ETV Bharat / sports

Cricket World Cup 2023: ୧୪୬ବର୍ଷ କ୍ରିକେଟ ଇତିହାସରେ ପ୍ରଥମ, Timed Out ହେଲେ ମାଥ୍ୟୁସ

author img

By ETV Bharat Odisha Team

Published : Nov 6, 2023, 5:39 PM IST

ଅରୁଣ ଜେଟ୍‌ଲୀ ଷ୍ଟାଡିୟମ୍‌ରେ ନୂଆ ଘଟଣା । ୧୪୬ ବର୍ଷ କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ କୌଣସି ଖେଳାଳି ହେଲେ ଟାଇମ୍‌ ଆଉଟ୍‌ । ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ବିଶ୍ବକପ୍‌ ୨୦୨୩ ମ୍ୟାଚ୍‌ରେ ଟାଇମ୍‌ ଆଉଟ୍‌ ହୋଇଛନ୍ତି ଶ୍ରୀଲଙ୍କାର ଭେଟେରାନ୍‌ ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସ । ଅଧିକ ପଢ଼ନ୍ତୁ

କ୍ରିକେଟ ଇତିହାସରେ ପ୍ରଥମ, ଟାଇମ୍‌ ଆଉଟ୍‌ ହେଲେ ଆଞ୍ଜେଲୋ ମାଥ୍ୟୁସ

ନୂଆଦିଲ୍ଲୀ: ଜାରି ରହିଥିବା ଆଇସିସି କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩ରେ ଏକ ନୂଆ ଘଟଣା ଦେଖିବାକୁ ମିଳିଛି । ୧୪୬ ବର୍ଷ କ୍ରିକେଟ ଇତିହାସରେ ପ୍ରତମ ଥର ପାଇଁ ଘଟିଛି ଏଭଳି ଘଟଣା । ଦିଲ୍ଲୀର ଅରୁଣ ଜେଟ୍‌ଲୀ (କୋଟ୍‌ଲା) ଷ୍ଟାଡିୟମରେ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ ସମୟରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । କ୍ରିକେଟ୍‌ ଇତିହାସରେ ପ୍ରଥମ ଥର ପାଇଁ କୌଣସି କ୍ରିକେଟର ଟାଇମ୍‌ ଆଉଟ୍‌ ହୋଇ ପାଭିଲିୟନ ଫେରିଛନ୍ତି । ପ୍ରଥମେ ବ୍ୟାଟିଂ କରୁଥିବା ଶ୍ରୀଲଙ୍କାର ଗୋଟିଏ ୱିକେଟ୍‌ ଯିବା ପରେ ବିଳମ୍ବରେ ବ୍ୟାଟିଂ କରିବାକୁ ମୈଦାନକୁ ଆସିବାରୁ ଦଳର ଭେଟେରାନ ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସଙ୍କୁ ଟାଇମ୍‌ ଆଉଟ୍‌ ଘୋଷଣା କରିଛନ୍ତି ଅମ୍ପାୟାର ।

ଦିଲ୍ଲୀର ଅରୁଣ ଜେଟ୍‌ଲୀ (କୋଟ୍‌ଲା) ଷ୍ଟାଡିୟମରେ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍‌ ସମୟରେ ଶ୍ରୀଲଙ୍କାର ଭେଟେରାନ ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସଙ୍କୁ ଟାଇମ୍‌ ଆଉଟ୍‌ ଘୋଷଣା କରାଯାଇଥିଲା । ଆଜି ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟରେ ଏହିପରି ଟାଇମ୍‌ ଆଉଟ୍‌ ଜରିଆରେ କୌଣସି ବ୍ୟାଟରଙ୍କୁ ପାଭିଲିୟନକୁ ଫେରିବାକୁ ପଡିନଥିଲା । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରୁଥିବା ଶ୍ରୀଲଙ୍କା ଇନିଂସ ସମୟରେ ସମରବିକ୍ରମା ଆଉଟ୍‌ ହେବାପରେ ମାଥ୍ୟୁସ୍‌ ବ୍ୟାଟିଂ କରିବାକୁ ଆସିଥିଲେ । କିନ୍ତୁ ସେ ଏକ ଭୁଲ୍‌ ହେଲ୍‌ମେଟ୍‌ ନେଇ ପଡ଼ିଆକୁ ଚାଲି ଆସିଥିଲେ । ଏହାପରେ ସେ ସଠିକ୍‌ ହେଲମେଟ୍‌ ପାଇଁ ଇସାରା କରିଥିଲେ । ଶ୍ରୀଲଙ୍କାର ଜଣେ ଅତିରିକ୍ତ ଖେଳାଳି ସଠିକ ହେଲ୍‌ମେଟ୍‌ ନେଇ ମାଥ୍ୟୁସଙ୍କୁ ଦେବାପରେ ସେ ବ୍ୟାଟିଂ କରିବାକୁ ଆସିଥିଲେ । ଏହି ସମୟରେ ବାଂଲାଦେଶ ଖେଳାଳି ମାନେ ଟାଇମ୍‌ ଆଉଟ୍‌ ନେଇ ଅପିଲ୍‌ କରିଥିଲେ । ଯାହାକୁ ନେଇ ମାଥ୍ୟୁସ୍‌ଙ୍କୁ ଅମ୍ପାୟାର ଆଉଟ୍‌ ଘୋଷଣା କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...World Cup 2023: ଆଜି ଶ୍ରୀଲଙ୍କା-ବାଂଲାଦେଶ ମୁକାବିଲା, କାହାକୁ ମିଳିବ ଚମ୍ପିଆନ୍ସ ଟ୍ରଫି ଟିକେଟ୍‌ ?

କ୍ରିକେଟ୍‌ ନିୟମ ଅନୁସାରେ ବ୍ୟାଟିଂ କରୁଥିବା ଦଳର କୌଣସି ୱିକେଟ୍‌ ଖସିବା ପରେ ପରବର୍ତ୍ତୀ ବ୍ୟାଟର ନିର୍ଦ୍ଧାରିତ ୩ ମିନିଟ୍‌ ମଧ୍ୟରେ ପରବର୍ତ୍ତୀ ବଲ ସାମ୍ନା କରିବେ । ହେଲେ ମାଥ୍ୟୁସ ଭୁଲ ହେଲ୍‌ମେଟ୍‌କୁ ବଦଳାଇ ଆସିବା ବେଳକୁ ୩ ମିନିଟ୍‌ରୁ ଅଧିକ ସମୟ ବିତି ସାରିଥିଲା । ଯାହାକୁ ବାଂଲାଦେଶ ଖେଳାଳିମାନେ ଆଉଟ୍‌ ଦେବାପାଇଁ ଅପିଲ୍‌ କରିଥିଲେ । ଫଳରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ମାଥ୍ୟୁସ୍‌ ଟଇମ୍‌ ଆଉଟ୍‌ ହୋଇଥିବା ପ୍ରଥମ କ୍ରିକେଟର୍‌ ହୋଇଥିଲେ । ପ୍ରକାଶ ଥାଉ, ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଥିବା ବାଂଲାଦେଶ ଓ ଶ୍ରୀଲଙ୍କା ମ୍ୟାଚ୍‌ରେ ଟସ୍‌ ଜିତି ବାଂଲାଦେଶ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ପ୍ରଥମେ ବ୍ୟାଟିଂ କରୁଛି ଶ୍ରୀଲଙ୍କା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.