ETV Bharat / sports

Cricket World Cup 2023: ଆଇସିସି ଆଚରଣ ସଂହିତା ଉଲ୍ଲଙ୍ଘନ, ଗୁର୍‌ବାଜଙ୍କୁ ମିଳିଲା ଗୋଟିଏ ଡିମେରିଟ୍‌ ପଏଣ୍ଟ

author img

By ETV Bharat Odisha Team

Published : Oct 17, 2023, 10:37 PM IST

ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ୮୦ ରନର ଗୁରୁତ୍ବପୂର୍ଣ୍ଣ ପାଳି ଖେଳି ଦଳକୁ ପ୍ରଥମ ବିଜୟ ଦେଇଥିଲେ ଆଫଗାନିସ୍ତାନ ଓପନର ରେହମାନୁଲ୍ଲା ଗୁର୍‌ବାଜ । ଆଉଟ୍‌ ହେବାପରେ ଚୌକି ଭାଙ୍ଗିବା ପଡ଼ିଲା ମହଙ୍ଗା ।ଆଚରଣ ସଂହିତା ଉଲ୍ଲଙ୍ଘନ ପାଇଁ ଆଇସିସି ଦେଲା ଗୋଟିଏ ଡିମେରିଟ୍‌ ପଏଣ୍ଟ । ଅଧିକ ପଢ଼ନ୍ତୁ

ଗୁର୍‌ବାଜଙ୍କୁ ମିଳିଲା ଗୋଟିଏ ଡିମେରିଟ୍‌ ପଏଣ୍ଟ

ନୂଆଦିଲ୍ଲୀ: ଅକ୍ଟୋବର ୧୫ (ରବିବାର) ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରି ବିଶ୍ବକପ୍‌ରେ ବିପର୍ଯ୍ୟୟ ସୃଷ୍ଟି କରିଥିଲା ଆଫଗାନିସ୍ତାନ । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଦଳର ଓପନର ରେହମାନୁଲ୍ଲା ଗୁର୍‌ବାଜଙ୍କ ୮୦ ରନର ବିସ୍ଫୋରକ ପାଳି ବଳରେ ଆଫଗାନିସ୍ତାନ ୪୯.୫ ଓଭରରେ ୨୮୪ ରନ କରିଥିଲା । ଜବାବରେ ରସିଦ ଖାନ ଓ ମୁଜିବୁର ରେହମାନଙ୍କ ଦମଦାର ବୋଲିଂ ଇଂଲଣ୍ଡକୁ କେବଳ ୨୧୫ ରନରେ ଅଟକାଇ ଦେଇଥିଲା । ଫଳରେ ୬୯ ରନରେ ଡିଫେଣ୍ଡିଂ ଚମ୍ପିଆନକୁ ହରାଇ ବିଶ୍ବକପ୍‌ ୨୦୨୩ରେ ପ୍ରଥମ ବିଜୟ ହାସଲ କରିଥିଲା ଆଫଗାନିସ୍ତାନ । ତେବେ ଏହି ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରିଥିବା ଦଳର ଓପନର ଗୁର୍‌ବାଜ ଆଇସିସି ଆଚରଣ ସଂହିତା ଉଲ୍ଲଙ୍ଘନ କରିଥିବା ନେଇ ଆଇସିସି ପକ୍ଷରୁ ତାଙ୍କୁ ତାଗିଦ୍‌ କରାଯାଇଛି ।

  • Afghanistan's in-form opener has received a reprimand for an incident that took place during their #CWC23 victory over England in Delhi on Sunday.

    Details 👇https://t.co/upDWtXYr5T

    — ICC (@ICC) October 17, 2023 " class="align-text-top noRightClick twitterSection" data=" ">

