ETV Bharat / sports

World Cup 2023 IND vs PAK: 14 ହଜାର ଅଧିକ ଟିକେଟ ବିକ୍ରି କରିବ BCCI, ଜାଣନ୍ତୁ କେବେ କିଣିବେ - ବିଶ୍ବକପ 2023 ଭାରତ ବନାମ ପାକିସ୍ତାନ ମ୍ୟାଚ

ଦିନିକିଆ ବିଶ୍ବକପରେ ପାକିସ୍ତାନ ବିପକ୍ଷରେ ଭାରତର ଦମଦାର ରେକର୍ଡ ରହିଛି । ଦୁଇ ଦଳ ପରସ୍ପରକୁ 7 ଥର ଭେଟିଛନ୍ତି । ଭାରତ 7 ଥର ଯାକ ବିଜୟ ହାସଲ କରିଛି । 2011ରେ ଦୁଇ ଦଳ ସେମିଫାଇନାଲ ଖେଳିଥିଲେ ଯେଉଁଥିରେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ବରେ ଟିମ ଇଣ୍ଡିଆ ବିଜୟ ହାସଲ କରିଥିଲା । ଅଧିକ ପଢନ୍ତୁ

World Cup 2023 IND vs PAK
Cricket World Cup 2023
author img

By ETV Bharat Odisha Team

Published : Oct 8, 2023, 7:30 AM IST

ନୂଆଦିଲ୍ଲୀ: ଅକ୍ଟୋବର 5 ତାରିଖରୁ କ୍ରିକେଟ ମହାକୁମ୍ଭ ବିଶ୍ବକପ 2023 ଆରମ୍ଭ ହୋଇଯାଇଛି । ଅକ୍ଟୋବର 14 ତାରିଖରେ ଭାରତ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ଏକ ମ୍ୟାଚ ଖେଳିବ । ଅହମ୍ମଦାବାଦରେ ଏହି ବହୁପ୍ରତୀକ୍ଷିତ ମ୍ୟାଚ୍‌ ଖେଳାଯିବ । ଏହି ହାଇଭୋଲ୍ଟେଜ ମୁକାବିଲା ନେଇ 140 କୋଟି ଭାରତୀୟଙ୍କ ମଧ୍ୟରେ ଅଧିକ ଉତ୍ସାହ ରହିଛି । ଏ ମ୍ୟାଚ ନେଇ ବିସିସିଆଇ ଅତିରିକ୍ତ 14 ହଜାର ଟିକେଟ ବିକ୍ରି କରିବାକୁ ଘୋଷଣା କରିଛି । ଆଜି ମଧ୍ୟାହ୍ନ 12ଟା ପରଠୁ ଅଫିସିଆଲ ୱେବସାଇଟରେ ଟିକେଟ ବିକ୍ରି ହେବ ବୋଲି ବିସିସିଆଇ ପକ୍ଷରୁ ସୂଚନା ମିଳିଛି ।

ଅକ୍ଟୋବର 16 ତାରିଖରେ ଅହମ୍ମଦାବାଦରେ ନରେନ୍ଦ୍ର ମୋଦି ଷ୍ଟାଡିୟରେ ଏହି ମ୍ୟାଚ୍‌ ଖେଳାଯିବ । ଷ୍ଟାଡିୟମରେ 1,32,000 ଦର୍ଶକ ବସିବାର କ୍ଷମତା ରହିଚି । ମ୍ୟାଚକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ମ୍ୟାଚ ଦିନ ଷ୍ଟାଡିୟମ ଫୁଲ୍‌ ରହିବାଟା ଏକ ପ୍ରକାର ନିଶ୍ଚିନ୍ତ । ତେଣୁ ଅତିରିକ୍ତ 14 ହଜାର ଟିକେଟ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ । ଆଜି ମଧ୍ୟାହ୍ନ 12ଟା ପରଠୁ ଅଫିସିଆଲ ୱେବସାଇଟରେ ଟିକେଟ ବିକ୍ରି ହେବ । ଫ୍ୟାନ୍ସ ଏହି tickets.cricketworldcup.com ସାଇଟକୁ ଯାଇ ଟିକେଟ କ୍ରୟ କରିପାରିବେ ।

ଏହା ବି ପଢନ୍ତୁ...Cricket World Cup 2023: ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବେ ନା ନାହିଁ ଶୁଭମନ ଗିଲ ? ଜାଣନ୍ତୁ କଣ କହିଲେ ରୋହିତ

ବାବର ଆଜାମଙ୍କ ନେତୃତ୍ବାଧୀନ ପାକିସ୍ତାନ 7 ବର୍ଷ ପରେ ଭାରତରେ ମ୍ୟାଚ୍‌ ଖେଳିଛି । ପ୍ରଥମ ମ୍ୟାଚରେ ନେଦରଲାଣ୍ଡସ ବିପକ୍ଷରେ ବିଜୟ ହାସଲ କରିଛି । ଦିନିକିଆ ବିଶ୍ବକପରେ ପାକିସ୍ତାନ ବିପକ୍ଷରେ ଭାରତର ଦମଦାର ରେକର୍ଡ ରହିଛି । ଦୁଇ ଦଳ ପରସ୍ପରକୁ 7 ଥର ଭେଟିଛନ୍ତି । ଭାରତ 7 ଥର ଯାକ ବିଜୟ ହାସଲ କରିଛି । 2011ରେ ଦୁଇ ଦଳ ସେମିଫାଇନାଲ ଖେଳିଥିଲେ ଯେଉଁଥିରେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ବରେ ଟିମ ଇଣ୍ଡିଆ ବିଜୟ ହାସଲ କରିଥିଲା । ଭାରତ ଆଜି(ରବିବାର) ଅଷ୍ଟ୍ରେଲିଆ ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ । ଚେନ୍ନାଇର ଚିଦାମ୍ବରମ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ ।

ଏହା ବି ପଢନ୍ତୁ...Cricket World Cup 2023: ଘରୋଇ ପିଚ୍‌ର ଫାଇଦା କାମ ଦେବନି, ଆମକୁ ଭଲ କ୍ରିକେଟ ଖେଳିବାକୁ ପଡ଼ିବ କହିଲେ ରୋହିତ

ପ୍ରକାଶ ଥାଉ କି, ଅକ୍ଟୋବର 5 ତାରଖରୁ ବିଶ୍ବକପ 2023 ଆରମ୍ଭ ହୋଇଯାଇଛି । ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯାଇଥିଲା । ଏଥିରେ ନ୍ୟୁଜିଲାଣ୍ଡ ବିଜୟ ହାସଲ କରିଥିଲା । ଏହାପରେ ଦ୍ବିତୀୟ ମ୍ୟାଚ୍‌ ପାକିସ୍ତାନ ଓ ନେଦରଲାଣ୍ଡସ ମଧ୍ୟରେ ହୋଇଥିଲା ଏଥିରେ ପାକିସ୍ତାନ ବିଜୟୀ ହୋଇଛି । ପରବର୍ତ୍ତୀ ଦୁଇ ମୁକାବିଲା ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ଅନ୍ୟଟି ବାଂଲାଦେଶ ଓ ଆଫଗାନିସ୍ତାନ ମଧ୍ୟରେ ହୋଇଥିଲା । ସେଥିରେ ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ବିଜୟରୁ ଆଭିଯାନ ଆରମ୍ଭ କରିଛନ୍ତି । ଆଜି (ରବିବାର) ଭାରତ ଓ 5ଥର ବିଶ୍ବ ଚମ୍ପିଆନ ଆଷ୍ଟ୍ରେଲିଆ ମଧ୍ୟରେ ଚିପକ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.