ETV Bharat / sports

World Cup 2023: ଟସ୍ ଜିତି ଆଫଗାନିସ୍ତାନର ବ୍ୟାଟିଂ ନିଷ୍ପତ୍ତି, ଆଜିର ଟିମ୍‌ରେ ଅଶ୍ବିନୀଙ୍କ ସ୍ଥାନରେ ସାର୍ଦୁଲ - ଭାରତ ବନାମ ଆଫଗାନିସ୍ତାନ ବିଶ୍ବକପ ମ୍ୟାଚ

ଦିନିକିଆ କ୍ରିକେଟ ବିଶ୍ବକପରେ ଭାରତ ଆଜି ତାର ଦ୍ବିତୀୟ ମ୍ୟାଚ ଖେଳୁଛି । ଆଫଗାନିସ୍ତାନ ବିପକ୍ଷରେ ଖେଳୁଛି ଭାରତ । ଟସ୍ ଜିତି ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ

India vs Afghanistan world cup toss
World Cup 2023
author img

By ETV Bharat Odisha Team

Published : Oct 11, 2023, 2:01 PM IST

ନୂଆଦିଲ୍ଲୀ: କ୍ରିକେଟ ମହାକୁମ୍ଭ ବିଶ୍ବକପ 2023ରେ ଆଜି ନବମ ଲିଗ୍‌ ମ୍ୟାଚ ଖେଳଯାଉଛି । ଏଥିରେ ଭାରତ ଓ ଆଫଗାନିସ୍ତାନ ପରସ୍ପରକୁ ଭେଟିଛନ୍ତି । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଆଫଗାନିସ୍ତାନ । ପ୍ରଥମେ ବୋଲିଂ କରିବ ଭାରତ । ଭାରତୀୟ ଦଳ ତାର ବ୍ୟାଟିଂ ଅଡରରେ କୌଣସି ପରବର୍ତ୍ତନ କରି ନାହିଁ । ବୋଲିଂରେ ପରବର୍ତ୍ତନ କରିଛି । ଯାହା ଅନୁମାନ କରାଯାଉଥିଲା ତାହ ହେଲା । 3 ସ୍ପିନରଙ୍କୁ ନେଇ ଆଜି ମୈଦାନକୁ ଓହ୍ଲାଇ ନାହିଁ ଭାରତ । ଅଭିଜ୍ଞ ଅଶ୍ବିନୀଙ୍କ ସ୍ଥାନରେ ସାର୍ଦୁଳ ଠାକୁରଙ୍କୁ ଏକାଦଶରେ ସ୍ଥାନ ମିଳିିଛି ।

ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଭାରତ ଆଜି ବିଜୟଧାରା ବଜାୟ ଲକ୍ଷ୍ୟରେ ରହିଛି । ସେପଟେ ଆଫଗାନିସ୍ତାନ ବିଜୟଖାତା ଖୋଲିବାକୁ ପ୍ରୟାସ କରିବ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯାଉଛି । ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ 6 ୱିକେଟରେ ପରାସ୍ତ କରିଥିଲା ଭାରତ । ବିରାଟ କୋହଲି ଓ କେଏଲ ରାହୁଲଙ୍କ ଚମତ୍କାର ଭାଗୀଦାରୀ ଦେଖିବାକୁ ମିଳିଥିଲା ।

ଏହା ବି ପଢନ୍ତୁ...World Cup 2023: ରୋହିତଙ୍କ ପାଖରେ ସୁବର୍ଣ୍ଣ ସୁଯୋଗ, ଭାଙ୍ଗି ପାରନ୍ତି ଏହି କମ୍ବଦନ୍ତୀଙ୍କ ରେକର୍ଡ

କୋହଲିଙ୍କ କମାଲକୁ ଅପେକ୍ଷା: ଅଷ୍ଟ୍ରେଲିଆ ବିପକ୍ଷରେ କିଙ୍ଗ୍‌ କୋହଲି ଦମଦାର ପ୍ରଦର୍ଶନ କରିଥିଲେ । 2 ରନ୍‌ରେ ଦଳ 3 ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିବା ବେଳେ କୋହଲି ଓ କେଏଲ ରାହୁଲ ସ୍ଥିତି ସମ୍ଭାଳି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । କୋହଲି 85 ଓ କେଏଲ ରାହୁଲଙ୍କ ଅପରାଜିତ 97ରେ ଦଳ ବିଜୟ ହାସଲ କରିଥିଲା । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ କୋହଲିଙ୍କ ହୋମ୍‌ ଗ୍ରାଉଣ୍ଡ୍‌ । ଆଜି ଘରୋଇ ଗ୍ରାଉଣ୍ଡ୍‌ରେ କୋହଲିଙ୍କ କମାଲ ଅପେକ୍ଷାରେ ରହିଛନ୍ତି ତାଙ୍କ ସମର୍ଥକ । ୨୦୦୯ରୁ ୨୦୧୯ ମଧ୍ୟରେ ଅରୁଣ ଜେଟଲୀ ଷ୍ଟାଡିୟମରେ ବିରାଟ ଦିନିକିଆ ଫର୍ମାଟରେ ୭ଟି ମ୍ୟାଚରେ ୬ଟି ଇନିଂସ୍‌ ଖେଳି ୨୨୨ ରନ୍ ସଂଗ୍ରହ କରିଛନ୍ତି । ବିରାଟ କୋହଲି ମଧ୍ୟ ଏହି ଗ୍ରାଉଣ୍ଡ୍‌ରେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ହାସଲ କରିଛନ୍ତି । ହୋମ୍‌ଗ୍ରାଉଣ୍ଡରେ ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇବାକୁ ସୁଯୋଗ ମିଳିବ ।

ଏହା ବି ପଢନ୍ତୁ...Cricket World Cup 2023: ହୋମ୍‌ଗ୍ରାଉଣ୍ଡ୍‌ରେ କିଙ୍ଗ୍‌ କୋହଲିଙ୍କ ଧୂଆଁଧାର ରେକର୍ଡ, ଭାଙ୍ଗିବ ସଚିନ୍‌ଙ୍କ କିର୍ତ୍ତୀମାନ !

ଭାରତୀୟ ଚୂଡ଼ାନ୍ତ ଏକାଦଶ: ରୋହିତ ଶର୍ମା(ଅଧିନାୟକ), ଈଶାନ କିଶାନ, ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ୍‌ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ସାର୍ଦୁଲ ଠାକୁର, କୁଳଦୀପ ଯାଦବ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ।

ଆଫଗାନିସ୍ତାନ ଚୂଡାନ୍ତ ଏକାଦଶ: ରହମାନୁଲ୍ଲା ଗୁରବାଜ, ଇବ୍ରାହିମ ଜାଡ୍ରାନ, ରହମତ ଶାହ, ହସମତୁଲ୍ଲା ସାହିଦି (ଅଧିନାୟକ), ମହମ୍ମଦ ନବି, ନଜିବୁଲ୍ଲା ଜାଡ୍ରାନ, ଅଜମତୁଲ୍ଲା ଓମାରଜାଇ, ରସିଦ ଖାନ, ନବୀନ ଉଲ ହକ , ଫଦଲହକ ଫାରୁକି, ମୁଜିବ ଉପ ରେହମାନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.