ଏହି ମ୍ୟାଚ୍‌ରେ ଗୁର୍‌ବାଜ ୫୭ ବଲରୁ ୮ ଚୌକା ଓ ୪ ଛକା ବଳରେ ୮୦ ରନର ଗୁରୁତ୍ବପୂର୍ଣ୍ଣ ପାଳି ଖେଳିଥିଲେ । ଗୋଟିଏ ପଟେ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟୁଥିବାବେଳେ ଗୁର୍‌ବାଜଙ୍କ ଏହି ପାଳି ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ଲକ୍ଷ୍ୟ ଆଡ଼କୁ ନେଇଯାଇଥିଲା । ହେଲେ ବିଶ୍ବକପ୍‌ରେ ପ୍ରଥମ ଶତକ ହାସଲ କରିବା ପୂର୍ବରୁ ସେ ରନ୍‌ଆଉଟ୍‌ ହୋଇଯାଇଥିଲେ । ଯାହାପରେ ସେ ନିଜ ଭାବପ୍ରବଣତାକୁ ଆୟତ୍ତ କରିପାରିନଥିଲେ । ପାଭିଲିୟନ ଫେରିବା ସମୟରେ ସେ ବାଉଣ୍ଡରି ରୋପ୍‌କୁ ନିଜ ବ୍ୟାଟ୍‌ରେ ବାଡ଼େଇଥିଲେ । ଏପରିକି ଡ୍ରେସିଂ ରୁମ୍‌କୁ ଯିବା ପୂର୍ବରୁ ଏକ ଚୌକିକୁ ମଧ୍ୟ ଜୋରରେ ବାଡ଼େଇଥିଲେ । ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏଭଳି ବ୍ୟବହାର ଆଇସିସି ଆଚରଣ ସଂହିତା ଉଲ୍ଲଙ୍ଘନ । ଏଥିପାଇଁ ଗୁର୍‌ବାଜଙ୍କୁ ଏଭଳି ବ୍ୟବହାର ପାଇଁ କଡ଼ା ତାଗିଦ୍‌ କରିଛି ଆଇସିସି ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ, ୬୯ ରନରେ ଡିଫେଣ୍ଡିଂ ଚମ୍ପିଆନକୁ ମାତ୍ ଦେଲା ଆଫଗାନିସ୍ତାନ

ଆଇସିସି ପକ୍ଷରୁ ଏକ ପ୍ରେସବାର୍ତ୍ତା ଜାରି କରାଯାଇଛି । ଏଥିରେ ଲେଖାଯାଇଛି, "ଖେଳାଳି ଏବଂ ସପୋର୍ଟ ଷ୍ଟାର୍ଫଙ୍କ ପାଇଁ ରହିଥିବା ଆଇସିସି ଆଚରଣ ସଂହିତାର ଧାରା ୨.୨କୁ ଉଲ୍ଲଙ୍ଘନ କରିଛନ୍ତି ଗୁର୍‌ବାଜ । ଏହି ଧାରା ଏକ କ୍ରିକେଟ୍ ଉପକରଣ କିମ୍ବା ପୋଷାକ, ଗ୍ରାଉଣ୍ଡ ଉପକରଣର ଅପବ୍ୟବହାର ସହିତ ଜଡିତ । ଏହା ଉଲ୍ଲଙ୍ଘନ କରିଥିବାରୁ ଗୁର୍‌ବାଜଙ୍କ ଶୃଙ୍ଖଳାଗତ ରେକର୍ଡରେ ଗୋଟିଏ ଡିମେରିଟ୍‌ ପଏଣ୍ଟ ଯୋଡା ଯାଇଛି । ଏହା ଗୁର୍‌ବାଜ୍‌ଙ୍କ ପାଇଁ ଗତ ୨୪ ମାସ ମଧ୍ୟରେ ପ୍ରଥମ ଅପରାଧ ଥିଲା ।" ଆଇସିସି ମ୍ୟାଚ୍‌ ରେଫରୀ ପ୍ୟାନେଲ ଦ୍ବାରା ଏହି ଦଣ୍ଡ ସହ ନିଜ ଦୋଷ ସ୍ବୀକାର କରିଛନ୍ତି ଗୁର୍‌ବାଜ । ତେଣୁ ଏହାର ପୁନର୍ବାର ଶୁଣାଣିର ଆବଶ୍ୟକତା ପଡ଼ିନାହିଁ । ପ୍ରକାଶଯୋଗ୍ୟ, ଗୁର୍‌ବାଜଙ୍କ ଏଭଳି ବ୍ୟବହାର ନେଇ ଆଇସିସିରେ ଅନ୍‌ଫିଲ୍ଡ ଅମ୍ପାୟାର ଓ ଫୋର୍ଥ ଅମ୍ପାୟାର ଅଭିଯୋଗ କରିଥିଲେ । ତେବେ ଆଇସିସିର ଧାରା ୧ ଉଲ୍ଲଙ୍ଘନ ଅପରାଧରେ ଏକ ଆଧିକାରିକ ତାଗିଦ୍‌ ସର୍ବନିମ୍ନ ଦଣ୍ଡ ଏବଂ ମ୍ୟାଚ୍‌ ଫି'ର ୫୦ ପ୍ରତିଶତ ଫାଇନ୍‌ ସର୍ବାଧିକ ଦଣ୍ଡ ରହିଛି । ଏହା ସହିତ ଶୃଙ୍ଖଳାଗତ ରେକର୍ଡରେ ଗୋଟିଏ ବା ଦୁଇଟି ଡିମେରିଟ୍‌ ପଏଣ୍ଟ ମଧ୍ୟ ମିଳିପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.