ETV Bharat / sports

Cricket World Cup 2023: ଷ୍ଟୋକ୍ସଙ୍କ ଦମଦାର ଶତକ, ବିପର୍ଯ୍ୟୟ ଘଟାଇବାକୁ ନେଦରଲ୍ୟାଣ୍ଡ ଆଗରେ ୩୪୦ ଟାର୍ଗେଟ୍‌

author img

By ETV Bharat Odisha Team

Published : Nov 8, 2023, 6:01 PM IST

Updated : Nov 8, 2023, 6:15 PM IST

ବେନ ଷ୍ଟୋକ୍ସଙ୍କ ବିସ୍ଫୋରକ ଶତକ । ବିପର୍ଯ୍ୟୟ ଘଟାଇବାକୁ ନେଦରଲ୍ୟାଣ୍ଡ ଆଗରେ ୩୪୦ ରନ ଟାର୍ଗେଟ ରଖିଲା ଇଂଲଣ୍ଡ । ଅଧିକ ପଢ଼ନ୍ତୁ

ନେଦରଲ୍ୟାଣ୍ଡ ଆଗରେ ୩୪୦ ଟାର୍ଗେଟ୍‌
ଷ୍ଟୋକ୍ସଙ୍କ ଦମଦାର ଶତକ

ପୁଣେ: ବିଶ୍ବକପ୍‌ ୨୦୨୩ରେ ଆଜି ୪୦ତମ ଲିଗ୍‌ ମ୍ୟାଚରେ ଡିଫେଣ୍ଡିଂ ଚମ୍ପିଆନ ଇଂଲଣ୍ଡ ଓ ନେଦରଲ୍ୟାଣ୍ଡ ପରସ୍ପରକୁ ଭେଟିଛନ୍ତି । ସେମିଫାଇନାଲ ପରେ ଆଗାମୀ ଚମ୍ପିଆନ୍ସ ଟ୍ରଫି ଯୋଗ୍ୟତା ଦୌଡ଼ରୁ ମଧ୍ୟ ବାଦ ପଡ଼ିଥିବା ଇଂଲଣ୍ଡ ସମ୍ମାନ ରକ୍ଷା ପାଇଁ ଏହି ମ୍ୟାଚ୍‌ ଖେଳୁଛି । ତେବେ ପ୍ରଥମେ ବ୍ୟାଟିଂ କରି ଦଳ ବେଶ୍‌ ଶକ୍ତିଶାଳୀ ପ୍ରଦର୍ଶନ ଦେଇଛନ୍ତି । ଡାୱିଡ୍‌ ମଲାନଙ୍କ ୮୭ ରନର ଦମଦାର ପାଳି ପରେ ବେନ୍‌ ଷ୍ଟୋକ୍ସ (୧୦୮) ଓ କ୍ରିସ୍‌ ୱକ୍ସ (୫୧)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍‌ ହରାଇ ୩୩୯ ରନର ବଡ଼ ସ୍କୋର କରିଛି ଇଂଲଣ୍ଡ । ବିପର୍ଯ୍ୟୟ ଘଟାଇବାକୁ ନେଦରଲ୍ୟାଣ୍ଡ ଆଗରେ ୩୪୦ ରନ୍‌ର ଟାର୍ଗେଟ ରହିଛି ।

ଇଂଲଣ୍ଡ ବ୍ୟାଟିଂ: ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡକୁ ଯଦିଓ ଓପନର ଡାୱିଡ୍‌ ମଲାନ ଭଲ ଆରମ୍ଭ ଦେଇଥିଲେ, ବେୟାର୍‌ଷ୍ଟୋ କିନ୍ତୁ ୧୫ ରନ କରି ଫେରିଯାଇଥିଲେ । ଜୋ ରୁଟ୍‌ ୨୮ ରନ କରି ବୋଲ୍ଡ ହେବାପରେ ମଲାନ ମଧ୍ୟ ରନ୍‌ ଆଉଟ୍‌ ହୋଇଯାଇଥିଲେ । ସେ ନିଜ ଶତକରୁ କେବଳ ୧୩ ରନ ପଛରେ ରହିଯାଇଥିଲେ । ୭୪ ବଲରୁ ୮୭ ରନ କରି ଆଉଟ୍‌ ହୋଇଥିଲେ ମଲାନ । ଅନ୍ୟମାନଙ୍କ ମଧ୍ୟରେ ବେନ୍‌ ଷ୍ଟୋକ୍ସ ଓ କ୍ରିସ୍‌ ୱକ୍ସଙ୍କ ମଧ୍ୟରେ ଏକ ଦୃଢ଼ ଭାଗିଦାରୀ ଗଢ଼ି ଉଠିଥିଲା । ୱକ୍ସ ୪୫ ବଲରୁ ୫୧ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ୍‌ ହୋଇଥିଲେ । ଅନ୍ୟପଟେ ଷ୍ଟୋକ୍ସ ୮୪ ବଲରୁ ୬ଟି ଲେଖାଏଁ ଛକା ଓ ଚୌକା ବଳରେ ୧୦୮ ରନର ବିସ୍ଫୋରକ ପାଳି ଖେଳି ଦଳୀୟ ସ୍କୋରକୁ ୩୩୯ ରନରେ ପହଞ୍ଚାଇଥିଲେ ।

  • " class="align-text-top noRightClick twitterSection" data="">

ଏହା ମଧ୍ୟ ପଢ଼ନ୍ତୁ...World Cup 2023: ଆଜି ଇଂଲଣ୍ଡ-ନେଦରଲାଣ୍ଡସ ମୁକାବିଲା, ବିପର୍ଯ୍ୟୟ ଘଟାଇବା ଲକ୍ଷ୍ୟରେ ସ୍କଟ ସେନା

ନେଦରଲ୍ୟାଣ୍ଡ ବୋଲିଂ: ନେଦରଲ୍ୟାଣ୍ଡ ପକ୍ଷରୁ ବୋଲିଂ ପ୍ରଦର୍ଶନ ସେତେ ଆଖିଦୃଶିଆ ନଥିଲା । ଦଳ ପାଇଁ ବସ୍‌ ଡିଲେଡ୍‌ ସର୍ବାଧିକ ୩ ୱିକେଟ୍‌ ସଫଳତା ହାସଲ କରିଥିଲେ ମଧ୍ୟ ୭୪ ବହୁମୂଲ୍ୟ ରନ ବ୍ୟୟ କରିଥିଲେ । ଆର୍ଯ୍ୟାନ ଦତ୍ତ ଓ ଲୋଗାନ ଭାନ୍‌ ବିକ୍‌ ୨ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିବାବେଳେ ପୌଲ ଭାନ୍‌ ମୀକେରେନ୍‌ଙ୍କୁ ଗୋଟିଏ ସଫଳତା ମିଳିଥିଲା । ଲୋଗାନ ଭାନ୍‌ ବିକ୍‌ ୧୪ ଅତିରିକ୍ତ ରନ୍‌ ସହ ୮.୮୦ ହାରରେ ଦଳ ପକ୍ଷରୁ ସର୍ବାଧିକ ୮୮ ରନ ବ୍ୟୟ କରି ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 8, 2023, 6:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.