ETV Bharat / sports

Cricket World Cup 2023: ବାଂଲାଦେଶ ବିପକ୍ଷରେ ଭାରତୀୟ ଚୂଡ଼ାନ୍ତ ଏକାଦଶରେ ହେବ କି ପରିବର୍ତ୍ତନ ? ଏମିତି କହିଲେ ବୋଲିଂ କୋଚ୍‌

ବିଶ୍ବକପ୍‌ ୨୦୨୩ରେ ଗୁରୁବାର ବାଂଲାଦେଶକୁ ଭେଟିବ ଭାରତ । ତେବେ କ୍ରମାଗତ ୩ ମ୍ୟାଚ୍‌ରେ ବିଜୟ ପରେ ଚତୁର୍ଥ ମ୍ୟାଚ୍‌ ଜିତିବା ଲକ୍ଷ୍ୟରେ ରହିଥିବା ଭାରତୀୟ ଦଳ ଏହାର ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିବ କି ? ଜାଣନ୍ତୁ କଣ କହିଲେ ଟିମ୍‌ ଇଣ୍ଡିଆ ବୋଲିଂ କୋଚ୍‌ ପରାସ ମହାମ୍ବ୍ରେ । ଅଧିକ ପଢ଼ନ୍ତୁ

ବାଂଲାଦେଶ ବିପକ୍ଷରେ ଚୂଡ଼ାନ୍ତ ଏକାଦଶରେ ହେବ ପରିବର୍ତ୍ତନ !

author img

By ETV Bharat Odisha Team

Published : Oct 18, 2023, 10:47 PM IST

ପୁଣେ: ବିଶ୍ବକପ୍‌ ୨୦୨୩ରେ ଭାରତୀୟ କ୍ରିକେଟ ଦଳ ଏପର୍ଯ୍ୟନ୍ତ ବିଜୟଧାରା ଜାରି ରହିଛି । ଏହି ଟୁର୍ଣ୍ଣାମେଣ୍ଟରେ ଏବେ ପର୍ଯ୍ୟନ୍ତ ୩ଟି ମ୍ୟାଚ୍‌ ଖେଳି ଅପରାଜିତ ରହିଛି ଟିମ୍‌ ଇଣ୍ଡିଆ । ପ୍ରଥମ ମ୍ୟାଚ୍‌ରେ ୫ ଥର ବିଶ୍ବ ଚମ୍ପିଆନ୍‌ ଅଷ୍ଟ୍ରେଲିଆକୁ ହରାଇବା ପରେ ଆଫଗାନିସ୍ତାନ ଓ ପାକିସ୍ତାନ ବିପକ୍ଷରେ କ୍ରମାଗତ ବିଜୟ ସହ ଦଳ ହ୍ୟାଟ୍ରିକ୍‌ ବିଜୟ ହାସଲ କରିଛି । ଏହାପରେ ଅକ୍ଟୋବର ୧୯ (ଗୁରୁବାର) ପରବର୍ତ୍ତୀ ମ୍ୟାଚ୍‌ରେ ବାଂଲାଦେଶକୁ ଭେଟିବ ରୋହିତ ବାହିନୀ । ମହାରାଷ୍ଟ୍ର ପୁଣେରେ ହେବାକୁ ଯାଉଛି ଏହି ହାଇପ୍ରୋଫାଇଲ ମ୍ୟାଚ୍‌ । ତେବେ ଆଫଗାନିସ୍ତାନ ଏବଂ ନେଦରଲ୍ୟାଣ୍ଡ ଭଳି ଦଳ ବିଶ୍ବକପ୍‌ରେ ବିପର୍ଯ୍ୟୟ ସୃଷ୍ଟି କରିବା ପରେ ଟିମ୍‌ ଇଣ୍ଡିଆକୁ ମଧ୍ୟ ବିପର୍ଯ୍ୟୟ ଆଶଙ୍କା ଘାରିଛି । ତେବେ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ କିଛି ପରିବର୍ତ୍ତନ ହେବ କି ନାହିଁ, ଏନେଇ ଟିମ୍‌ ଇଣ୍ଡିଆର ବୋଲିଂ କୋଚ୍‌ ପରାସ୍ ମହାମ୍ବ୍ରେ ବଡ଼ ସୂଚନା ଦେଇଛନ୍ତି ।

