍ୟ ଦଳ: ରହମୁନୁଲ୍ଲା ଗୁରବାଜ, ଇବ୍ରାହିମ ଜାଡ୍ରାନ, ରହମତ ଶାହ, ହସମତୁଲ୍ଲା ସାହିଦି, ମହମ୍ମଦ ନବି, ନଜିବୁଲ୍ଲା ଜାଡ୍ରାନ, ଅଜମତୁଲ୍ଲା ଓମାରଜାଇ, ରାସିଦ ଖାନ, ନବୀନ-ଉଳ ହକ, ମୁଜିବ ଉର ରେହମାନ, ଫଜଲହକ ଫାରୁକି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.