ସାଧାରଣତଃ ଦେଖାଯାଏ, ଦଳ ଗୁଡିକ ବଡ଼ ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ମ୍ୟାଚ୍‌ରେ ନିଜ ନିଜର ଚୂଡ଼ାନ୍ତ ଏକାଦଶରେ ନିଜ ବୋଲରମାନଙ୍କୁ ପରିବର୍ତ୍ତନ କରିଥାଆନ୍ତି । ବିଶେଷକରି ଦ୍ରୁତ ବୋଲରମାନେ ଲଗାତାର ୨ ବା ୩ଟି ମ୍ୟାଚ୍ ଖେଳିବା ପରେ ପରିବର୍ତ୍ତନ ହୋଇଥାଆନ୍ତି । କିନ୍ତୁ ବୋଲିଂ କୋଚ୍‌ ମହା‌ମ୍ବ୍ରେ କହିଛନ୍ତି, "ନିଜର ଗତିକୁ ଜାରି ରଖିବା ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇଥାଏ । ତେଣୁ ଆମେ କୌଣସି ପରିବର୍ତ୍ତନ କରିବାକୁ ଚାହୁଁନାହୁଁ । ହେଲେ ମହମ୍ମଦ ସାମି ଏବଂ ରବିଚନ୍ଦ୍ରନ ଅଶ୍ବିନଙ୍କ ଭଳି ବୋଲରଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାହାରେ ରଖିବା ଏକ କଠିନ ନିଷ୍ପତ୍ତି । ସେଥିପାଇଁ ଟିମ୍‌ ମ୍ୟାନେଜମେଣ୍ଟ ସେମାନଙ୍କୁ ସବୁକିଛି ସ୍ପଷ୍ଟ ଭାବରେ ଜଣାଇ ଦେଇଥାଆନ୍ତି । ଯେତେବେଳେ ବି ଆମେ ଏକ ଦଳ ବାଛୁ, ଏହା ସ୍ପଷ୍ଟ ଯେ ଆମେ ପିଚ୍‌କୁ ଦୃଷ୍ଟିରେ ରଖି ସର୍ବୋତ୍ତମ ଦଳ ବାଛୁ । ଅଶ୍ବିନଙ୍କୁ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚରେ ଖେଳାଯାଇଥିଲା । କାରଣ ସେହି ମ୍ୟାଚ୍ ଚେନ୍ନାଇର ସ୍ପିନିଂ ଟ୍ରାକ୍‌ରେ ଖେଳାଯାଇଥିଲା । ଏହାପରେ ଟିମ୍ ଇଣ୍ଡିଆ ଦିଲ୍ଲୀ ଏବଂ ଅହମ୍ମଦାବାଦରେ ମ୍ୟାଚ୍ ଖେଳିଥିଲା । ଯେଉଁଠାରେ ଅଶ୍ବିନଙ୍କ ସ୍ଥାନରେ ଦ୍ରୁତ ବୋଲର ତଥା ଅଲରାଉଣ୍ଡର ଶାର୍ଦ୍ଦୁଲ ଠାକୁରଙ୍କୁ ଦଳରେ ସ୍ଥାନ ଦିଆଯାଇଥିଲା ।"

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: 'ଚାପରେ ଅଛି ବାଂଲାଦେଶ, ମନମୋଟିଆ ନଖେଳି ଫାଇଦା ଉଠାଉ ଟିମ୍‌ ଇଣ୍ଡିଆ'

ତେବେ ବିଶ୍ବକପ୍‌ରେ ଭାରତର ମ୍ୟାଚ୍‌ ଗୁଡ଼ିକରେ ଦଳର ସ୍ପିଡ୍‌ଷ୍ଟାର ଯଶପ୍ରୀତ ବୁମ୍‌ରା ଓ ସ୍ପିନର କୁଲଦୀପ ଯାଦବ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରି ଦଳର ବିଜୟରେ ସହଯୋଗ କରିଥିଲେ । ଏହାକୁ ନେଇ ଦଳର ବୋଲିଂ ପ୍ରଶିକ୍ଷକ ପରାସ୍‌ ମହାମ୍ବ୍ରେ ବେଶ ଖୁସି ପ୍ରକାଶ କରିଛନ୍ତି । ବୁମ୍‌ରା ଏବଂ କୁଲଦୀପଙ୍କୁ ପ୍ରଶଂସା କରି ଦୁହେଁ ଦଳ ପାଇଁ ଟ୍ରମ୍ପକାର୍ଡ ପ୍ରମାଣିତ ହୋଇଛନ୍ତି ବୋଲି ମହାମ୍ବ୍ରେ କହିଛନ୍ତି । ପ୍ରକାଶଯୋଗ୍ୟ, ଗୁରୁବାର ବିଶ୍ବକପ୍‌ରେ ଚତୁର୍ଥ ମ୍ୟାଚ୍‌ ଖେଳିବ ଭାରତ । ବାଂଲାଦେଶ ବିପକ୍ଷରେ ମହାରାଷ୍ଟ୍ରର ପୁଣେରେ କ୍ରମାଗତ ଚତୁର୍ଥ ବିଜୟ ଲକ୍ଷ୍ୟରେ ଓହ୍ଲାଇବ ରୋହିତ ବାହିନୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.